)
Black Magic:
ଅନେକ ଶତାବ୍ଦୀ ଧରି ବିଭିନ୍ନ ଆଧ୍ୟାତ୍ମିକ ପଦ୍ଧତି ପାଇଁ ସମଗ୍ର ବିଶ୍ୱରେ ଭାରତର ନିଜସ୍ୱ ପରିଚୟ ରହିଆସିଛି। ଦେଶର ପ୍ରତ୍ୟେକ ବ୍ୟକ୍ତି ନିଜ ପସନ୍ଦ ଅନୁଯାୟୀ ଆଧ୍ୟାତ୍ମିକ ପଥ ଓ ପଦ୍ଧତି ଚୟନ କରି ଆଧ୍ୟାତ୍ମିକତାର ପଥରେ ଆଗକୁ ବଢିଥାନ୍ତି। କିଛି ଲୋକ ମାନ୍ତ୍ରିକ ସାଧନା ଅଭ୍ୟାସ କରନ୍ତି ଏବଂ କେହି କେହି ତାନ୍ତ୍ରିକ ସାଧନାର ପଥ ଅନୂସରଣ କରନ୍ତି। ଦେଶର ଯେକୌଣସି ସ୍ଥାନରେ ଆମେ ସାଧୁ ଏବଂ ଭିକ୍ଷୁମାନଙ୍କୁ ପାଇବା ତ କିଛିସ୍ଥାନରେ ତନ୍ତ୍ରମନ୍ତ୍ର ଜାଣିଥିବା ତାନ୍ତ୍ରିକଙ୍କୁ ପାଇବା। ଅଘୋରି ବାବାଙ୍କଠାରୁ ନାଗା ସାଧୁ,ସମସ୍ତେ ଭାରତରେ ଦେଖିବାକୁ ମିଳନ୍ତି। କେବଳ ଇଶ୍ୱରଙ୍କ ତଲାସରେ ଥିବା ବ୍ୟକ୍ତି ନୁହନ୍ତି ସାଧାରଣ ଲୋକ ମଧ୍ୟ ନିଜର ସମସ୍ୟାର ସମାଧାନ ଖୋଜିବାକୁ ଏହି ତାନ୍ତ୍ରିକ ଓ ମାନ୍ତ୍ରିକଙ୍କ ଶରଣାପନ୍ନ ହୁଅନ୍ତି। ସାଧାରଣ ଭାଷାରେ ଏଭଳି ସାଧୁଙ୍କୁ କଳାଯାଦୁର ବିଶେଷଜ୍ଞ ବୋଲି ବୁଝାଯାଏ। ତେବେ ମନରେ ପ୍ରଶ୍ନ ଉଠୁଥିବ ସତରେ ଆଜି ବି କଣ ସେଭଳି ତାନ୍ତ୍ରିକ ଅଛନ୍ତି ଯେଉଁମାନଙ୍କୁ ନେଇ ଦିନେ ପୁରା ବିଶ୍ୱରେ ଚର୍ଚ୍ଚା ଥିଲା..
ଭାରତରେ ତନ୍ତ୍ରସାଧକଙ୍କ ଇତିହାସ ବେସ ପୁରୁଣା। ଗୋଟିଏ ସମୟରେ ଯେତେବେଳେ ଭାରତ ଉପରେ ମୋଗଲ ସାମ୍ରାଜ୍ୟର ଆଧିପତ୍ୟ ଥିଲା ସେତେବେଳେ ମୋଗଲ ପୁରା ଦେଶକୁ ଛାରଖାର କରିଥିଲେ। କିନ୍ତୁ ଗୋଟିଏ ଅଂଚଳକୁ ଯିବାକୁ ସେମାନେ ଭୟ କରୁଥିଲେ। ସେମାନଙ୍କ ଭୟର କାରଣ ସେହି ଅଂଚଳର ସେନା ଯେତିକି ଥିଲା ତାଠାରୁ ଅଧିକ ଥିଲା ସେଠାରେ ରହୁଥିବା ତାନ୍ତ୍ରିକଙ୍କ ତନ୍ତ୍ରଶକ୍ତି। ସେହି ତାନ୍ତ୍ରିକଙ୍କ ମନ୍ତ୍ର ଶକ୍ତି ଆଗରେ ମୋଗଲ ଫେଲ୍ ମାରିଥିଲେ। ତେଣୁ ସେଠାକୁ ଯିବାକୁ ମୋଗଲ ସେନା ଭୟ କରୁଥିଲା। ଏହବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ସେହି ଅଂଚଳର ନାମ କଣ ... ଡେରି ନକରି ଆମେ ଆପଣଙ୍କୁ ସେହି ଅଂଚଳ ବାବଦରେ କହୁଛୁ।
ମୋଗଲ ସେନାକୁ ଭୟରେ ଜଡ଼ସଡ଼ କରିଥିବା ମନ୍ଦିର ଥିଲା ଆସାମରେ। ଆସାମର ଗୁଆହାଟି ଠାରୁ 8 କିଲୋମିଟର ଦୂରରେ ଥିବା କାମାକ୍ଷା ମନ୍ଦିର ନୀଳାଚଳ ପର୍ବତ ଉପରେ ଅବସ୍ଥିତ। ଏହି ମନ୍ଦିର ହେଉଛି ଶକ୍ତିର ଦେବୀ ସତୀଙ୍କ ମନ୍ଦିର। କାମାକ୍ଷାକୁ ତନ୍ତ୍ର ସାଧକଙ୍କ ପାଇଁ ସବୁଠାରୁ ବଡ ସ୍ଥାନ ଭାବରେ ବିବେଚନା କରାଯାଏ।ମା ଭାଗବତୀ କାମାକ୍ଷା ସିଦ୍ଧ ଶକ୍ତିପୀଠ ସତୀଙ୍କର 51 ଶକ୍ତିଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ଭଗବତୀର ମହାମୁଦ୍ରା ଏଠାରେ ଅବସ୍ଥିତ | ପୌରାଣିକ କଥାବାର୍ତ୍ତା ଅନୁଯାୟୀ, ଦେବୀ ଭଗବତୀ ଅମ୍ବୁବାଚି ପର୍ବ ସମୟରେ ଋତୁ ତୁସ୍ରାବ କରନ୍ତି। ଏହି ଅବଧିରେ ମାତା ଭଗବତୀଙ୍କ ମହାମୁଦ୍ରାରୁ ତିନି ଦିନ ପର୍ଯ୍ୟନ୍ତ ରକ୍ତ ପ୍ରବାହିତ ହୁଏ। ଏହା ତନ୍ତ ସାଧନାର ସବୁଠାରୁ ବଡ କେନ୍ଦ୍ର ବୋଲି ବିବେଚନା କରାଯାଏ। ଗୋଟିଏ ସମୟରେ କାମାକ୍ଷା ପୀଠ ତନ୍ତ୍ର ସାଧକଙ୍କ ପ୍ରଶିକ୍ଷମ କେନ୍ଦ୍ର ଥିଲା। ସେଠାରେ ବଡ଼ବଡ଼ ସାଧକ ରହୁଥିଲେ। କୁହାଯାଏ ଯେ, ମୋଗଲ ଆକ୍ରମଣ କାଳରେ ଏହି ପୀଠର ତାନ୍ତ୍ରିକଙ୍କ ତନ୍ତ୍ର କାରଣରୁ ମୋଗଲ ସେନାର ବ୍ୟାପକ କ୍ଷତି ହୋଇଥିଲା। ତେଣୁ ସେଠାକୁ ମୋଗଲ ସେନା ପରବର୍ତ୍ତି କାଳରେ ଯିବାକୁ ଅମଙ୍ଗ ହୋଇଥିଲେ।
କାମାକ୍ଷା ପୀଠ ଭଳି ଆସାମର ମାୟୋଙ୍ଗ ଗାଁ ଶତାବ୍ଦୀ ଧରି କଳା ଯାଦୁ ପାଇଁ ଜଣାଶୁଣା | କୁହାଯାଏ ଯେ ମୋଗଲମାନେ ମଧ୍ୟ ଏହି ଗାଁକୁ ଆସିବାକୁ ଭୟ କରୁଥିଲେ। ଏହି ଗାଁରେ କଳା ଯାଦୁ ସମ୍ବନ୍ଧୀୟ ଅନେକ କାହାଣୀ ଶୁଣାଯାଏ | ଗାଁର ଅଧିକାଂଶ ଲୋକ କଳା ଯାଦୁରେ ବିଶେଷଜ୍ଞ ଭାବରେ ବିବେଚିତ ହୁଅନ୍ତି। ଗାଁର ଲୋକମାନେ ବିଶ୍ୱାସ ଯେ ଶତାବ୍ଦୀ ଶତାବ୍ଦୀ ଧରି ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ତନ୍ତ୍ର ବିଦ୍ୟା ଶିଖି ଆସୁଛନ୍ତି।