ରୂପେଲି ପରଦାରେ ଏକ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଡ୍ (Sonu Sood) ବର୍ତ୍ତମାନ ରାଜନୀତି (Punjab election 2022) ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଅଭିନେତା ତାଙ୍କ ଦଳ ଘୋଷଣା କରିପାରନ୍ତି।
Trending Photos
ମୋଗା: ଦୀର୍ଘ ଦିନ ଧରି ଅଭିନେତା ସୋନୁ ସୁଡଙ୍କ ରାଜନୀତି ଏଣ୍ଟ୍ରିକୁ ନେଇ କଳ୍ପନାଜଳ୍ପନା ଚାଲିଛି। ଏହି ସମୟରେ, ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ରବିବାର ସୋନୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଆସନ୍ତା କିଛି ଦିନ ମଧ୍ୟରେ ଭଉଣୀ ମାଲଭିକା ଏବଂ ତାଙ୍କ ପରିବାର ନିର୍ବାଚନ ରଣନୀତି ସହିତ ଦଳ ଘୋଷଣା କରିବେ। ତାଙ୍କ ଭଉଣୀ ମାଲଭିକା ପୂର୍ବରୁ ହିଁ ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିସାରିଛନ୍ତି।
ରୂପେଲି ପରଦାରେ ଏକ ଛାପ ଛାଡିଥିବା ଲୋକପ୍ରିୟ ଅଭିନେତା ସୋନୁ ସୁଡ୍ (Sonu Sood) ବର୍ତ୍ତମାନ ରାଜନୀତି (Punjab election 2022) ରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ଆସନ୍ତା ୧୦ ଦିନ ମଧ୍ୟରେ ଅଭିନେତା ତାଙ୍କ ଦଳ ଘୋଷଣା କରିପାରନ୍ତି। ରାଜନୀତିରେ ପ୍ରବେଶ କରିବା ନେଇ ସୋନୁ ସୁଡ ନିଜେ ସୂଚନା ଦେଇଛନ୍ତି। ମଙ୍ଗଳବାର ସୋନୁ ଗରିବ ଝିଅ ଓ ଆଶାକର୍ମୀଙ୍କୁ ହଜାରେ ସାଇକେଲ ବାଣ୍ଟିବେ। କିନ୍ତୁ ଜାନୁଆରୀ ୫ରେ ପଞ୍ଜାବ (Punjab) ର ଫିରୋଜପୁରରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ସମାବେଶରେ ଯୋଗଦେବା ଖାବରକୁ ଅଭିନେତା ଖଣ୍ଡନ କରିଛନ୍ତି।
Also Read: 'RRR'ର ରିଲିଜ୍ ତାରିଖ ଘୁଞ୍ଚିଲା, କ୍ଷତି ହେବ ବଜେଟର ବଡ଼ ଭାଗ
ରବିବାର ସୋନୁ ସୁଡଙ୍କ ବିବୃତ୍ତି ଆସିବା ପରେ ଏହା ପ୍ରାୟ ନିଶ୍ଚିତ ଯେ ସେ ସମସ୍ତେ ରାଜନୈତିକ ପୋଖରୀକୁ ଡେଇଁବାକୁ ଯାଉଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୋନୁ ସୁଡଙ୍କ ଭଉଣୀ ମାଲଭିକା (Malvika) ଘୋଷଣା କରିସାରିଛନ୍ତି। ଗତମାସରେ ସୋନୁ, ଚଣ୍ଡିଗଡ଼ରେ ଏକ ସାମ୍ବାଦିକ ସମ୍ମିଳନୀ କରି ଭଉଣୀ ମାଲଭିକାଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ସ୍ପଷ୍ଟ କରିଥିଲେ। ନିକଟରେ ସୋନୁ ସୁଡ ପଞ୍ଜାବର ବର୍ତ୍ତମାନର ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କୁ ମଧ୍ୟ ଭେଟିଥିଲେ। ଯାହା ପରେ ସେ କଂଗ୍ରେସକୁ ଯିବାର ଆଲୋଚନା ହେଉଥିଲା।
ଅଭିନେତା ରବିବାରର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେ ମୋଗା ପାଇଁ କାମ କରୁଛନ୍ତି ଏବଂ ଏହା ଜାରି ରଖିବେ। ଯଦିଓ ସେ ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାଁନ୍ତି କି ସେ ନିଜ ପାର୍ଟି ଗଠନ କରିବେ ନା ତାଙ୍କ ଭଉଣୀ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ ବିଷୟରେ ଘୋଷଣା କରିବେ। ବର୍ତ୍ତମାନ ସୁଦ୍ଧା ଏହା ସସପେନ୍ସ ରହିଛି। ଅଭିନେତା ସୋନୁ ସୁଡ୍, କରୋନା କାଳରେ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲେ। ଅସହାୟ ଏବଂ ଗରିବ ଲୋକଙ୍କୁ ସାହାଯ୍ୟ କରିଥିବାରୁ ସୋନୁଙ୍କୁ ବିଭିନ୍ନ ମହଲରେ ଖୁବ୍ ପ୍ରଶଂସା କରାଯାଇଥିଲା। ଏପରି କି ଲୋକେ ତାଙ୍କୁ ଭାରତରତ୍ନ ଦେବାକୁ ବି ଦାବି କରିଥିଲେ।