ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ
Advertisement

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ

ହସ୍ପିଟାଲ ରେ ଭର୍ତ୍ତି ପରେ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିଲେ ଆଲିଆ ଭଟ୍ଟ । ପରେ ସୁଟିଂ ସେଟରେ ପହଞ୍ଚି ପୁଣି ନିଜର କାମ ଆରମ୍ଭ କରିଦେଇଥିଲେ । 

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ: ବଲିଉଡର ଜଣେ ଆଗଧାଡ଼ିର ନାୟିକା ଭାବେ ଏବେ ବେଶ ପରିଚିତ Alia Bhatt । ନିଜର ଆଗାମୀ ପ୍ରୋଜେକ୍ଟକୁ ନେଇ ବେଶ ସିରିୟସ ଥିବା ଆଲିଆ ଭଟ୍ଟ Hospital ରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁସାରେ, ନିଜର ଫିଲ୍ମ ଗଙ୍ଗୁବାଇ କାଠିଆୱାଡି ସୁଟିଂ ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ସୂଚନା ମୁତାବକ, ଅତ୍ୟଧିକ ପରିଶ୍ରମ ଓ କ୍ଲାନ୍ତ ଅନୁଭବ କରୁଥିବାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା । ହସ୍ପିଟାଲ (Hospital) ରେ ଭର୍ତ୍ତି ପରେ ସେ ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିଲେ । ପରେ ସୁଟିଂ ସେଟ (Shooting set)ରେ ପହଞ୍ଚି ପୁଣି ନିଜର କାମ ଆରମ୍ଭ କରିଦେଇଥିଲେ । 

Also Read: ଚଳିତବର୍ଷ EID ରେ ଧମାଲ କରିବ ସଲମାନ ଖାନଙ୍କ 'ରାଧେ'

ଦ ଗଲି ବୟ ଆକ୍ଟ୍ରେଷ ଆଲିଆ ଭଟ୍ଟ(Alia Bhatt) ଏବେ ନିଜର ଅନେକ କିଛି ପ୍ରୋଜେକ୍ଟ (Project)ରେ କାମ କରୁଛନ୍ତି । ନିର୍ଦ୍ଦେଶକ ସଞ୍ଜୟ ଲିଲା ଭନସାଲୀ (Sanjay Leela Bhansali) ଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡି (Gangubai Kathiawadi)  ମୁମ୍ବାଇ (Mumbai) ରେ ହିଁ ସୁଟିଂ ଚାଲିଛି । ଏହି ଫିଲ୍ମଟି ଚଳିତବର୍ଷ ଦୀପାବଳି (Diwali) ରେ ରିଲିଜ କରିବାକୁ ଯୋଜନା ରଖିଛନ୍ତି ପୁରା ଟିମ୍।