ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର; ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର
Advertisement
Article Detail0/zeeodisha/odisha934424

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର; ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର

ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ନିର୍ଦ୍ଦେଶକ ରାଜୁ ସାପ୍ତେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ ତାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ନାମ କହିଛନ୍ତି। 

ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର; ଫାଶୀ ଲଗାଇ ଆତ୍ମହତ୍ୟା କଲେ ଆର୍ଟ ଡାଇରେକ୍ଟର

ପୁଣେ: ଫିଲ୍ମ ଜଗତ ପାଇଁ ଆଉ ଏକ ଦୁଃଖଦ ଆସିଛି। ମରାଠୀ ଚଳଚ୍ଚିତ୍ର ଏବଂ ଟିଭି ଶୋ’ର ଆର୍ଟ ଡାଇରେକ୍ଚର ରାଜୁ ସାପ୍ତେଙ୍କ ମୃତଦେହ ମିଳିଛି। 
ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚୱାଡସ୍ଥିତ ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ରାଜୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଏପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚକୁ ଭିତ୍ତି କରି ପୋଲିସ କହିଛି ଯେ ଟ୍ରେଡ ୟୁନିୟନ ସହ ଜଡିତ ଜଣେ ବ୍ୟକ୍ତି ତାଙ୍କୁ ନିର୍ଯାତନା ଦେଇଥିଲେ, ଯେଉଁ କାରଣରୁ ରାଜୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ।

ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ନିର୍ଦ୍ଦେଶକ ରାଜୁ ସାପ୍ତେ ଏକ ଭିଡିଓ ଜାରି କରିଥିଲେ। ଯେଉଁଥିରେ ସେ ତାଙ୍କୁ ନିର୍ଯାତନା ଦେଉଥିବା ବ୍ୟକ୍ତିଙ୍କ ନାମ କହିଛନ୍ତି। ୱାକଡ ଥାନାର ବରିଷ୍ଠ ଇନ୍ସପେକ୍ଟର ବିବେକ ମୁଗାଲିକର କହିଛନ୍ତି ଯେ, ପୋଲିସ ଭିଡିଓ କ୍ଲିପ ଏବଂ ସୁଇସାଇଡ୍ ନୋଟ ଉଦ୍ଧାର କରିଛି। ଆତ୍ମହତ୍ୟାକୁ ନେଇ ଏକ ମାମଲା ରୁଜୁ କରିଛୁ। ଅଧିକ ତଦନ୍ତ ଚାଲିଛି।

Also Read: ବଦଳିଲା ସମୟ! ଆଲିଆ ଭଟ୍ଟଙ୍କୁ କାମ ମାଗିଲେ ଶାହରୁଖ ଖାନ୍

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ରାଜୁ ସାପଟେ କହିଛନ୍ତି, 'ମୋର ଉପରେ କାହାର କୌଣସି ବକେୟା ନାହିଁ। ମୁଁ ବର୍ତ୍ତମାନ ପାଞ୍ଚଟି ପ୍ରୋଜେକ୍ଟରେ କାମ କରୁଛି। ରାକେଶ ମୌରିଆ ମୋ ବିରୁଦ୍ଧରେ ଲୋକଙ୍କୁ ଉତ୍ସାହିତ କରୁଛନ୍ତି। ଏପରି ପରିସ୍ଥିତିରେ ମୁଁ କୌଣସି କାମ ଆରମ୍ଭ କରିପାରିବି ନାହିଁ। ରାକେଶଙ୍କ ପାଇଁ ମୋତେ ନିକଟରେ ଗୋଟିଏ ପ୍ରଜେକ୍ଟ ଛାଡିବାକୁ ପଡିଲା। ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି। ମୁଁ ନ୍ୟାୟ ଦାବି କରୁଛି। ରାଜୁ ସାପ୍ତେ 'ମାନ୍ୟା ଦ ୱାଣ୍ଡର ବଏ' ଏବଂ 'ଅମ୍ବାତ ଗୋଣ୍ଡ' ଭଳି ଚଳଚ୍ଚିତ୍ରର କଳା ନିର୍ଦ୍ଦେଶକ ଥିଲେ।