ଅଫିସରେ କାମ କରିବା ସମୟରେ କାହିଁକି ବଢ଼ିଥାଏ ଓଜନ ? ଜାଣନ୍ତୁ ପ୍ରମୁଖ ୬ ଟି କାରଣ
Advertisement
Article Detail0/zeeodisha/odisha2287684

ଅଫିସରେ କାମ କରିବା ସମୟରେ କାହିଁକି ବଢ଼ିଥାଏ ଓଜନ ? ଜାଣନ୍ତୁ ପ୍ରମୁଖ ୬ ଟି କାରଣ

 ସାଧାରଣତଃ ଯେଉଁ ବ୍ୟକ୍ତିମାନେ ଅଫିସରେ ଗୋଟିଏ ସ୍ଥାନରେ ବସିକି କାମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମେଦବହୁଳତାର ସମ୍ଭାବନା ଅଧିକ ଦେଖାଦେଇଥାଏ ।ପଢନ୍ତୁ ପ୍ରମୁଖ ୬ ଟି କାରଣ..

  • ଆଜିକାଲି ଅଧିକାଂଶ ବ୍ୟକ୍ତି କର୍ମଜୀବୀ ଅଟନ୍ତି। ତେଣୁ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ତୁଲାଇବା କଷ୍ଟକର ହୋଇଯାଉଛି। ଫଳରେ ଜୀବନଶୈଳୀରେ ପରିବର୍ତ୍ତନ, ଅନିୟମିତ ଖାଦ୍ୟପେୟ ଇତ୍ୟାଦି ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏଥିମଧ୍ୟରୁ ମେଦବହୁଳତା ଏକ ସାଧାରଣ ସମସ୍ୟା ହୋଇଯାଉଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମେଦବହୁଳତାର ଶିକାର ହେଉଛନ୍ତି କିନ୍ତୁ ଏହା ପଛରେ ଭିନ୍ନ ଭିନ୍ନ କାରଣ ରହିଛି । ବିଶେଷ କରି କାର୍ଯ୍ୟକ୍ଷେତ୍ରରେ ଓଜନ ବୃଦ୍ଧି ହେବା ଭଳି ମାମଲା ଦିନକୁ ଦିନ ଚିନ୍ତାର ବିଷୟ ପାଲଟିଛି । ସାଧାରଣତଃ ଯେଉଁ ବ୍ୟକ୍ତିମାନେ ଗୋଟିଏ ସ୍ଥାନରେ ବସିକି କାମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମେଦବହୁଳତାର ସମ୍ଭାବନା ଅଧିକ ଦେଖାଦେଇଥାଏ । ଏହା ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ ।
  • ଅଧିକାଂଶ ସମୟ ଡେସ୍କରେ ବସି ରହିବା: ଡେସ୍କରେ କାମ କରିବା ବେଳେ ସମୟ ବିଷୟରେ ଭୁଲିଯାଉ । କମ୍ପୁ୍ଟର ସାମ୍ନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିବା ମଧ୍ୟ ଆଖି ଉପରେ କୁପ୍ରଭାବ ପକାଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କରେ ବସିବା ଦ୍ୱାରା ଶରୀରର ଅତିରିକ୍ତ କ୍ୟାଲୋରି କ୍ଷୟ ହେବାରେ ସମସ୍ୟା ଦେଖାଦେଇଥାଏ । ଏହା ସହ ମେଟାବଲିଜିମ୍ ହାର ମଧ୍ୟ ହ୍ରାସ ପାଇଥାଏ । ଏମିତିରେ ଆମେ ଯାହା ବି ଖାଦ୍ୟପେୟ ସେବନ କରିଥାଉ ତାହା ଏନର୍ଜିରେ ପରିବର୍ତ୍ତିର୍ତ ହେବା ସ୍ଥାନରେ ଚର୍ବି ଭଳି ଶରୀରରେ ଗଚ୍ଛିତ ହେବା ଆରମ୍ଭ ହୋଇଥାଏ ।
  •  ଅନିୟମିତ ଖାଦ୍ୟପେୟ: କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ବିଳମ୍ବ ହେତୁ ବେଳେ ବେଳେ ଆମେ ଖାଇବା  ସ୍କିପ୍ କରିଥାଉ । ଏହା ବ୍ୟତୀତ ଜଙ୍କ୍ ଫୁଡର ଅଧିକ ସେବନ ମେଦବହୁଳତାର କାରଣ ହୋଇଥାଏ । 
  • ଅନିୟମିତ କାର୍ଯ୍ୟସୀମା: ସାଧାରଣତଃ ଅଫିସ ସମୟସୀମା ଆଠ ଘଣ୍ଟା ରହିଥାଏ । ବେଳେ ବେଳେ ଓଭର ଡୁ୍ୟଟି କାରଣରୁ କାର୍ଯ୍ୟସୀମାରେ ଅନିମିତତା ଦେଖାଦେଇଥାଏ । ଏହା ଆମ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଘରେ ଆରାମ କରିବା ପାଇଁ ସମୟ ଅଭାବ ଦେଖାଦିଏ । ତେଣୁ ଅଫିସରେ ଥକ୍କାପଣକୁ ଦୂର କରିବା ପାଇଁ ଅଧିକ ସମୟ ଆରାମ କରିଥାଉ । ଏହା ମୋଟାପଣର କାରଣ ହୋଇପାରେ ।
  • ଷ୍ଟ୍ରେସ୍ ଇଟିଂ: ଅଫିସରେ କିଛି ଲୋକ ଛୋଟ ଛୋଟ କଥାକୁ ନେଇ ଅଧିକ ଷ୍ଟ୍ରେସ୍ ହୋଇଯାଆନ୍ତି । ପରିଣାମ ସ୍ୱରୂପ ଶରୀରରେ ଷ୍ଟ୍ରେସ ହର୍ମୋନ ବୃଦ୍ଧି ହେବା କାରଣରୁ ବ୍ୟକ୍ତିକୁ ଅଧିକ ଭୋକ ଲାଗିଥାଏ । ତେଣୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଛି ।
  • କାଫେନ ଯୁକ୍ତ ପେୟ: ଅଫିସରେ କାମ କରୁଥିବା ସମୟରେ ଆଳସ୍ୟକୁ ଦୂରେବା ପାଇଁ ଚାହା, କଫି କିମ୍ବା କାଫେନଯୁକ୍ତ ପେୟ ସେବନ କରିଥାଉ । ଏହାର ଅତ୍ୟାଧିକ ସେବନ ଶରୀର ପାଇଁ କ୍ଷତିକାରକ ଅଟେ । ଫଳରେ ବ୍ୟକ୍ତି ମୋଟାପଣର ଶିକାର ହୋଇଥାଏ ।
  • ଅନିଦ୍ରତା: ବେଳେ ବେଳେ ଅଫିସରେ ଏତେ କାମ ବଢ଼ିଯାଏ ଯେ ଘରେ ପର୍ଯ୍ୟାପ୍ତ ମାତ୍ରାରେ ନିଦ ହୋଇନଥାଏ । ସକାଳେ ଅଫିସ ଆସିଲେ ଡେସ୍କରେ ଘୁମେଇ ଥାଉ । ଏହା ମଧ୍ୟ ମୋଟାପଣର କାରଣ ହୋଇପାରେ ।

Trending Photos

weight gain ( social media )

6 Reasons Gaining Weight : ସାଧାରଣତଃ ଯେଉଁ ବ୍ୟକ୍ତିମାନେ ଅଫିସରେ ଗୋଟିଏ ସ୍ଥାନରେ ବସିକି କାମ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମେଦବହୁଳତାର ସମ୍ଭାବନା ଅଧିକ ଦେଖାଦେଇଥାଏ ।ପଢନ୍ତୁ ପ୍ରମୁଖ ୬ ଟି କାରଣ..