• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଦୁର୍ଘଟଣାରେ ଜୀବନ ହାରିଲେ ବିଗ୍ ବସ-14 ସିଜିନ୍ ର ଜଣେ ସଦସ୍ୟ...

ବିଗ୍ ବସ 14 ରିୟାଲିଟି ସୋର ଜଣେ ସଦସ୍ୟଙ୍କ ଅକାଳରେ ମୃତ୍ୟୁ ଘଟିଛି । ପିସ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ । 

ଦୁର୍ଘଟଣାରେ ଜୀବନ ହାରିଲେ ବିଗ୍ ବସ-14 ସିଜିନ୍ ର ଜଣେ ସଦସ୍ୟ...

ମୁମ୍ବାଇ; ଟେଲିଜଗତର ଲୋକପ୍ରିୟ ରିୟାଲିଟି ସୋ ବିଗ୍ ବସ କୁ ନେଇ ସବୁବେଳେ ଚର୍ଚ୍ଚା ଜୋର ଧରିଥାଏ । ପ୍ରତିଟି ସିଜିନ୍ ରେ ଦେଖିବାକୁ ମିଳେ କିଛି ନୂଆ ନୂଆ ଟ୍ୱିଷ୍ଟ । ସେପଟେ ଏହି ରିୟାଲିଟି ସୋର ଟିଆରପିକୁ ନେଇ ବି ସବୁବେଳେ ଚର୍ଚ୍ଚା ଚାଲିଥାଏ । ତେବେ ବିଗ୍ ବସ 14 ରିୟାଲିଟି ସୋର ଜଣେ ସଦସ୍ୟଙ୍କ ଅକାଳରେ ମୃତ୍ୟୁ ଘଟିଛି ।

ଏହି କାର୍ଯ୍ୟକ୍ରମର ହୋଷ୍ଟ ବଲିଉଡ ଅଭିନେତା ସଲମାନ ଖାନ (SalmanKhan)ଙ୍କ ଟ୍ୟାଲେଣ୍ଟ ମ୍ୟାନେଜର (Talent Manager)  ପିସ୍ତା ଧକ୍କଡ (Psita Dhakad) ଙ୍କ ମୃତ୍ୟୁ ଖବର ଏବେ ସିରିୟଲ (Serial) ଜଗତରେ ଚହଳ ସୃଷ୍ଟି କରିଛି। ପୋଲିସର କହିବାନୁସାରେ ପିସ୍ତାଙ୍କ ମୃତ୍ୟୁ ଏକ ସଡ଼କ ଦୁର୍ଘଟଣା (Road Accident) ଯୋଗୁଁ ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇର ଗୋରେଗାଁଓ (Mumbai Goregaon) ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Also Read; ପୁରୁଣା ପ୍ରେମକୁ ଫେରି ପାଇଲେ ଲଭ୍ ଗୁରୁ

ସୁଟିଂ (Shooting) ସାରି ଫେରିବା ସମୟରେ ପିସ୍ତା ଧକ୍କଡ ଏବଂ ତାଙ୍କର ଜଣେ ସହଯୋଗୀ (Assistant) ବାଇକରେ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ପ୍ରବଳ ଥଣ୍ଡା ଓ କୁହୁଡ଼ି (Fog) ଯୋଗୁଁ ତାଙ୍କୁ ରାସ୍ତା ସଫା ନଜର ଆସୁନଥିଲା ସେଥିପାଇଁ ଭାରସାମ୍ୟ ହରାଇ ସେ ଏବଂ ତାଙ୍କ ସହଯୋଗୀ ବାଇକ(Bike)ରୁ ଖସିପଡ଼ି ରାସ୍ତାରେ ପଡ଼ିଯାଇଥିଲେ । 

ଘଟଣାସ୍ଥଳରେ ପିସ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ । କିନ୍ତୁ ସହଯୋଗୀ ଜଣଙ୍କ ତାଙ୍କୁ ନେଇ ହସ୍ପିଟାଲ (Hospital)ରେ ପହଞ୍ଚିଥିଲେ ହେଲେ ଡାକ୍ତର (Doctor) ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ପୋଲିସ (Police) ଖବର ପାଇ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଜାଣିବ ପରେ ଶୋକପ୍ରକାଶ କରିଛନ୍ତି ବିଗ-ବସ 14 (Bigg Boss-14) ର ଅନ୍ୟ ସଦସ୍ଯ ।