ଆୟକରଦାତାଙ୍କୁ ଆଶ୍ୱସ୍ତି, ବଢିଲା ରିଟର୍ଣ୍ଣ ଫାଇଲିଂ ଅବଧି

କୋରୋନା କାଳେ ଦେଶର ଆୟକରଦାତାଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। କେନ୍ଦ୍ର ସରକାର ଆୟକର, ଜିଏସଟି ସହ ଅଡିଟ ରିପୋର୍ଟ ଦାଖଲର ଅବଧିକୁ ବୃଦ୍ଧି କରିଛନ୍ତି।

Last Updated : Oct 24, 2020, 05:25 PM IST
ଆୟକରଦାତାଙ୍କୁ ଆଶ୍ୱସ୍ତି, ବଢିଲା ରିଟର୍ଣ୍ଣ ଫାଇଲିଂ ଅବଧି

ନୂଆଦିଲ୍ଲୀ: ମହାମାରୀର ମହାସଙ୍କଟ ବେଳେ ଆୟକରଦାତା ଓ ବ୍ୟବସାୟୀଙ୍କ ଜରଦ ବୁଝିଛନ୍ତି କେନ୍ଦ୍ର ସରକାର। ଆୟକର, ଜିଏସଟି ସହ ଅଡିଟ ରିପୋର୍ଟ ଦାଖଲର ଅବଧିକୁ ବୃଦ୍ଧି କରାଯାଇଛି। ରିଟର୍ଣ୍ଣନ୍ସ ଫାଇଲିଂର ସମୟ ସୀମା ବଢାଯାଇଥିବା ନେଇ ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା (CBDT)ପକ୍ଷରୁ ସୂଚନା ଦିଆଯାଇଛି ।  

 

ଟିକସଦାତାଙ୍କ ପାଇଁ ଆୟକର ରିଟର୍ଣ୍ଣ ପ୍ରଦାନ କରିବାର ଧାର୍ଯ୍ୟ ତାରିଖ ପୂର୍ବରୁ ୩୧ ଜୁଲାଇ ୨୦୨୦ ଥିଲା। ତାହାକୁ ଏବେ ବଢାଇ ୩୧ ଡିସେମ୍ବର ୨୦୨୦ କରାଯାଇଛି। ସେହିପରି ଟିକସଦାତା (ସେମାନଙ୍କ ସହଭାଗୀଙ୍କୁ ଅନ୍ତର୍ଭୁକ୍ତ କରି) ପାଇଁ ଆୟକର ରିଟର୍ଣ୍ଣ ପ୍ରଦାନର ତାରିଖ ୨୦୨୦ ଅକ୍ଟୋବର ୩୧ରୁ ୩୧ ଜାନୁଆରୀ ୨୦୨୧କୁ ସମ୍ପ୍ରସାରଣ ହୋଇଛି। ଏହି କରଦାତାଙ୍କ ଆକାଉଣ୍ଟକୁ ଅଡିଟ୍ କରିବା ଆବଶ୍ୟକ ରହିଥାଏ।

ଟିକସ ଅଡିଟ୍ ରିପୋର୍ଟ ଏବଂ ଆନ୍ତର୍ଜାତୀୟ ବା ନିର୍ଦ୍ଦିଷ୍ଟ ଘରୋଇ କାରବାର ସମ୍ବନ୍ଧରେ ରିପୋର୍ଟ ଦେବା ତାରିଖ ୩୧ ଡିସେମ୍ବର ୨୦୨୦କୁ ବୃଦ୍ଧି କରାଯାଇଛି। ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଆତ୍ମ-ମୂଲ୍ୟାଙ୍କନ କର ପାଇଁ ସମୟ ଅବଧି ୩୧ ଜାନୁଆରୀ ୨୦୨୧ ରହିଛି।

ସେହିପରି FORM GSTR-9/GSTR-9A ବାର୍ଷିକ ରିଟର୍ଣ୍ଣ ଫାଇଲିଂ ଅବଧି ବଢାଇବାକୁ ବି CBIC ନିଷ୍ପତ୍ତି ନେଇଛି। FORM GSTR-9C ଅନ୍ତର୍ଗତ ବ୍ୟବସାୟୀଙ୍କୁ ବି ଏହାର ସୁବିଧା ମିଳିବ। ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ୩୧ ଅକ୍ଟୋବର ୨୦୨୦ ପର୍ୟ୍ୟନ୍ତ ଫର୍ମ ପୂରଣ କରିବାର ଥିଲା। କିନ୍ତୁ ବର୍ତ୍ତମାନ ଏହାକୁ  ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

 

 

 

 

 

ट्रेंडिंग न्यूज़