Weather Update: ରାଜ୍ୟରେ ଶୀତର ଲହରୀ ଜାରି, ୧୫ ଡିଗ୍ରୀ ତଳେ ୧୯ ସହର
Advertisement
Article Detail0/zeeodisha/odisha2048732

Weather Update: ରାଜ୍ୟରେ ଶୀତର ଲହରୀ ଜାରି, ୧୫ ଡିଗ୍ରୀ ତଳେ ୧୯ ସହର

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଶୀତ କମୁଛି ହେଲେ କୁହୁଡି଼(fog) ବଢୁଛି। ରାଜ୍ୟର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୪ ଡିଗ୍ରୀ ରେକର୍ଡ ହୋଇଥିଲା। 

Weather Update: ରାଜ୍ୟରେ ଶୀତର ଲହରୀ ଜାରି, ୧୫ ଡିଗ୍ରୀ ତଳେ ୧୯ ସହର

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। ଶୀତ କମୁଛି ହେଲେ କୁହୁଡି଼(fog) ବଢୁଛି। ରାଜ୍ୟର ୪ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଜି. ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ୭.୪ ଡିଗ୍ରୀ ରେକର୍ଡ ହୋଇଥିଲା।  କୋରାପୁଟରେ ୮, ଦାରିଙ୍ଗିବାଡିରେ ୮.୫, ଓ ସେମିଳିଗୁଡାରେ ୯.୯,  ଓ କିରେଇରେ ୧୧.୭ ଡିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ୧୪.୪ ଡିଗ୍ରୀ ରହିଛି। ଏଠାରେ ସ୍ବାଭାବିକ ଠାରୁ କମ୍ ତାପମାତ୍ରା ରେକର୍ଡ଼ କରାଯାଇଛି।  ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା ରହିଛି। 

 

ALSO READ: Shani Shukra Yuti 2024: ଦିର୍ଘ ୩୦ ବର୍ଷ ପରେ ଶନି-ଶୁକ୍ରଙ୍କ ମିଳନ, ତିନି ରାଶିଙ୍କ ଫିଟିବ ଭାଗ୍ୟ

ସେହିପରି ସୋମବାର ଓ ମଙ୍ଗଳବାର, ଦୁଇ ଦିନ ରାଜ୍ୟରେ ଘନ କୁହୁଡି଼ ଦୃଶ୍ୟମାନ ହୋଇପାରେ।  ଉପକୂଳ ଓ ଆଭ୍ୟନ୍ତରିଣ ଓଡି଼ଶାର ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେବ। ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ,ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, ନୟାଗଡ, କଳାହାଣ୍ତି, କନ୍ଧମାଳ, ରାୟଗଡା ଓ କୋରାପୁଟରେ କୁହୁଡି ଦୃଶ୍ୟମାନ ହେବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି (Bhubaneswar Meteorological Centre)। 

ସେପଟେ, ଦିଲ୍ଲୀ ପରି ଓଡି଼ଶାରେ ମଧ୍ୟ ପ୍ରଦୂଷଣ ବଢିବାରେ ଲାଗିଲାଣୀ। ରାଜ୍ୟର ଗୋଟିଏ ପରେ ଗୋଟିଏ ସହରର ବାୟୁ  ଏବେ ପ୍ରଦୂଷିତ ହେବାରେ ଲାଗିଛି। ଗତ ସପ୍ତାହରେ ତାଳଚେର, ଅନୁଗୋଳ,ସହରର ବାୟୁ ପ୍ରଦୂଷଣ  ଦିଲ୍ଲୀ ସହରକୁ ଟପି ଯାଇଥିଲା। ଏବେ ବଲେଶ୍ବରର ଅବସ୍ଥା ତଦ୍ରୂପ ହୋଇଛି। କେନ୍ଦ୍ରୀୟ  ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ତଥ୍ୟ ଅନୁଯାୟୀ, ବାଲେଶ୍ବରର ସହରର ବାୟୁ ମାନ ସୂଚକାଙ୍କ (ଏକ୍ୟୁଆଇ) ଅତି ସାଂଘାତିକ ସ୍ତରରେ ରହିଛି।  ଯାହାକି ଦିଲ୍ଲୀ ଠାରୁ ଅଧିକ ଅଟେ। ଗତକାଲି ଅପରାହ୍ନ ୪ଟାରେ ଦିଲ୍ଲୀ ବାୟୁରେ ଏକ୍ୟୁଆଇ ପିଏମ୍ -୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୩୩ ରହିଛି। ଯେତେବେଳେ କି ବାଲେଶ୍ବରର ଏକ୍ୟୁଆଇ ପିଏମ୍ ୨.୫ ମାତ୍ରା ୩୩୪ ରେ ପହଞ୍ଚିଛି। କେବଳ ଆଜି ନୁହେଁ, ବିଗତ ସପ୍ତାହେ ହେଲା, ବାଲେଶ୍ବର ସମତେ ଉତ୍ତର ଓଡିଶାର ଅଧିକାଂଶ ସହରରେ ବାୟୁର ଛୋଟ ଧୂଳିକଣା  ଜମି ରହୁଥୁବାରୁ ଅଧିକ ସାଂଘାତିକ ସ୍ଥିତି ଆଡକୁ ଗତି କରୁଛି।