)
Weather Update: ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ପାରଦ ବୃଦ୍ଧି ପାଇଛି। ଉଭୟ ଦିନ ଓ ରାତି ତାପମାତ୍ରାରେ ବୃଦ୍ଧି ନଜରକୁ ଆସିଥିବା ବେଳେ ସୋମବାର ଭବାନୀପାଟଣା ଓ ଟିଟିଲାଗଡ଼ରେ ପାରଦ ୩୬.୫ ଡିଗ୍ରୀ ଛୁଇଁଛି। ୨୨ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ କିଛି କିଛି ସ୍ଥାନରେ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ଆଭ୍ୟନ୍ତରିଣ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ, ସେହି ଜିଲ୍ଲା ଗୁଡି଼କ ହେଲା କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ, ଝାରସୁଗୁଡା ଓ ମୟୂରଭଂଜ।
ଯାଜପୁର: ୨୨.୨°C
କଟକ: ୨୧.୬°C
ଗୋପାଳପୁର: ୨୦.୯°C
ନୟାଗଡ: ୨୦.୪°C— Meteorological Centre, Bhubaneswar (@mcbbsr) February 19, 2024
ସକ୍ରିୟ ଗୁରୁଚାପବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ତୁଳନାରେ ରାତ୍ରିତାପମାତ୍ରା ୨ ରୁ ୪ °C ଯାଏଁ ଅଧିକ ରେକର୍ଡ
ପୁରୀ: ୨୪.୮°C
ପାରାଦୀପ: ୨୩.୭°C
ବାଲେଶ୍ୱର: ୨୩°C
ଭୁବନେଶ୍ୱର: ୨୨.୬°C
ଚାନ୍ଦବାଲି: ୨୨.୬°C— Meteorological Centre, Bhubaneswar (@mcbbsr) February 19, 2024
ସମୁଦ୍ର ପଟୁ ଉଷ୍ଣ ଜଳୀୟ ପୂର୍ଣ୍ଣବାୟୁର ପ୍ରବାହ ଜାରି ରହିଥିବା ବେଳେ ଉଭୟ ଦିନ ଓ ରାତି ତାପମାତ୍ରା ବୃଦ୍ଧି ପାଇଥିବା ନଜରକୁ ଆସିଛି। ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡି଼ଶାର ଅଧିକାଂଶ ଅଂଚଳରେ ସ୍ବାଭାବିକ ତୁଳନାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଅଧିକ ରେକର୍ଡ଼ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।
ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାଶଙ୍କ ସୂଚନା ଅନୁସାରେ, ରବିବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଏବେ ରାଜ୍ୟରେ ଉଭୟ ଦିନ ଓ ରାତି ତାପମାତ୍ରା ର୍ଯ୍ୟାୟକ୍ରମେ ବୃଦ୍ଧି ପାଇଛି। ଫେବୃଆରୀ ତୃତୀୟ ସପ୍ତାହ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଥିଲା ବେଳେ ଆଗକୁ ପାରଦ ୨ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି। ଫେବୃଆରୀ ଶେଷ ସୁଧା ଦିନରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ