Weather Update: ବଙ୍ଗୋପସାଗରରେ ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2337734

Weather Update: ବଙ୍ଗୋପସାଗରରେ ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

Weather Update: ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ବାୟୁମଣ୍ତଳର ୭.୬ କିମି ଯାଏଁ ବ୍ୟାପିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ପରିବ୍ୟାପ୍ତ ରହିଛି। ଏହା କ୍ରମଶଃ ଦକ୍ଷିଣ ପଶ୍ଚିମ ଦିଗକୁ  ଗତି କରିବା  ପ୍ରଭାବରେ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। 

Also Read: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆଜିର ରାଶିଫଳ

ଗତ ୧୨ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ତି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ୍, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେହିପରି ସୁନ୍ଦରଗଡ,  କେନ୍ଦୁଝର , ଝାରସୁଗୁଡା, ଢେଙ୍କାନାଳ, ଅନୁଗୁଳ , ବରଗଡ, ବଲାଙ୍ଗୀର, ନୂଆପଡା, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା , ଗଜପତି ଓ କଳାହାଣ୍ତି  ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 

ଏହାଛଡା, ଝାରସୁଗୁଡା, ସମ୍ବଲପୁର, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା,ଜଗତସିଂହପୁର, କେନ୍ଦ୍ରାପଡା,ପୁରୀ ଓ କଟକ ଜିଲ୍ଲାରେ ବର୍ଷା ,ବିଜୁଳି ଘଡଘଡି ସହ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଗତକାଲି ରାଜ୍ୟର ଅନେକ ସ୍ଥାନରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ନୂଆପଡା, ବଲାଙ୍ଗୀର, କଳାହାଣ୍ତି, ରାୟଗଡା, କଳାହାଣ୍ତି, କୋରାପୁଟ ଜିଲ୍ଲାର ଗୋଟିଏ ରୁ ୨ ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।