ଅକ୍ଟୋବରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandh) ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଅସନ୍ତୋଷ ଦୂର କରିବା ପାଇଁ ଦିଲ୍ଲୀରେ ମୁକୁଲ ସାଙ୍ଗମା (Mukul Sangma) ଙ୍କ ସହ ସାକ୍ଷାତ କରିଥିଲେ ।
Trending Photos
ନୂଆଦିଲ୍ଲୀ: ମେଘାଳୟରେ ତୃଣମୂଳ କଂଗ୍ରେସ (TMC) ତରଫରୁ କଂଗ୍ରେସ (Congress) କୁ ଏକ ବଡ଼ ଝଟକା ମିଳିଛି । ଇଂରାଜୀ ଖବରକାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ଅନୁଯାୟୀ, ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା (former Meghalaya Chief Minister Mukul Sangma) ଙ୍କ ସମେତ ୧୭ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଟିଏମସିରେ ଯୋଗ ଦେଇଥିବାର ଜଣାଯାଇଛି । ଏହି ନିଷ୍ପତ୍ତିର କିଛି ଦିନ ପୂର୍ବରୁ ମୁକୁଲ ସାଙ୍ଗମା ଦିଲ୍ଲୀରେ କଂଗ୍ରେସ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲେ । ସେ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି ଯେ ଗୁରୁବାର "ଭଲ ଖବର ଆସୁଛି ।"
ଆଜି ଯଦି ଏହି ଘୋଷଣା କରାଯାଏ, ତେବେ TMC ମେଘାଳୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବ । ଏହି ସମସ୍ତ ବିଧାୟକଙ୍କ ପାଇଁ ଆଣ୍ଟି-ଡିଫେକ୍ସନ୍ ଆଇନ ମଧ୍ୟ ଲାଗୁ ହେବ ନାହିଁ କାରଣ ଯଦି ଦୁଇ ତୃତୀୟାଂଶ ବିଧାୟକ ଦଳ ପରିବର୍ତ୍ତନ କରନ୍ତି ତେବେ ଏହି ନିୟମ ପ୍ରଯୁଜ୍ୟ ହେବ ନାହିଁ ।
୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୧ଟି ଆସନ ସହ ମେଘାଳୟର ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଥିଲା । ମେଘାଳୟର ମୋଟ ୬୦ଟି ଆସନ ମଧ୍ୟରୁ କନରାଡ ସାଙ୍ଗମାଙ୍କ ନେତୃତ୍ୱରେ ନ୍ୟାସନାଲ ପିପୁଲ୍ସ ପାର୍ଟି (NPP) ୧୯ଟି ଓ ଭାରତୀୟ ଜନତା ପାର୍ଟି (BJP) ଦୁଇଟି ଆସନ ପାଇଥିଲେ । ଯାହା ପରେ ଏକ ମିଳିତ ମେଣ୍ଟ ଗଠନ କରି ସରକାର ଗଠନ କରିବାରେ ଏନପିପି ସଫଳ ହୋଇଥିଲା । ଏହି ମେଣ୍ଟକୁ ବିଜେପି ମଧ୍ୟ ସମର୍ଥନ କରିଥିଲା । ବର୍ତ୍ତମାନ ୨୦୨୩ରେ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।
ଅଗଷ୍ଟରେ ଭିନ୍ସେଣ୍ଟ ଏଚ୍ ପାଲା (Vincent H Pala) ରାଜ୍ୟ ସଭାପତି ହେବା ପରଠାରୁ କଂଗ୍ରେସରେ ଏହି ସଙ୍କଟ ଆରମ୍ଭ ହୋଇଥିଲା । ମୁକୁଲ ସାଙ୍ଗମା ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତାଙ୍କ ସହମତି ବିନା ଏହି ନିଯୁକ୍ତି ଦିଆଯାଇଛି ବୋଲି ସେ କହିଥିଲେ ।
ଅକ୍ଟୋବରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandh) ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ଅସନ୍ତୋଷ ଦୂର କରିବା ପାଇଁ ଦିଲ୍ଲୀରେ ମୁକୁଲ ସାଙ୍ଗମା (Mukul Sangma) ଙ୍କ ସହ ସାକ୍ଷାତ କରିଥିଲେ ।
ଏହା ପରେ ମୁକୁଲ ସାଙ୍ଗମା (Mukul Sangma) ଅକ୍ଟୋବର ୩୦ରେ ଅନୁଷ୍ଠିତ ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପାଇଁ ମଧ୍ୟ ପ୍ରଚାର କରିଥିଲେ । ସାଙ୍ଗମା ଓ ଭିନ୍ସେଣ୍ଟ ଏଚ୍ ପାଲା ନିକଟ ଅତୀତରେ ନଭେମ୍ବର ୧୮ରେ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଓ ମେଘାଳୟର ପ୍ରଭାରୀ ମନୀଷ ଚତ୍ରାର୍ଥଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ ।
ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଏହା ବି ପଢ଼ନ୍ତୁ:-କପିଲ ଶର୍ମା ଶୋ'ରେ ଅତିଥି ହୋଇ ଆସିଥିଲେ ସ୍ମୃତି ଇରାନୀ, କିନ୍ତୁ ସେଟକୁ ଯିବାକୁ ଦେଲେ ନାହି ଗାର୍ଡ, ଜାଣନ୍ତୁ କ'ଣ ହେଲା ତା'ପରେ...
ଏହା ବି ପଢ଼ନ୍ତୁ:-କୃଷକମାନଙ୍କୁ ସ୍ମାର୍ଟଫୋନ୍ କିଣିବା ପାଇଁ ଟଙ୍କା ଦେବେ ସରକାର
ଏହା ବି ପଢ଼ନ୍ତୁ:-ସ୍ୱାଭାବିକ ହେବ ଶୀତ; ୫ ଡିଗ୍ରୀ ଯାଏଁ ଖସିବ ପାରଦ, ମଧ୍ୟମ କୁହୁଡି ସମ୍ଭାବନା
ଏହା ବି ପଢ଼ନ୍ତୁ:-ଘରେ ବସି ଏପରି ଅପଡେଟ୍ କରନ୍ତୁ ନିଜର ଭୋଟର ID କାର୍ଡର ନୂତନ ଠିକଣା, ଜାଣନ୍ତୁ ସବୁଠାରୁ ସହଜ ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-କୋରୋନାକୁ ନେଇ ଚେତାବନୀ ଜାରି କଲା WHO, କହିଲା- ମାର୍ଚ୍ଚ ସୁଦ୍ଧା ୭ ଲକ୍ଷ ଲୋକଙ୍କ ହୋଇପାରେ ମୃତ୍ୟୁ
ଏହା ବି ପଢ଼ନ୍ତୁ:-ଆଜିଠାରୁ ରାଜ୍ୟରେ ଜୁନିୟର ହକି ବିଶ୍ୱକପ୍, ରାତି ୮ଟାରେ ଭାରତ-ଫ୍ରାନ୍ସ ମଧ୍ୟରେ ମୁକାବିଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ