Weather Report: ମାର୍ଚ୍ଚ ୪ରୁ ବଦଳିବ ପାଣିପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Report: ମାର୍ଚ୍ଚ ୪ରୁ ବଦଳିବ ପାଣିପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Report: ଆଜିଠୁ ରାଜ୍ୟରେ ଉପର ମୁହାଁ ହେବ ପାରଦ । ପ୍ରଥମେ ଉପକୂଳ ଓଡ଼ିଶା, ପରେ ଅନ୍ୟସ୍ଥାନମାନଙ୍କର ତାପମାତ୍ରା ବଢ଼ିବା ନେଇ ଆକଲନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା (Rain) ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । 

Weather Report: ମାର୍ଚ୍ଚ ୪ରୁ ବଦଳିବ ପାଣିପାଗ, ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Report: ଆଜିଠୁ ରାଜ୍ୟରେ ଉପର ମୁହାଁ ହେବ ପାରଦ । ପ୍ରଥମେ ଉପକୂଳ ଓଡ଼ିଶା, ପରେ ଅନ୍ୟସ୍ଥାନମାନଙ୍କର ତାପମାତ୍ରା ବଢ଼ିବା ନେଇ ଆକଲନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା (Rain) ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଖାସ୍ କରି ନୂଆପଡ଼ା, କଳାହାଣ୍ତି , ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଥିବା ବେଳେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ମାତ୍ର କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼଼ା, ନବରଙ୍ଗପୁର ଆଦି ଜିଲ୍ଲାରେ ଆଜି ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ମାତ୍ର ମାର୍ଚ୍ଚ ୪ ଓ ୫ ରେ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ(Surendra Pashupalaka) କହିଛନ୍ତି ଯେ ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ। ମାର୍ଚ୍ଚ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ ବୋଲି କହିଛି ବିଭାଗ।

ମାତ୍ର ୪ ଓ ୫ରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ଅନ୍ୟପଟେ ରାତ୍ରି ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରଣରେ ତାପମାତ୍ରା କ୍ରମଶଃ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣରେ ୩ ତାରିଖ ସୁଦ୍ଧା ଦିନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ଓ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବରଗଡ଼ରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁର(Sambalpur), ହୀରାକୁଦ, ଅନୁଗୁଳ(Anugul) ଓ ବାରିପଦା(Baripada)ରେ ଯଥାକ୍ରମେ ୧୮-୧୬ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି।