ଧନୁଷ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଧନୁଷ ଏବଂ ଐଶ୍ୱର୍ଯ୍ୟା ଉଭୟେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଛନ୍ତି
Trending Photos
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଧନୁଷ ଫ୍ୟାନ୍ସଙ୍କୁ ଶକ୍ତ ଧକ୍କା। ଗତବର୍ଷ ଆମିର ଖାନ-କିରଣ ରାଓଙ୍କ ବିବାହ ବିଚ୍ଛେଦ ଖୁବ ଚର୍ଚ୍ଚାରେ ଥିଲା। ଏବେ ନୂଆବର୍ଷ ଆରମ୍ଭରୁ ଆଉ ଏକ ସେଲିବ୍ରେଟି ଦମ୍ପତ୍ତି ଅଲଗା ହୋଇଛନ୍ତି। ତାମିଲ ଚଳଚ୍ଚିତ୍ରର ଜଣାଶୁଣା ତାରକା ତଥା ନିକଟରେ 'ଅତରଙ୍ଗି ରେ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଧନୁଷ ଏକ ବଡ ଘୋଷଣା କରିଛନ୍ତି ଯାହା ପ୍ରତ୍ୟେକ ପ୍ରଶଂସକ ସଦମାକୁ ଚାଲିଯାଛନ୍ତି।
ଧନୁଷ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଧନୁଷ ଏବଂ ଐଶ୍ୱର୍ଯ୍ୟା ଉଭୟେ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଛନ୍ତି ଯେ, ସେମାନଙ୍କ ରାସ୍ତା ବର୍ତ୍ତମାନ ଅଲଗା ହୋଇଯାଇଛି। ୧୮ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗିବାକୁ ସେମାନେ ଆପୋଷବୁଝାମଣା କରିଛନ୍ତି। ସେମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଏବଂ ସେମାନଙ୍କୁ ପ୍ରାଇଭେସି ଦେବାକୁ ପ୍ରଶଂସକଙ୍କୁ ଅପିଲ କରିଛନ୍ତି।
Also Read: ଆଜିର ରାଶିଫଳ: ବିଶ୍ୱାସଘାତ କରିପାରନ୍ତି ନିଜ ଲୋକ, ସ୍ୱାସ୍ଥ୍ୟଗତ ସମସ୍ୟା ବି ଉପୁଜିବ
ଉଭୟ ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ପୋଷ୍ଟରେ କୌଣସି ଭିନ୍ନତା ନାହିଁ। ଗୋଟିଏ ଲେଟରକୁ ହିଁ ଉଭୟ ସେୟାର କରିଛନ୍ତି। ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ସମାନ ପୋଷ୍ଟ ସେୟାର କରି ଲେଖିଛନ୍ତି, 'କୌଣସି କ୍ୟାପସନର ଆବଶ୍ୟକ ନାହିଁ ... କେବଳ ତୁମର ବୁଝିବା ଏବଂ ପ୍ରେମ ଦରକାର!' ସୋମବାର ରାତିରେ ହୋଇଥିବା ଏହି ପୋଷ୍ଟକୁ ନେଇ ଏବେ ସମସ୍ତେ ହତାସ ହୋଇଛନ୍ତି। ତେବେ ଧନୁଷ ଏବଂ ଐଶ୍ୱର୍ଯ୍ୟା କାହିଁକି ହଠାତ ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ୨୦୦୪ ମସିହାରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ବିବାହ କରିଥିଲେ ଏବଂ ଉଭୟଙ୍କର ଦୁଇଟି ସନ୍ତାନ ୟାତ୍ରା (୧୫) ଓ ଲିଙ୍ଗା (୧୧) ଅଛନ୍ତି। ବୟସରେ ଧନୁଷଙ୍କ ଠାରୁ ଐଶ୍ୱର୍ଯ୍ୟା ବୟସରେ ୨ ବର୍ଷ ବଡ ହେବେ। ଯେତେବେଳେ ସେମାନଙ୍କ ବୟସ ୨୧ ଓ ୨୩ ଥିଲା ସେତେବେଳେ ସେମାନ ବିବାହ କରିଥିଲେ। ଐଶ୍ୱର୍ଯ୍ୟା, ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଏବଂ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍ ଗାୟିକା। ଥ୍ରିଲର ଫିଲ୍ମ 'ଥ୍ରୀ'ର ସୁଟିଂ ପରଠାରୁ ଦୁହିଁଙ୍କ ମଧ୍ଯରେ ଖିଟପିଟ୍ ଲାଗିରହୁଥିଲା। ଏହି ଫିଲ୍ମକୁ ଐଶ୍ୱର୍ଯ୍ୟା ନିର୍ଦ୍ଦେଶନା ଦେଇଛନ୍ତି।