ପୁରାଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ (Pushpak Viman) , ରାମସେତୁ ନିର୍ମାଣ ଓ ନିଆଁ ଲାଗିଲା ପରେ ବି ହନୁମାନ (Hanuman) ଙ୍କ ଲାଞ୍ଚ କେମିତି ଜଳିଲା ନାହିଁ ତାହାର ବୈଜ୍ଞାନିକ କାରଣ ପିଲାମାନେ 'ରାମଚରିତମାନସରେ ବିଜ୍ଞାନ ଠାରୁ ସାମାଜିକ ଉତ୍ଥାନ'ରେ ପଢିବେ।
Trending Photos
ଭୋପାଳ: ଭାରତର କୌଣସି ଇତିହାସ ପାଠ୍ୟପୁସ୍ତକରେ ପୌରାଣୀକ କଥାବସ୍ତୁକୁ ସ୍ଥାନ ଦିଆଯାଇନାହିଁ। କିନ୍ତୁ ଏବେ ବିଶ୍ୱବିଦ୍ୟାଳୟରେ ପିଲା ରାମାୟଣ (Ramayan) ପଢିବେ। ମଧ୍ୟପ୍ରଦେଶର ଭୋଜ ମୁକ୍ତ ବିଶ୍ୱବିଦ୍ୟାଳୟରେ ତୁଳସୀ ଦାସଙ୍କ ରଚିତ ରାମଚରିତମାନସ ପଢାଯିବ। ଏଥିପାଇଁ ନୂଆ ଶିକ୍ଷା ନୀତି ଆଧାରରେ ଏକ ସ୍ୱତନ୍ତ୍ର କୋର୍ସ ମଧ୍ୟ ପ୍ରତିଷ୍ଠା କରାଯାଇଛି।
ନୂଆ ଶିକ୍ଷା ନୀତି (NEP) ଆଧାରରେ ଭୋଜ ମୁକ୍ତ ବିଶ୍ୱବିଦ୍ୟାଳୟ (Bhoj Open University) ଏକ ଡିପ୍ଲୋମା କୋର୍ସ (Diploma Course) ଖୋଲିଛି। ଯୋହାର ନାଁ 'ରାମଚରିତମାନସରେ ବିଜ୍ଞାନ ଠାରୁ ସାମାଜିକ ଉତ୍ଥାନ' ରଖାଯାଇଛି। ଏହି କୋର୍ସରେ ଛାତ୍ରଛାତ୍ରୀଙ୍କୁ ରାମଚରିତମାନସ ସହ ସମ୍ପୃକ୍ତ ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ, ଜୀବ ବିଜ୍ଞାନ ଓ ପରିବେଶ ବିଜ୍ଞାନ ପଢାଯିବ। ପୁରାଣରେ ବର୍ଣ୍ଣିତ ରାବଣଙ୍କ ପୁଷ୍ପକ ବିମାନ (Pushpak Viman) , ରାମସେତୁ ନିର୍ମାଣ ଓ ନିଆଁ ଲାଗିଲା ପରେ ବି ହନୁମାନ (Hanuman) ଙ୍କ ଲାଞ୍ଚ କେମିତି ଜଳିଲା ନାହିଁ ତାହାର ବୈଜ୍ଞାନିକ କାରଣ ପିଲାମାନେ 'ରାମଚରିତମାନସରେ ବିଜ୍ଞାନ ଠାରୁ ସାମାଜିକ ଉତ୍ଥାନ'ରେ ପଢିବେ।
Also Read: Chanakya Niti: କ'ଣ ଆପଣଙ୍କ ଠାରେ ଏହି ୪ ଟି ଗୁଣ ଅଛି ତେବେ ଆପଣ ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ?
'ରାମଚରିତମାନସରେ ବିଜ୍ଞାନ ଠାରୁ ସାମାଜିକ ଉତ୍ଥାନ' (Ramcharitmanas) ଡିପ୍ଲୋମା କୋର୍ସ ବର୍ଷକରେ ସରିବ। ଦ୍ୱାଦଶ ପାସ କରିଥିବା ପ୍ରାର୍ଥୀ ଏହି କୋର୍ସ ପାଇଁ ଆବେଦନ କରି ପାରିବେ। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ୫୦ ଜଣଙ୍କ ନାମ ଲେଖାଯିବ। ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମାର୍ଚ୍ଚ ୩୧ ଶେଷ ତାରିଖ ବୋଲି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି।