Weather Update: ବର୍ଷା ପରେ ଶୀତ(winter)ଆସିଛି। କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ଥର ଶୀତ ରାଜ୍ୟରେ ଅନୂଭୁତ ହେଉନି। ମାର୍ଗଶିର ଅଧା ହେଲାଣି। ଓଡି଼ଶାରେ ଏଯାଏଁ ଶୀତ ଅନୁଭବ ହେଉନି। ଏହି ସମୟରେ ଓଡି଼ଶାରେ ଥଣ୍ତାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେବା କଥା । ମାତ୍ର ତାପମାତ୍ରାର ଅସ୍ବାଭବିକ ଆଚରଣକୁ ନେଇ ସମସ୍ତ ବିସ୍ମିତ। ବାତ୍ୟା ପ୍ରଭାବରେ ରାଜ୍ୟରେ ତିନି ଦିନ କୋହଲା ପାଗ ଥିବାରୁ ଟିକେ ଥଣ୍ତା ଲାଗୁଥିଲା।
Trending Photos
Weather Update: ବର୍ଷା ପରେ ଶୀତ(winter)ଆସିଛି। କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ଥର ଶୀତ ରାଜ୍ୟରେ ଅନୂଭୁତ ହେଉନି। ମାର୍ଗଶିର ଅଧା ହେଲାଣି। ଓଡି଼ଶାରେ ଏଯାଏଁ ଶୀତ ଅନୁଭବ ହେଉନି। ଏହି ସମୟରେ ଓଡି଼ଶାରେ ଥଣ୍ତାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେବା କଥା । ମାତ୍ର ତାପମାତ୍ରାର ଅସ୍ବାଭବିକ ଆଚରଣକୁ ନେଇ ସମସ୍ତ ବିସ୍ମିତ। ବାତ୍ୟା ପ୍ରଭାବରେ ରାଜ୍ୟରେ ତିନି ଦିନ କୋହଲା ପାଗ ଥିବାରୁ ଟିକେ ଥଣ୍ତା ଲାଗୁଥିଲା। ଶୁକ୍ରବାର ଅପରାହ୍ନରୁ ପାଗ ବଦଳିବା ସହ ଥାଣ୍ତା ଉଭାନ୍ ହୋଇ ଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ବାଦଲ ପୂରା ହଟିବା ପରେ, ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ। ଅର୍ଥାତ୍ ରାତିର ତାପମାତ୍ରା ସ୍ବାଭାବିକ ସ୍ଥିତିକୁ ଫେରିପାରେ। ଏପଟେ ଦିନର ତାପମାତ୍ରା ମଧ୍ୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ପକ୍ଷରୁ କୁହାଯାଇଛି।
Also Read: Shani Shukra Yuti 2024: ଦିର୍ଘ ୩୦ ବର୍ଷ ପରେ ଦୁର୍ଲଭ ସଂଯୋଗ, ଏହି ତିନି ରାଶିଙ୍କ ଭାଗ୍ୟ ଖୋଲିବ ଶନି-ଶୁକ୍ର ୟୁତି
ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ କହୁଛି ଯେ, ଏବେ ସାରା ରାଜ୍ୟର ତାପମାତ୍ରା ସ୍ବାଭାବିକ ଠାରୁ ୪ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି। ବର୍ତ୍ତମାନ ସମୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରୀ ରହିବା କଥା ମାତ୍ର ତାହା ୧୭ ଡିଗ୍ରୀ ରହିଛି। ଝାରସୁଗୁଡା ଓ ସୁନ୍ଦରଗଡରେ ସ୍ବାଭାବିକ ତାପମାତ୍ରା ଯଥାକ୍ରମେ ୧୩.୬,୧୧.୨ ଡିଗ୍ରୀ ରହିବା କଥା। ଏବେ ରହିଛି ୧୭ ଡିଗ୍ରୀ। ଭୁବେନଶ୍ବରରେ ତାପମାତ୍ରା ୧୫.୯ ଡିଗ୍ରୀ ରହିବା ସ୍ଥାନରେ ୧୯.୦୫ ଡିଗ୍ରୀ ରହିଛି। କଟକରେ ସର୍ବନିମ୍ନ ତାପମାତ୍ରା ୧୫.୬ ଡିଗ୍ରୀ ବଦଳରେ ୧୯ ଡିଗ୍ରୀ। ସମ୍ବଲପୁରରେ ୧୨.୨ ଡିଗ୍ରୀ ରହିବା ବଦଳରେ ୧୯.୨ ଡିଗ୍ରୀ ଓ ବଲାଙ୍ଗୀରରେ ୧୦.୯ ସ୍ଥାନରେ ୧୯ ଡିଗ୍ରୀ ରହିଛି। କୋରାପୁଟ ହିଲ୍ ଷ୍ଟେସନ ବ୍ୟତିତ ଆଉ କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ନାହିଁ। ନବରଙ୍ଗପୁର, ଟିଟିଲାଗଡ, ରାୟଗଡା, ପାରଳାଖେମୁଣ୍ତି ପ୍ରଭୁତି ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକ୍ ଠାରୁ ବହୁତ୍ ଅଧିକ ରହୁଛି।
ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ଏଥର ପୂର୍ବ ପାଶ୍ବରୁ ଓଡି଼ଶାକୁ ଲଗାତର ଭାବେ ବାତ୍ୟା ରହିଥିଲା। ଏଥିସହ ପଶ୍ଚିମ ବାୟୁ ଆସୁ ନଥିବାରୁ ଶୀତ ହେଉ ନଥିଲା। ଏବେ ପଶ୍ଚିମାବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡିପାରେ। ତେବେ, ଚଳିତ ବର୍ଷ ଲଗାତର ଭାବେ ଶୀତ ହେବ ନାହିଁ। ଦୁଇରୁ ତିନି ଦିନ ଶୀତ ରହିବା ପରେ ପୁଣି ପାରଦ ଉପର ମୁହାଁ ହୋଇଯିବ। ପରେ ଏଭଳି ସ୍ଥିତିରେ ଜାନୁୟାରୀ ଶେଷ ନଚେତ୍ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ରହିବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି।