ଅନୁଗୋଳ କୋଭିଡ୍ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରଙ୍କୁ କୋରୋନା
Advertisement

ଅନୁଗୋଳ କୋଭିଡ୍ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରଙ୍କୁ କୋରୋନା

ଅନୁଗୋଳରେ ପୂର୍ବରୁ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ୩୨କୁ ବୃଦ୍ଧି ପାଇଛି ।

ପ୍ରତୀକାତ୍ମକ ଫଟୋ

ରଘୁନାଥ ସାହୁ, ଅନୁଗୋଳ: ଡାକ୍ତରଙ୍କୁ କୋରୋନା । ଅନୁଗୋଳ କୋଭିଡ୍ ୧୯ ହସ୍ପିଟାଲରେ ଏହି ଡାକ୍ତର ଜଣକ କାର୍ଯ୍ୟରତ ଥିଲେ । ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ପରେ ତାଙ୍କୁ ଭୁବନେଶ୍ୱର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

ଅନୁଗୋଳରେ ପୂର୍ବରୁ ୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହା ୩୨କୁ ବୃଦ୍ଧି ପାଇଛି । ତେବେ ଏମାନଙ୍କ ମଧ୍ୟରୁ ୨୫ ଜଣ ସୁସ୍ଥ ହୋଇସାରିଲାଣି । ହେଲେ ଏମାନଙ୍କ ଚିକିତ୍ସାରେ ନିୟୋଜିତ ଥିବା ଡାକ୍ତର ଶେଷରେ କୋରୋନାରେ ଆକ୍ରାନ୍ତ ହୋଇପଡ଼ିଛନ୍ତି ।