ସମସ୍ତେ ସୁସ୍ଥ ରହିବେ ଆଉ ସୁଧୁରିବ ଭାରତର ଅର୍ଥନୀତି । ଏହି ଉଦ୍ୟେଶ ରଖି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କାମ କରୁଥିବା ବେଳେ ସଫଳ ମଧ୍ୟ ହୋଇଛି ।
Trending Photos
ରଘୁନାଥ ସାହୁ, ଅନୁଗୋଳ: ଲକଡାଉନର ପ୍ରଭାବ ଚାରିଆଡେ ବେଶ ପଡିଛି । ତେବେ ଅନୁଗୋଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ ଲକଡାଉନ ପ୍ରଭାବରେ କମିଛି କର୍ମଚାରୀଙ୍କ ସଂଖ୍ୟା । ହେଲେ ଉତ୍ପାଦନରେ ପଡିନି ଲକଡାଉନ ଇଫେକ୍ଟ । ଏବେ ବି କାରଖାନା ଗତିଶୀଳ ରହିଛି । ନିରବଚ୍ଛିନ୍ନ ଭାବେ ଆଙ୍କି ଚାଲିଛି ବିକାଶର ନକ୍ସା ।
ଲକଡାଉନ ପ୍ରଭାବରେ ସାର ଅନୁଗୋଳ: ଲକଡାଉନର ପ୍ରଭାବ ଚାରିଆଡେ ବେଶ ପଡିଛି । ତେବେ ଅନୁଗୋଳ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରେ ଲକଡାଉନ ପ୍ରଭାବରେ କମିଛି କର୍ମଚାରୀଙ୍କ ସଂଖ୍ୟା । ହେଲେ ଉତ୍ପାଦନରେ ପଡିନି ଲକଡାଉନ ଇଫେକ୍ଟ । ଏବେ ବି କାରଖାନା ଗତିଶୀଳ ରହିଛି । ନିରବଚ୍ଛିନ୍ନ ଭାବେ ଆଙ୍କି ଚାଲିଛି ବିଦେଶ ଏକ ପ୍ରକାର ଥପ ହୋଇ ଯାଇଛି । ଅର୍ଥନୈତିକ ସ୍ଥିତିରେ ଅବନତି ଦେଖାଦେଇଛି । ତେବେ ଏହି ଦୁର୍ଦ୍ଦିନ ସମୟରେ ରାଜ୍ୟ ତଥା ଦେଶର ବିକାଶ ପାଇଁ ଲକଡାଉନରେ ପଛକୁ ହଟି ନାହିଁ ଅନୁଗୋଳ ଜିଲ୍ଲାରେ ଥିବା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ । ସାମାଜିକ ଦୂରତା ଓ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ମଧ୍ୟ ନିଜ କାମ ସୁରୁଖୁରୁରେ କରି ଚାଲିଛି । ଆଉ ଦେଶ ବିକାଶର ନିଜକୁ ସାମିଲ କରି ନେଇଛନ୍ତି ସମସ୍ତ କର୍ମଚାରୀ । କୋରୋନା କଟକଣାର ପ୍ରତିଟି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ପ୍ଲାଣ୍ଟରେ କାମ କରୁଛନ୍ତି । ଆଉ କମ୍ପାନୀର ଉତ୍ପାଦନ କମିବାକୁ ଦେଇ ନାହାନ୍ତି । ଆଉ କମ୍ପାନୀ ପକ୍ଷରୁ ପ୍ଳାଣ୍ଟ ପରିସରରେ ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ କରିବା ସହ ସାନିଟେସନ କାମ ମଧ୍ୟ କରା ଯାଉଛି । କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସମସ୍ତେ କିଭଳି ସଚେତନ ହୋଇ କାମ ଅକରିବେ ସେ ଦିଗରେ ବେଶ ଦ୍ରୁଷ୍ଟି ଦିଆ ଯାଇଛି । ଆଉ ଭିତରେ ଥିବା ଦୋକାନ ବଜାର ମଧ୍ୟ ସାମାଜିକ ଦୂରତା ରଖି ବେପାର କରୁଛନ୍ତି ।
ନିଜ ନିଜ ଭିତରେ ସାମାଜିକ ଦୂରତା ରଖିବା ସହ ମାସ୍କ ବ୍ୟବହାର କରୁଛନ୍ତି ସଭିଏଁ । ପୂର୍ବ ଅପେକ୍ଷା କମ ଶ୍ରମିକଙ୍କୁ ନେଇ କାମ ହେଉଛି । ନିୟମିତ ଭାବେ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ପ୍ଳାଣ୍ଟ ଗେଟରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । କାରଖାନା ଭିତରେ ଯିବା ଆସିବା କରୁଥିବା ଗାଡି ଗୁଡିକୁ ସାନିଟାଇଜ ହେଉଛି । କରୋନା ଭାଇରସରୁ ରକ୍ଷା ପାଇବା ସହ କମ୍ପାନୀର ଉତ୍ପାଦନ କିଭଳି ନ କମିବ ସେ ଦିଗରେ କର୍ତ୍ତୁପକ୍ଷ ବେଶ ଧ୍ୟାନ ଦେଇଛନ୍ତି । ଏହା ସହ କମ୍ପାନୀ ପକ୍ଷରୁ 50 ହଜାର ନିଃସହାୟ ଲୋକ ଓ ଆଖପାଖ ଗାଁ ଗୁଡିକରେ ଖାଇବାକୁ ଦେବା ସହ ମାସ୍କ ମଧ୍ୟ ବଣ୍ଟନ କରାଯାଇଛି । ସବୁଠାରୁ ବଡ କଥା ହେଲା ଏହି ଲକଡାଉନ ସମୟରେ କମ୍ପାନୀର ଉତ୍ପାଦନ ବେଶ ଭଲ ହୋଇଛି ବୋଲି ସୂଚନା ଦେଇଛନ୍ତି ଜେଏସପିଏଲ ସିଇଓ ।
ସମସ୍ତେ ସୁସ୍ଥ ରହିବେ ଆଉ ସୁଧୁରିବ ଭାରତର ଅର୍ଥନୀତି । ଏହି ଉଦ୍ୟେଶ ରଖି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ କାମ କରୁଥିବା ବେଳେ ସଫଳ ମଧ୍ୟ ହୋଇଛି ।