ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ
Advertisement

ବିଦେଶ ଯାଇ ବଦଳିଗଲେ ଦୂତୀ ଚାନ୍ଦ! ରାଜ୍ୟ ସରକାରଙ୍କୁ ପ୍ରଥମେ ନଚାଇଲେ, ପରେ ପ୍ରଶଂସା କଲେ

ଗତ କିଛି ବର୍ଷ ହେଲା ଉଭୟ ବ୍ୟକ୍ତିଗତ, ପାରିବାରିକ ଓ ପେଶାଦାର ଜୀବନକୁ ନେଇ ଅଲମ୍ପିଆନ ଦୂତୀ ଚାନ୍ଦ ବିବାଦ ଓ ଚର୍ଚ୍ଚାରେ ରହି ଆସୁଛନ୍ତି। World Indoor Athletics Meetରେ ଭାଗନେବାକୁ ଯାଇ ଦୂତୀ ଏବେ ସର୍ବିଆର ରାଜଧାନୀ ଦିନ କାଟୁଛନ୍ତି। ଆଉ ସେଇଠୁ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରେମ ଉପରେ ତେର୍ଚ୍ଛା ବାଣ ମାରିଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୌଡରାଣୀ ଭାବେ ପରିଚିତ ଦୂତୀ ଚାନ୍ଦ ଏବେ ରାଜ୍ୟର କଣ୍ଟ୍ରୋଭର୍ସିଆଲ କୁଇନ୍ ଭାବେ ପରିଚିତ ହୋଇଛନ୍ତି। ସେ କେବଳରେ ଟ୍ରାକରେ ଦୌଡିବାରେ ପାରଙ୍ଗମ ନୁହଁନ୍ତି, ସୋସିଆଲ ମିଡିଆରେ ସରକାରଙ୍କୁ କଟାକ୍ଷ କରି ପୋଷ୍ଟ ହଟାଇ ହଟହଟା ହେବାରେ ମଧ୍ୟ ଧୁରନ୍ଦର। ଯାହାର ପ୍ରମାଣରେ ଶୁକ୍ରବାର ଦେଇଛନ୍ତି। ଲଗାତର ସୋସିଆଲ ମିଡଆରେ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରତି ଥିବା ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହ ସେହି ପୋଷ୍ଟ ଗୁଡିକୁ ଡିଲିଟ୍ କରିଛନ୍ତି। ଏପରି କି ପ୍ରଥମେ ପ୍ରଶ୍ନ ଓ ପରେ ପ୍ରଶଂସା ମଧ୍ୟ କରିଛନ୍ତି। ଆଉ ଦୂତୀଙ୍କ ଏପରି ପୋଷ୍ଟକୁ ପୂର୍ବତନ କ୍ରୀଡାବିତମାନେ ନିନ୍ଦା କରିଥିବା ବେଳେ କିଛି ଲୋକ ତାଙ୍କୁ ସାହସକିତାର ପ୍ରତୀକ ବୋଲି କହିଛନ୍ତି।

ଗତ କିଛି ବର୍ଷ ହେଲା ଉଭୟ ବ୍ୟକ୍ତିଗତ, ପାରିବାରିକ ଓ ପେଶାଦାର ଜୀବନକୁ ନେଇ ଅଲମ୍ପିଆନ ଦୂତୀ ଚାନ୍ଦ ବିବାଦ ଓ ଚର୍ଚ୍ଚାରେ ରହି ଆସୁଛନ୍ତି। World Indoor Athletics Meetରେ ଭାଗନେବାକୁ ଯାଇ ଦୂତୀ ଏବେ ସର୍ବିଆର ରାଜଧାନୀ ଦିନ କାଟୁଛନ୍ତି। ଆଉ ସେଇଠୁ ରାଜ୍ୟ ସରକାରଙ୍କ କ୍ରୀଡା ପ୍ରେମ ଉପରେ ତେର୍ଚ୍ଛା ବାଣ ମାରିଛନ୍ତି। ଦୂତୀ ଫେସବୁକରେ ଓଡିଆରେ ଲେଖିଥିଲେ, 'ଓଡ଼ିଶା ସରକାର ସାରା ରାଜ୍ୟରେ ଖେଳାଳିଙ୍କ ପାଇଁ ଭିତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡ଼ାବିତମାନେ  ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆକୁ ଧରି ନାଚୁଥାନ୍ତୁ, ବାକି ଖେଳ ବିଭାଗ ଚୁଲିକୁ ଯାଉ। ହକି ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି, କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏହି ହକି ବାଡି କେତେ ଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ!'

Also Read: କିଏ ହେବେ ଶିକ୍ଷିତଙ୍କ ନେତା? ଆଜି ପୌର ନିର୍ବାଚନ ଭୋଟ ଗଣତି, ଲିଷ୍ଟରେ ନାହିଁ ଦୁଇ ଇଲାକା

 

ଏହି ପୋଷ୍ଟକୁ ନେଇ ଦୂତୀଙ୍କୁ ସୋସିଆଲ ମିଡିଆରେ କଡା ସମାଲୋଚନା କରାଗଲା। ପରେ ସେ ନିଜର ଚିରାଚରିତ ଢଙ୍ଗରେ ପୋଷ୍ଟଟିକୁ ହଟାଇଦେଇଥିଲେ। ହେଲେ କିଛି ସମୟ ଅପେକ୍ଷା କରି ସେ ପୁଣି ଏକ ନୂଆ ପୋଷ୍ଟ କଲେ, ତେବେ ଏଥର ସେ ଇଂରାଜୀରେ ଲେଖିଥିଲେ। ଦୂତୀ ତାଙ୍କ ଦ୍ୱତୀୟ ପୋଷ୍ଟରେ ଲେଖିଥିଲେ, 'କିଛି ଲୋକ ମୋର ମନ୍ତବ୍ୟକୁ ଭୁଲ ଭାବେ ଦର୍ଶାଉଛନ୍ତି ଯେ, ମୁଁ ଓଡିଶା ସରକାରଙ୍କୁ ନିନ୍ଦା କରୁଛି। ଦେଶରେ କ୍ରୀଡାକୁ ପ୍ରୋତ୍ସାହନ ଦେବାରେ ଓଡିଶା ନଂ-୧ ରାଜ୍ୟ। କ୍ରୀଡାପ୍ରତି ନବୀନ ପଟ୍ଟନାୟକ ସାରଙ୍କ ଅବଦାନ ପାଇଁ ମୁଁ ତାଙ୍କୁ ସର୍ବଦା ଧନ୍ୟବାଦ ଦେଇଛି। ମୁଁ ପ୍ଲାନରମାନଙ୍କୁ ଅନୁରୋଧ କରୁଛି କି ସେମାନେ କିଛି ଯୋଜନା କରନ୍ତୁ, ଯଦ୍ୱାରା ଓଡିଶାର ସାଧାରଣ କ୍ରୀଡାବିତମାନେ ରାଜ୍ୟ ସରକାରଙ୍କ  ବିନିଯୋଗର ଲାଭ ଉଠାଇ ପାରିବେ।'

fallback

ତେବେ ପୂର୍ବ ପରି ଏହି ପୋଷ୍ଟକୁ ମଧ୍ୟ ଫେସବୁକରେ କିଛି ସମୟ ରଖି ଦୂତୀ ଚାନ୍ଦ ଡିଲିଟ୍ କରିଦେଇଛନ୍ତି। କିନ୍ତୁ ୟୁଜର୍ସମାନେ ଡିଲିଟ୍ ପୂର୍ବରୁ ସ୍କ୍ରୀନସଟକୁ ଭାଇରାଲ କରିଦେଇଛନ୍ତି। ଫେସବୁକରେ ଦୁଇ ଦୁଇଟି ପୋଷ୍ଟ ଡିଲିଟ୍ କରିବା ପରେ ଶୁକ୍ରବାର ରାତିରେ ଦୂତୀ ନିଜ ଟ୍ୱିଟର ଆକାଉଣ୍ଟରେ ଆକ୍ଟିଭ୍ ହୋଇଥିଲେ। ସେ ଟ୍ୱିଟରେ ନିଜର ସର୍ବିଆ ଗସ୍ତର ଦୁଇଟି ଫୋଟ ଆଟାଚ୍ କରି ଲେଖିଛନ୍ତି, 'ସର୍ବିଆର ବେଲଗ୍ରେଡରେ ଆୟୋଜିତ World Indoor Athletics Meetର ୬୦ ମିଟିର ସ୍ପିଣ୍ଟରେ ମୁଁ ମୋର ଚଳିତ ସିଜନର ସର୍ବୋକୃଷ୍ଟ ପ୍ରଦର୍ଶନ କରିଛି। ବର୍ତ୍ତମାନ କେରଳରେ ଆୟୋଜିତ ହେବକୁ ଥିବା Federation Cupରେ ବିଜୟ ଲକ୍ଷ୍ୟ ରହିଛି। ଏଥିପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ସମର୍ଥନ ପାଇଁ ନବୀନ ପଟ୍ଟନାୟକ ସାର ଓ ଅଚ୍ୟୁତ ସାମନ୍ତ ସାରଙ୍କୁ ଧନ୍ୟବାଦ ଜଣାଉଛି।

fallback

Also Read: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ କ'ଣ ହେବ ଭବିଷ୍ୟତ

ଓଡିଶା ମୁଖ୍ୟମନ୍ତ୍ରୀ, କନ୍ଧମାଳ ସାଂସଦ ଓ ଓଡିଶା କ୍ରୀଡା ବିଭାଗକୁ ଟ୍ୟାଗ କରିଥିବା ଟ୍ୱିଟ୍ ଖବର ଲେଖାହେବା ପର୍ଯ୍ୟନ୍ତ ଦୂତୀ ହଟାଇ ନାହାନ୍ତି। ନିରନ୍ତର ସୋସଆଲ ମିଡିଆ ପୋଷ୍ଟ ଡିଲିଟ୍ କରିଥିବା ଦୂତୀ ନିକଟରେ ରିଲାଏନ୍ସ ଫେଡେରେସନ ଉପରେ ବର୍ଷିଥିଲେ। ସେ କହିଥିଲେ, 'ସରକାର ଏସବୁ କଣ ଲୋକାଲ୍ ମିଟରେ ମେଡାଲ ଜିତିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। ରିଲାଏନ୍ସ ପିଲାଙ୍କ ପିଛା ବା* ଟ୍ରେନିଂ ସେଣ୍ଟର ଚଲାଇଛ ଓଡିଶାରେ। ଶ* ୪ ବର୍ଷ ହେଲାଣି ଗୋଟେ ଇଣ୍ଟରନ୍ୟାସନାଲ ପିଲା ବାହାର କରିପାରିଲନି ଏସବୁ ଫାସିଲିଟି ପାଇକି। ଇଣ୍ଡିଆ ଗ୍ରାଣ୍ଡ ଫିକ୍ସରେ ବ୍ରୋଞ୍ଚ ମେଡାଲ ଜିତୁଛ, ଲାଜ ଲାଗୁନି। ଶ* ସ୍ପର୍ଟ୍ସ ନାଁରେ ଓଡିଶା ସରକାରର ପଇସା ଖାଇକି ପୁରା ଖୋଳ କରି ସାରିଲଣି। ଗୋଟେ ଧନ୍ଦା ଚଲାଇଛ ଏଇଠି।'

fallback

ତେବେ ଦୂତୀ ଚାନ୍ଦ ଲଗାତର କାହିଁକି ସୋସିଆଲ ମିଡିଆରେ ସରକାର ଓ କିଛି ନର୍ଦ୍ଧିଷ୍ଟ ସଂସ୍ଥାକୁ ଟାର୍ଗେଟ କରୁଛନ୍ତି? କିଛି ସମୟ ପରେ କାହିଁକି ତାକୁ ଡିଲିଟ କରୁଛନ୍ତି? ଦୂତୀ କାହା ଇଙ୍ଗିତରେ ଚାଲୁଛନ୍ତି କି? ଦୌଡ ରାଣୀ ବିବାଦରୁ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି କି? ନିଜ ବିଫଳତା ଲୁଚାଇବାକୁ ଏମିତି କରୁନାହାନ୍ତି ତ? ଏଭିଳି ଅନେକ ପ୍ରଶ୍ନ ଓଡିଶାବାସୀଙ୍କ ମନରେ ଉଙ୍କି ମାରୁଛି। ସୁଚନାଯୋଗ୍ୟ, କିଛି ବର୍ଷ ହେଲା ଦୂତୀ ଚାନ୍ଦ ଦେଶବାସୀଙ୍କୁ ନିରାଶ କରିଛନ୍ତି। ଗତ ଅଲମ୍ପିକରେ ମଧ୍ୟ ଦେଶ ପାଇଁ ଗୋଟିଏ ବି ପଦକ ଆଣିପାରିଲେ ନାହିଁ। ସପ୍ତାହେ ପୂର୍ବେ World Indoor Athletics Meetରେ ସେ ୬୦ ମିଟର ଦୌଡର ସେମି କ୍ୱାଲିଫାଏ କରିପାରିନାହାନ୍ତି। ୭.୩୫ ସେକେଣ୍ଟରେ ରେସ୍ ପୁରା କରି ସେ ମୋଟ ୬୪ ପ୍ରତିଯୋଗୀଙ୍କ ମଧ୍ୟରେ ୩୦ତମ ସ୍ଥାନରେ ଥିଲେ। ଏଭଳି ସ୍ଥିତିରେ Federation Cupରେ ତାଙ୍କର ପ୍ରଦର୍ଶନ କିଭଳି ରହିବ ତାହା ମଧ୍ୟ ଚିନ୍ତାର ବିଷୟ ପାଲଟିଛି।