Odisha Election 2024: ବିଜେପିର ଅଭିଯୋଗ କଣ୍ଟାବାଞ୍ଜି ଆସନ ପାଣ୍ଡିଆନ୍‍ଙ୍କ ପାଇଁ, ବିଜେଡି କହିଲା ଫେକ୍‍ ନ୍ୟୁଜ୍‍
Advertisement
Article Detail0/zeeodisha/odisha2223301

Odisha Election 2024: ବିଜେପିର ଅଭିଯୋଗ କଣ୍ଟାବାଞ୍ଜି ଆସନ ପାଣ୍ଡିଆନ୍‍ଙ୍କ ପାଇଁ, ବିଜେଡି କହିଲା ଫେକ୍‍ ନ୍ୟୁଜ୍‍

Odisha Election 2024: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ଏଥର ଦୁଇଟି ଆସନରୁ କାହିଁକି ଲଢ଼ୁଛନ୍ତି? ଏହାକୁ ନେଇ ରାଜ୍ୟ ବିଜେପି ଏକ ନୂଆ ସମୀକରଣ ସାମ୍ନାକୁ ଆଣିଛ। 

 

Odisha Election 2024 (Naveen And Pandian)

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ଏଥର ଦୁଇଟି ଆସନରୁ କାହିଁକି ଲଢ଼ୁଛନ୍ତି? ଏହାକୁ ନେଇ ରାଜ୍ୟ ବିଜେପି ଏକ ନୂଆ ସମୀକରଣ ସାମ୍ନାକୁ ଆଣିଛ। ଦଳର ଦୁଇନମ୍ବର ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ୍‍ଙ୍କୁ ଗୋଟିଏ ଆସନ ଦେଇ ପଛଦ୍ୱାରରେ ତାଙ୍କୁ କ୍ଷମତା ଦେବା ଲାଗି ନବୀନ ଏହି ଯୋଜନା କରିଛନ୍ତି ବୋଲି ଅଭିଯୋଗ କରିଛି। ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

ସମୀରଙ୍କ ଏହି ଆକ୍ଷେପର ତତ୍‍କ୍ଷଣାତ୍‍ ଜବାବ ଦେଇଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟସଭା ସାଂସଦ  ସଦୁଲତା ଦେଓ କହିଛନ୍ତି, ବିଜେପି ହେଉଛି ଫେକ୍‍ ନ୍ୟୁଜର ଫ୍ୟାକ୍ଟ୍ରୀ। ନେତାଙ୍କୁ ଯେଉଁ କାଗଜ ଦିଆଯାଉଛି ତାହା କେବଳ ସେମାନେ ପଢ଼ି ଦେଉଛନ୍ତି। ପରାଜୟ ଭୟରେ ଏହା ଏକ ବାଚଳାମୀ ବୋଲି ସେ କହିଛନ୍ତି। 
୨୦୧୯ ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ସହ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏଠାରୁ ସେ ବିଜୟ ମଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଏହି ଆସନକୁ ପୁଣିଥରେ ରୀତା ସାହୁଙ୍କୁ ବିଜୟୀ କରାଇ ତାଙ୍କୁ ବିଧାୟକ କରିଥିଲେ। 

ଏହି ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କ କଣ୍ଟାବାଞ୍ଜିରୁ ଦ୍ୱିତୀୟ ଆସନ ଭାବେ ଲଢ଼ିବା ନେଇ ସମାଲୋଚନା କରିଆସିଛି। ଏପରିକି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିକୁ ଛାଡ଼ି କେବଳ ହିଞ୍ଜିଳିକୁ ହିଁ ରଖିବେ ବୋଲି କହିଛନ୍ତି। ସେ ଯେତେ ଚେଷ୍ଟା କଲେବି ବଲାଙ୍ଗୀର ଲୋକସଭା ଆସନକୁ ବିଜେଡି ହାତେଇ ପାରିବ ନାହିଁ ବୋଲି ବିଜେପି ବରିଷ୍ଠ ନେତା ମାନେ କହିଛନ୍ତି। ଏପରିକି ବିଜେପୁର ଜିତି ମଧ୍ୟ ବରଗଡ଼ ଲୋକସଭା ଆସନକୁ ଜିତିପାରି ନଥିଲ ଏଣୁ ବଲାଙ୍ଗୀର ସ୍ୱପ୍ନ ପୂରଣ ହେବ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। 

ଏଥର କିନ୍ତୁ ସିଧା ନିଶାଣ କରିଛନ୍ତି ପାଣ୍ଡିଆନ୍‍ଙ୍କୁ। ଗତକାଲି ପାଣ୍ଡିଆନ୍‍ଙ୍କ ସୁରକ୍ଷା ବ୍ୟବସ୍ଥା ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରୁଥିବା ଅଭିଯୋଗ ପରେ ଆଜି ଶ୍ରୀ ମହାନ୍ତି ପାଣ୍ଡିଆନ୍‍ଙ୍କ ଲାଗି ବିଜେଡି ପଛ ଦ୍ୱାର ପ୍ରବେଶ ଯୋଜନା କରିଛି ବୋଲି ଅଭିଯୋଗ କରିଛନ୍ତି। ତାଙ୍କୁ ରିମୋଟ୍‍ କଣ୍ଟ୍ରୋଲ ବୋଲି କହିବା ସହ ସିଧାସଳଖ ନିର୍ବାଚନ ଲଢ଼ତିବାକୁ ବି ଆହ୍ୱାନ ଦେଇଛନ୍ତି। 

ପାଣ୍ଡିଆନ୍‍ ପ୍ରଚାର ସମୟରେ ରାଜ୍ୟ ସରକାରଙ୍କ ବିକାଶ କଥା କହି ବିରୋଧୀ ଦଳ ବିଶେଷକରି ବିଜେପିକୁ ବିକାଶ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ବିକାଶର ବାଧକ ବୋଲି କହିଛନ୍ତି। ମନ୍ତ୍ରୀପଦରେ ରହି ମଧ୍ୟ ଓଡ଼ିଶାର ବିକାଶ କଥା ଦେଖି ନଥିବା କହିଛନ୍ତି। ଏହା ଲୋକଙ୍କୁ ପ୍ରଭାବିତ କରୁଥିବାରୁ ବିଜେପି ଆଜି ନିଜର ଆଭିମୁଖ୍ୟକୁ ପରିବର୍ତ୍ତନ କରିଛି। ରାଜନୀତିକ ଢଙ୍ଗରେ ଶ୍ରୀ ପାଣ୍ଡିଆନ୍‍ଙ୍କୁ ଆକ୍ରମଣ କରିଛି। 

ଅପରପକ୍ଷେ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି ସମୀର ମହାନ୍ତି ରାଜ୍ୟ ସଭାପତି ଥିବା ସମୟରେ ଦଳ ଶୋଚନୀୟ ଭାବେ ହାରିଥିଲା। ଯେଉଁଥିପାଇଁ ତାଙ୍କୁ ସଭାପତି ପଦ ଛାଡ଼ିବାକୁ ପଡ଼ିଥିଲା। ଆଜି ବି ସେ ସେହି ଶକ୍ତ ଧକ୍କାରୁ ମୁକୁଳି ନପାରି ମିଳିଥିବା ଆଲେଖ୍ୟକୁ ଶୁଆ ପରି ପଢ଼ୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।