IPL 2022: ନୂଆ ବସ୍-ନୂଆ ହୋପ୍, ପ୍ରଥମ ଦିନରେ CSK vs KKR ଲଢେଇ
Advertisement

IPL 2022: ନୂଆ ବସ୍-ନୂଆ ହୋପ୍, ପ୍ରଥମ ଦିନରେ CSK vs KKR ଲଢେଇ

IPL ଇତିହାସରେ କୋଲକାତା ପାଇଁ ୱାଙ୍ଖଡେ ଷ୍ଟାଡିୟମ କାଳ ସାଜିଛି। ଏଯାଏ ୱାଙ୍ଖଡେରେ ଖେଳିଥିବା ୧୧ ମୁକାବିଲାରୁ ମାତ୍ର ଗୋଟିଏରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଛି। ଏଠାରେ ଦଳର ପ୍ରଦର୍ଶନ ଭଲ ନାହିଁ। କିନ୍ତୁ ଏଥର  ଇନଫର୍ମ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟର ଦଳର ମଙ୍ଗ ଧରିଛନ୍ତି। 

ଡିଜାଇନ୍ ଫଟୋ

 

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଫଟାଫଟ୍ କ୍ରିକେଟ୍ IPL-2022 ଆରମ୍ଭ ହେଉଛି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ। ଶନିବାର ସନ୍ଧ୍ୟା ୭.୩୦ରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ପ୍ରଥମ ମୁକାବିଲା ହେବ। ଦୁଇ ଟିମର ନ୍ୟୁ ଲିଡର ବିଜୟରୁ IPL ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ।

ଆଜିଠାରୁ ଟାଟା ପ୍ରାୟୋଜିତ ବହୁପ୍ରତିକ୍ଷିତ IPL 2022 ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଚେନ୍ନାଇ ଓ କୋଲକାତା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ। ୧୦ ବର୍ଷ ପରେ IPLରେ ୧୦ଟି ଟିମ ଅଂଶ ଗ୍ରହଣ କରୁଛନ୍ତି। ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ଓ ଗୁଜୁରାଟ ଟାଇଟାନ୍ସ ନୂଆ କରି IPLରେ ସାମିଲ ହୋଇଛନ୍ତି। ମହାରାଷ୍ଟ୍ରର ୪ଟି ଭେନୁରେ IPL 2022 ସୀମିତ ରହିବ। କୋଭିଡ କଟକଣା ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। ସଂକ୍ରମଣ ନିୟନ୍ତ୍ରଣାଧିନ ଥିବାରୁ ଉଭୟ ଆୟୋଜକ ଓ କ୍ରୀଡାପ୍ରେମୀ ଖୁସି ଅଛନ୍ତି। କେବଳ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ରହିଛି। ପ୍ରାୟ ଅଢେଇ ମାସର ଏହି ଲଢେଇରେ ପ୍ରତ୍ୟେକ ଦଳ ୧୦ଟି ଲେଖାଏଁ ମ୍ୟାଚ ଖେଳିବେ। 

Also Read: IPL 2022: ଏମଏସ ଧୋନୀ ନା ରୋହିତ ଶର୍ମା, କାହାର ଆୟ ବେଶି?

IPL ଇତିହାସରେ କୋଲକାତା ପାଇଁ ୱାଙ୍ଖଡେ ଷ୍ଟାଡିୟମ କାଳ ସାଜିଛି। ଏଯାଏ ୱାଙ୍ଖଡେରେ ଖେଳିଥିବା ୧୧ ମୁକାବିଲାରୁ ମାତ୍ର ଗୋଟିଏରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଛି। ଏଠାରେ ଦଳର ପ୍ରଦର୍ଶନ ଭଲ ନାହିଁ। କିନ୍ତୁ ଏଥର  ଇନଫର୍ମ ବ୍ୟାଟସମ୍ୟାନ୍ ଶ୍ରେୟସ ଆୟର ଦଳର ମଙ୍ଗ ଧରିଛନ୍ତି। ସବୁ ଅଙ୍କ ଭୁଲ୍ ପ୍ରମାଣିତ କରି ସେ ଦଳକୁ ଆଗକୁ ନେବେ। ଶ୍ରେୟସଙ୍କୁ ସାଥ୍ ଦେବା ପାଇଁ ଦଳରେ ବିସ୍ଫୋରକ ବ୍ୟାଟସମ୍ୟାନ ଆଣ୍ଡ୍ରେ ରସେଲ ଅଛନ୍ତି। ଏଥର ସ୍ପିନ୍ ଯାଦୁଗର ସୁନିଲ ନାରିନ୍, ଅଭିଜ୍ଞ ରାହାଣେ, ୟଙ୍ଗଷ୍ଟାର ଅଲରାଉଣ୍ଡର ଭେଙ୍କଟେସ ଆୟର କମାଲ କରିବେ ବୋଲି କୋଲକାତା ଆଶା ରଖିଛି। ପୂର୍ବରୁ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ନେଇ ଆୟର ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ଏଥର ବି ଆରମ୍ଭରୁ ହିଁ ଆଟାକିଂ ଖେଳି ସଫଳତା ପାଇବେ ବୋଲି ସେ ବେଶ୍ ଆଶାବାଦୀ ଅଛନ୍ତି।

ସେପଟେ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଚେନ୍ନାଇର ନୂଆ ବସ୍ ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଦାୟିତ୍ୱ ଛାଡ଼ିବା ପରେ ଏହି ସଫଳ ଅଲରାଉଣ୍ଡର ନୂଆକରି ଦାୟିତ୍ୱ ନେଇଛନ୍ତି। ବିସ୍ଫୋରକ ବ୍ୟାଟିଂ, ଘାତକ ବୋଲିଂ ଓ ଉନ୍ନତ ଫିଲ୍ଡିଂ କରି ଦଳକୁ ଜିତାଇବାରେ ଜାଡେଜା ମାହିର ଅଛନ୍ତି। ଆଇପିଏଲର ସଫଳ ଟିମ୍ ଚେନ୍ନାଇରେ ଏଥର ଅଲରାଉଣ୍ଡର ସଂଖ୍ୟା ଅଧିକ ରହିଛି। ୟଙ୍ଗଷ୍ଟର ଋତୁରାଜ ଗାଏକୱାଡ, ଅଭିଜ୍ଞ ଉଥପ୍ପା ଓ ରାୟୁଡୁ, ବିସ୍ଫୋରକ କନୱେ, ଅଲରାଉଣ୍ଡର ବ୍ରାଭୋଙ୍କ ପରି ଷ୍ଟାର ଖେଳାଳି ଦଳରେ ଅଛନ୍ତି। ଆଉ ଧୋନିଙ୍କ ବ୍ୟାଟିଂକୁ ତ ଉପଭୋଗ ଦର୍ଶକ କରିଛନ୍ତି। ଯେକୌଣସି ଟାର୍ଗେଟ୍ହେଉ ଅବା ଶେଷ ବଲରେ ଛକା, ଅସମ୍ଭବକୁ ମାହି ସମ୍ଭବ କରିପାରନ୍ତି। ବ୍ୟାଟ୍ ଚାଲିଲେ ଟିମର ବିଜୟ ନିଶ୍ଚିତ। ୨୦୨୨ରେ ମଧ୍ୟ ଚେନ୍ନାଇ ଟପ୍ ପରଫରମାନ୍ସ କରିବ ବୋଲି ଖେଳାଳିମାନେ ଆଶା ରଖିଛନ୍ତି।

Also Read: ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ

ଚେନ୍ନାଇ ସୁପର କିଙ୍ଗସ ଆଇପିଏଲରେ ସବୁଠାରୁ ସଫଳ ଟିମ୍ ରହିଛି। ଦଳ ଅଧିକ ଥର ଫାଇନାଲରେ ଏଣ୍ଟ୍ରି କରିଛି। ୨୦୧୦, ୨୦୧୧, ୨୦୧୮ ଏବଂ ୨୦୨୧ରେ ଚେନ୍ନାଇ ଚାମ୍ପିଅନ୍ ହୋଇଛି। ଏଥର ମଧ୍ୟ ରବୀନ୍ଦ୍ର ଜାଡେଜା ଦଳକୁ ଆଉ ଏକ ଟ୍ରଫି ଦେବା ପାଇଁ ମଇଦାନରେ ଲଢ଼ିବେ। ଧୋନିଙ୍କ ଠାରୁ ଟିପ୍ସ ପାଇଁ ନୂଆ ଅଧିନାୟକ କମାଲ କରିବେ ବୋଲି ଚେନ୍ନାଇ ସମର୍ଥକ ଆଶା ରଖିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ୨୦୧୨, ୨୦୧୪ରେ ଆଇପିଏଲ୍ ଟ୍ରଫି ହାସଲ କରିଥିବା ବେଳେ ୨୦୨୧ରେ ରନର୍ସ ଅପ୍ ହୋଇଛି। ଏଥର ମଧ୍ୟ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଚେନ୍ନାଇ ସୁପର କିଙ୍ଗସ ଭରସା ରଖିଛି।