Advertisement
Article Detail0/zeeodisha/odisha2281229
Zee OdishaWeatherWeather Update: ବଦଳିବ ରାଜ୍ୟର ପାଣିପାଗ, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

Weather Update: ବଦଳିବ ରାଜ୍ୟର ପାଣିପାଗ, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଖୁସି କଲା ପରି ଖବର ଦେଇଛି। ମୌମୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି। ପଢନ୍ତୁ ପୂରା ଖବର...

Weather Update: ବଦଳିବ ରାଜ୍ୟର ପାଣିପାଗ, ଆଜି ଏହି ସବୁ ଜିଲ୍ଲାରେ ହୋଇପାରେ ବର୍ଷା

Weather Update: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଖୁସି କଲା ପରି ଖବର ଦେଇଛି। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଓଡି଼ଶା ଛୁଇଁବ। ମୌମୁମୀ ଆସିବା ପାଇଁ ପାଗ ଅନୁକୂଳ ରହିଛି।  ୯  କିମ୍ବା ୧୦ ତାରିଖରେ ମୌମୁମୀ ବର୍ଷା ହେବ। ଏହା ପୂର୍ବରୁ ରାଜ୍ୟରେ କିଛି ଜିଲ୍ଲାରେ ଆଜି ବର୍ଷା ହେବାର ସମ୍ଭାବନା ରହିଛି।  ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ,ନବରଙ୍ଗପୁର, କୋରାପୁଟ, ନୟାଗଡ଼, ଗଞ୍ଜାମ,  ଖୋର୍ଦ୍ଧା , ବାଲେଶ୍ୱର, କେନ୍ଦୁଝର ଓ କନ୍ଧମାଳ ।  ୧୨ ଓ ୧୩ ତାରିଖ ବେଳକୁ  ପଶ୍ଚିମ ଓଡି଼ଶାରେ ତାତି ପୁଣି ବଢିବ। କିଛି ସ୍ଥାନରେ ୪୫ ଡିଗ୍ରୀ ଟପିପାରେ।

ଏହାବି ପଢନ୍ତୁ: Today Horoscope: ଏହି ରାଶିଙ୍କୁ ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ତେବେ, ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ୨ ଦିନ ପରେ ପଶ୍ଚିମ ଓଡି଼ଶାରେ ତାତି ବଢିବ।  ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିବ। ଗୁଳୁଗୁଳି ଅଧିକ ରହିବା ଯୋଗୁଁ ତାପମାତ୍ରା ଅଧିକ ଅନୁଭୂତ ହେବ। ଉପକୂଳରେ ବି ପ୍ରବଳ ଗୁଳୁଗୁଳି ହେବ। ପାଣିପାଗ ବିଭାଗର ଆକଳନ ଅନୁସାରେ, ୭, ୮ ଓ ୯ ତାରିଖରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ୭ ଓ ୮ ରେ ନୂଆପଡା ଓ ବଲାଙ୍ଗୀରରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ତେବେ, ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଓଡି଼ଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

Add Zee News as a Preferred Source

ସେହିପରି ,୯ ତାରିଖରେ ବଲାଙ୍ଗୀର ,ବରଗଡ ଓ ଝାରସୁଗୁଡାରେ ଗ୍ରୀଷ୍ମ ପ୍ରବାହ ବହିପାରେ। ଦକ୍ଷିଣ ଓଡି଼ଶାରେ  କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଏହି ୨ ଦିନ ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ।  ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁସାରେ, ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଆଜି ସୁଧା ମୋଟ୍ ୧୫୧ ଜଣ ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଛି।  ୩୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇନି। ବାକି ୮୪ ମାମଲାର ତଦନ୍ତ ଚାଲିଛି।  ଗତ ୨ ଦିନରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ୧୦ ଓ ୧୧ ତାରିଖ ବେଳକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।  ଗତ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧରେ ୪୨.୫ , ବଲାଙ୍ଗୀରରେ ୪୧.୪, ଟିଟିଲାଗଡରେ ୪୦.୮ ଓ ନୂଆପଡାରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି।  

About the Author