Weather Update: ଆସୁଛି ଆଉ ଏକ ବାତ୍ୟା ! ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ପ୍ରଭାବ?
Advertisement
Article Detail0/zeeodisha/odisha2523368

Weather Update: ଆସୁଛି ଆଉ ଏକ ବାତ୍ୟା ! ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ପ୍ରଭାବ?

Weather Update: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି। ୨୬ ତାରିଖ ବେଳକୁ  ଏଠାରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। 

Weather Update: ଆସୁଛି ଆଉ ଏକ ବାତ୍ୟା ! ଜାଣନ୍ତୁ ଓଡି଼ଶା ଉପରେ କ'ଣ ରହିବ ପ୍ରଭାବ?

Weather Update: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି। ୨୬ ତାରିଖ ବେଳକୁ  ଏଠାରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଓଡି଼ଶାରେ ଏହାର ପ୍ରଭାବ ରହିବ ନାହିଁ।  ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ  ଏହି ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି,  ସୁମାତ୍ରା ପାଖ ଦକ୍ଷିଣ  ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହେବ। ୨୨ ତାରିଖରେ ଲଘୁଚାପର ରୂପ ନେଇପାରେ।  ୨୪ ରେ ଅବପାତରେ ପରିଣତ ହେବେ।  ପରବର୍ତ୍ତୀ ୪୮ ଘଣ୍ଟା ବା ୨୬ ତାରିଖ ସୁଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ।  ତେବେ, ଓଡି଼ଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ। 

 

ALSO READ: Today Horoscope: ଆଜି ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

୨୭ ରୁ ୩୦ ତାରିଖ ମଧ୍ୟରେ ବାୟୁର ଦିଗ  ବଦଳିବ।  ରାଜ୍ୟକୁ  ଉତ୍ତର ପୂର୍ବ ଦିଗରୁ ପବନ ବହିପାରେ।  ୨୭ରୁ ୨୯ ତାରିଖ ଯାଏଁ  ଦକ୍ଷିଣ ଉପକୂଳରେ ଓ ୨୯ ରୁ ୩୦ ତାରିଖ ଯାଏଁ ଆଭ୍ୟନ୍ତରୀଣରେ ପାଗ ମେଘୁଆ ରହିପାରେ। କୁହୁଡି ବି ଦୃଶ୍ୟମାନ  ହେବେ।  ଉପକୂଳ ଓଡି଼ଶାରେ ୨୨ରୁ ୨୪ ତାରିଖ ଯାଏଁ  ସାମାନ୍ୟ କୁହୁଡି  ଏବଂ ୨୭ ରୁ ୨୯ ତାରିଖ ଯାଏଁ  ହାଲୁକା ବର୍ଷା ସମ୍ଭାବନା ଅଛି।  ଅନ୍ୟ ମଡେଲ୍ ଅନୁସାରେ, ବି ଓଡି଼ଶା ଉପରେ ବାତ୍ୟାର କୌଣସି ପ୍ରଭାବ ପଡିବନି ବୋଲି ସେ କହିଛନ୍ତି।  ଆସନ୍ତା ୨୬ ତାରିଖ ଯାଏଁ ଉଭୟ ରାତି ଓ ଦିନ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୨ ଓ ୨୩ ତାରିଖରେ  ଭୁବନେଶ୍ବର ଓ ସଂଲଗ୍ନ ଜିଲ୍ଲାରେ  ସର୍ବନିମ୍ନ ତାପମାତ୍ରା ୦.୫ ଡିଗ୍ରୀ ବଢିପାରେ।  ଦକ୍ଷିଣ ଆଭ୍ୟନ୍ତରିଣର କନ୍ଧମାଳ ଓ ଗଜପତି ଜିଲ୍ଲାରେ ତାପମାତ୍ରା ୧ ଡିଗ୍ରୀ  କମିପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି।  ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୁଧବାର ଦିନ ଜି. ଉଦୟଗିରିରେ ୬.୨ ରେ ରେକର୍ଡ଼ ହୋଇଛି। ଏହାସହ  ୧୮ ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ଼ ହୋଇଛି।