Advertisement
Article Detail0/zeeodisha/odisha2302689
Zee OdishaAngulJapanese encephalitis: ଓଡ଼ିଶାରେ ପୁଣି ଜାପାନୀ ଜ୍ୱର ଆତଙ୍କ, ୨ ଶିଶୁ ଆକ୍ରାନ୍ତ!

Japanese encephalitis: ଓଡ଼ିଶାରେ ପୁଣି ଜାପାନୀ ଜ୍ୱର ଆତଙ୍କ, ୨ ଶିଶୁ ଆକ୍ରାନ୍ତ!

Japanese encephalitis: ରାଜ୍ୟରେ ପୁଣି ଥରେ ଜାପାନିଜ୍ ଏନ୍‌ସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ରୋଗରେ ବର୍ତ୍ତମାନ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା କୁହାଯାଉଛି। 

 

Japanese encephalitis
Japanese encephalitis

Japanese encephalitis: ଓଡ଼ିଶାରେ ପୁଣି ଥରେ ଜାପାନୀ ଜ୍ୱର ଆତଙ୍କ ଦେଖିବାକୁ ମିଳିଛି। ସମୟ ବଦଳିଛି କିନ୍ତୁ ଏବେବି ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଦେଖିବାକୁ ମଳିପାରି ନାହିଁ। ମନେ ପକାଇ ଦେଉଛୁ ଯେ ରାଜ୍ୟରେ ୨୦୧୨ ମସିହାରେ ମାଲକାନିଗିରି ଜିଲ୍ଲାରେ ଜାପାନୀ ଜ୍ୱର ଆତଙ୍କ ମଚାଇଥିଲା। ଏହି ସମୟରେ ୨୦୦ରୁ ଉର୍ଦ୍ଧ୍ୱ ଏହି ରୋଗରେ ପୀଡି଼ତ ହୋଇଥିଲେ ଏବଂ ୨୪ ଜଣ ନିରୀହ ଶିଶୁଙ୍କ ପ୍ରାଣ ଯାଇଥିଲେ। ପରେ  ଆରଏମଆରସି ଏହାର କାରଣ ଖୋଜି ଜାଣିବାକୁ ପାଇଥିଲା ଯେ ମଶା କାମୁଡିବା ପାଇଁ ଲୋକେ ଏହି ରୋଗରେ ପୀଡ଼ିତ ହେଉଥିଲେ।

ସମୟ ବଦଳିଛି ସତ କିନ୍ତୁ ଆଜି ବି ସମାନ ଘଟଣା ପୁଣିଥରେ ଦେଖିବାକୁ ମିଳିଛି। ରାଜ୍ୟରେ ପୁଣି ଥରେ ଜାପାନିଜ୍ ଏନ୍‌ସେଫାଲିଟିସ୍ ଆତଙ୍କ ଦେଖା ଦେଇଛି । ଏହି ରୋଗରେ ବର୍ତ୍ତମାନ ଅନୁଗୁଳ ଜିଲ୍ଲାରୁ ୪ ଜଣ ପୀଡ଼ିତ ଥିବା କୁହାଯାଉଛି। ଏହା ପରେ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏବଂ ପୁଣିଥରେ ଏହି ଜାପାନିଜ୍ ଏନ୍‌ସେଫାଲିଟିସ୍ କପରି ବ୍ୟାପିଲା ତାହା ଜାଣିବା ପାଇଁ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଚାରି ଜଣିଆ ଟିମ୍ ଅନୁଗୁଳ ଗସ୍ତରେ ଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୋଶଳା ଏବଂ ବନ୍ତଳା ଅଞ୍ଚଳରୁ ଦୁଇ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜାପାନିଜ୍ ଏନ୍‌ସେଫାଲିଟିସ୍ ସଂକ୍ରମଣ ଚିହ୍ନଟ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହାକୁ ନେଇ ତତ୍ପରତା ପ୍ରସ୍ତୁତି ଆରମ୍ଭ ହୋଇଛି।  ଏହି ରୋଗ ପାଇଁ ତେବେ ଅନେକ ସମୟରେ ଟିକା କରଣ ହେଉଥିବା ଯୋଗୁଁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବନନ୍ଦ ମହାନ୍ତି କହିଛନ୍ତି।

Add Zee News as a Preferred Source

ଏହା ମଧ୍ୟ ଖବର ରହିଛି ଯେ ବହୁ ଚିକିତ୍ସା ପରେ ସୁସ୍ଥ ନ ହେବାରୁ ଦୁଇ ଶିଶୁଙ୍କ ରକ୍ତ ନମୁନା ଭୁବନେଶ୍ୱର ପଠାଯାଇଥିଲା। ଏହାପରେ ଭୁବନେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଅନୁଗୁଳ ଯାଇଥିବା ଜଣାଯାଇଛି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛନ୍ତି। କହିରଖୁଛୁ ଯେ ଦୁଇ ଶିଶୁ ଜାପାନୀ ଜ୍ୱରରେ ପୀଡ଼ିତ ହୋଇଛନ୍ତି କି ନାହିଁ ତାହା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା  ସ୍ପଷ୍ଟ କରାଯାଇ ନାହିଁ। 

About the Author