ପୁସ୍ତକ ମେଳାରେ ପକେଟ୍ ମାରି ଅଭିନେତ୍ରୀ ଗିରଫ, ଦିନେ ଦିଦିଙ୍କ ଉଡ଼ାଇଥିଲେ ମଜାକ୍
Advertisement

ପୁସ୍ତକ ମେଳାରେ ପକେଟ୍ ମାରି ଅଭିନେତ୍ରୀ ଗିରଫ, ଦିନେ ଦିଦିଙ୍କ ଉଡ଼ାଇଥିଲେ ମଜାକ୍

Kolkata International Book Fairରୁ ଅଭିନେତ୍ରୀ ରୂପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ପକେଟ ମାର ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ ବେଳେ ଅଭିନେତ୍ରୀଙ୍କ ନିକଟରୁ ୭୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି।

ସୌ: ସୋସିଆଲ ମିଡିଆ

କୋଲକାତା: ମନୋରଞ୍ଜନ ଦୁନିଆ ପାଇଁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ପେଟକ ମାରିବା ଅଭିଯୋଗରେ ଜଣେ ସେଲିବ୍ରିଟି ତଥା ଅଭିନେତ୍ରୀ ବନ୍ଧା ହୋଇଛନ୍ତି। କୋଲକାତା ପୁସ୍ତକ ମେଳାରେ ପର୍ସ ଚୋରି କରିବା ଅଭିଯୋଗରେ ଲୋକପ୍ରିୟ ବଙ୍ଗଳା ଅଭିନେତ୍ରୀ ରୂପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ଅଳିଆ ଗଦାରେ ପର୍ସ ଫୋପାଡିବା ଦେଖି ଅଭିନେତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କୁ ନେଇ ରୂପା ଦତ୍ତା ଦିନେ ଚର୍ଚ୍ଚାରେ ଥିଲେ।

Kolkata International Book Fairରୁ ଅଭିନେତ୍ରୀ ରୂପା ଦତ୍ତାଙ୍କୁ ପୋଲିସ ଗିରଫ କରିଛି। ପକେଟ ମାର ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ଗିରଫ ବେଳେ ଅଭିନେତ୍ରୀଙ୍କ ନିକଟରୁ ୭୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ଡଷ୍ଟବିନରେ ସେ ପର୍ସ ଫିଙ୍ଗୁ ଥିବା ଦେଖିବା ପାରେ ତାଙ୍କ ଉପରେ ସନ୍ଦେହ ହୋଇଥିଲା। ତେବେ ଅଭିନୟ ଛାଡି ରୂପା ଦତ୍ତା କାହିଁକି ଚୋରି କରୁଥିଲେ ବା କିପରି ଏହିପରି ପରିସ୍ଥିତି ଉପୁଜିଲା ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

Also Read: କାହିଁକି ପୁଟିନଙ୍କୁ ଡରୁଛନ୍ତି ବାଇଡେନ୍? ବିଶ୍ୱରେ ଆତଙ୍କ ଖେଳାଇଛି ଋଷର 'Dead Hand'

 

ଅଭିନେତ୍ରୀ ରୂପା ଅଭିନୟ ଅପକ୍ଷେ ବିବାଦକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ୨୦୨୦ ସେପ୍ଟେମ୍ବରରେ ରୂପା ଦତ୍ତା, ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ସେକ୍ସୁଆଲ ହାରାସମେଣ୍ଟ ଅଭିଯୋଗ ଆଣିଥିଲେ। ଏପରି କି ସେ ଡ୍ରଗ୍ସ ସେବନ କରୁଥିବା ମଧ୍ୟ କହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଯାହାଙ୍କ ନାମରେ ଏହି ସବୁ ଅଭିଯୋଗ ଆଣିଥିଲେ ସେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ନୁହଁ ଅନ୍ୟ କେହି ଥିଲେ।

ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଟ୍ୱିଟର ପୋଷ୍ଟ ପାଇଁ ପକେଟ ମାର ଅଭିନେତ୍ରୀ ରୂପା ଦତ୍ତା ବିବାଦକୁ ଆସିଥିଲେ। ଗତ ୧୦ ମାର୍ଚ୍ଚରେ ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ବାହାରିଛି। ଏହାର ଦିନକ ପରେ ସେ କଂଗ୍ରେସ ଓ ମମତା ବାନାର୍ଜୀଙ୍କ ମଜାକ ଉଡାଇଥିଲେ। ପ୍ରଥମ ଟ୍ୱଟରେ କଂଗ୍ରେସର ଭାଇରାଲ RIP ଫଟୋ ସେୟାର କରିଥିବା ବେଳେ ଦ୍ୱିତୀୟ ଟ୍ୱିଟରେ ମମତା ବାନାର୍ଜୀଙ୍କ ଫଟୋ ସହ 'ଟାଟା, ବାଏ ବାଏ ଓ ଆଲ୍ହାଫିଜ୍, ଖେଲା ଶେଷ' ବୋଲି ଲେଖି ଥିଲେ।