• ଆଜି ବିଜ୍ଞାନ ଓ ବାଣିଜ୍ୟ ଦ୍ଵାଦଶ ଶ୍ରେଣୀ ଫଳାଫଳ
  • orissaresults.nic.in ରେ ମିଳିବ ରେଜଲ୍ଟ
  • ଭୁବନେଶ୍ବରରେ ଶତ ପ୍ରତିଶତ କୋଭିଡ ଟିକାକରଣ: BMC
  • ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୯୩ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ଆଜି ୧,୫୭୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଆଜି ଅପରାହ୍‌ଣ ୩ଟା ୩୦ରେ SRC ପ୍ରଦୀପ ଜେନାଙ୍କ ପ୍ରେସ୍ ବିବୃତି
  • ଘୋଷଣା ହୋଇପାରେ ଅଗଷ୍ଟ ମାସର କୋଭିଡ୍ ଗାଇଡଲାଇନ୍
  • ସାର ସଙ୍କଟ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଲେ CM ନବୀନ

କଙ୍ଗନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଦିଲଜିତ୍!

କୃଷକ ଆନ୍ଦୋଳନ ଆରମ୍ଭ ହେବା ଦିନ ଠାରୁ ଉଭୟ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ୱିଟର ୱାର ଚାଲିଛି। କଙ୍ଗନା କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଦିଲଜିତ କୃଷକଙ୍କ ପକ୍ଷରେ ଠିଆ ହୋଇଛନ୍ତି। ଆଉ ଏଭିଳି ସମୟରେ ଏମିତି ଏକ ଟ୍ୱିଟ୍ ଭାଇରାଲ ହେଉଛି ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେବ। 

କଙ୍ଗନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଦିଲଜିତ୍!
ଫାଇଲ ଫଟୋ

ନୂଆଦିଲ୍ଲୀ: ବଲିଉଡ୍ କୁଇନ କଙ୍ଗାନା ରାଣାୱତ ଓ ଅଭିନେତା ଦିଲଜିତ ଜୋସାଞ୍ଜଙ୍କ ମଧ୍ୟରେ ଯେଉଁ ଅହି-ନକୂଳ ସମ୍ପର୍କ ଅଛି ତାହା କାହାରିକୁ ଅଛନପା ନାହିଁ। କୃଷକ ଆନ୍ଦୋଳନ ଆରମ୍ଭ ହେବା ଦିନ ଠାରୁ ଉଭୟ ସେଲିବ୍ରିଟିଙ୍କ ମଧ୍ୟରେ ଟ୍ୱିଟର ୱାର ଚାଲିଛି। କଙ୍ଗନା କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଦିଲଜିତ କୃଷକଙ୍କ ପକ୍ଷରେ ଠିଆ ହୋଇଛନ୍ତି। ଆଉ ଏଭିଳି ସମୟରେ ଏମିତି ଏକ ଟ୍ୱିଟ୍ ଭାଇରାଲ ହେଉଛି ଯାହା ଉଭୟଙ୍କ ଫ୍ୟାନ୍ସଙ୍କୁ ଚକିତ କରିଦେବ। 

ପରଦାକୁ ଆସିବ ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ ଆଉ ଏକ ବାୟପିକ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ନିର୍ମାଣ ହେବ ଫିଲ୍ମ। ଆଉ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ କ୍ୱିନ କଙ୍ଗନା ରଣାୱତ (Kangana Ranaut)। ଖୁବଶୀଘ୍ର ଏହି ଫିଲ୍ମର ସୁଟିଂ ହେବ ବୋଲି ଖୋଦ କଙ୍ଗନା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

କଙ୍ଗନାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ଦିଲଜିତ୍!

କଙ୍ଗନାଙ୍କ ଏହି ଫିଲ୍ମ ଆସିବାର ଖବର ପ୍ରସାରିତ ହେବାପରେ ସୋସିଆଲ ମିଡିଆରେ ଚହଳ ଖେଳିଯାଇଛି। ଫିଲ୍ମରେ ଇନ୍ଦିରାଙ୍କ ଭୂମିକାରେ ନଜର ଆସିବେ କଙ୍ଗାନା। ସେପଟେ କଙ୍ଗନା ଅର୍ଥାତ ଇନ୍ଦିରାଙ୍କ ଅଙ୍ଗରକ୍ଷୀ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଅଭିନେତା ଦିଲଜିତ ଜୋସାଞ୍ଜ (Diljit Dosanjh)। ଏହାକୁ ନେଇ ଦିଲଜିତ ଆଧିକାରିକ ଭାବେ କୌଣସି ଘୋଷଣା କରିନାହାନ୍ତି। କିନ୍ତୁ ତାଙ୍କରି ନାଁରେ ଏକ ଭେରିଫାଏଡ୍ ଆକାଉଣ୍ଟରୁ ଟ୍ୱିଟ୍ ହୋଇଥିବା ଫଟୋ ଭାଇରାଲ ହେଉଛି। 

Also Read: ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

ଫୋଟଟି ଏଡିଟିଂ ହୋଇଥାଇ ପାରେ। ୨ ଦିନ ତଳେ କଙ୍ଗନା ତାଙ୍କ ଆଗାମୀ ଫିଲ୍ମର ସୁଟିଂ ନେଇ ଘୋଷଣା କରିଥିଲେ। ଆଉ ଗତ ୨୬ ତାରିଖ ଠାରୁ ଦିଲଜିତ କୌଣସି ଟ୍ୱିଟ୍ କରିନାହାନ୍ତି। ସେ ଯାହା ବି ହେଉ, ଭାରଇରାଲ ଟ୍ୱିଟକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଇନ୍ଦିରା (Indira Gandhi) ଙ୍କୁ ତାଙ୍କ ଅଙ୍ଗରକ୍ଷୀ (Bodyguard) ଙ୍କୁ ଗୁଳି କରି ହତ୍ୟା କରିଥିଲେ। ଆଉ କଙ୍ଗନାଙ୍କ ସହ ଦିଲଜିତଙ୍କ ତିକ୍ତ ସମ୍ପର୍କ ମଧ୍ୟରେ ଏଭଳି ଟ୍ୱିଟ୍ କୌତୁହଳ କମ ଓ ବିବାଦୀୟ ଅଧିକ ଲାଗୁଛି।

ଏବେ କଙ୍ଗାନା ଫିଲ୍ମ 'ଧକ୍କଡ'ରେ ବ୍ୟସ୍ତ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମ ତେଜସ ବି ପାଇପ୍ ଲାଇନରେ ଅଛି। ଏହା ବ୍ୟତୀତ ମଣିକର୍ଣ୍ଣିକା ରିଟର୍ଣ୍ସ, ପାଇଁ ମଧ୍ୟ ଯୋଜନା ଚାଲିଛି। ଏହି ପରିପେକ୍ଷୀରେ ଚଳିତବର୍ଷ କ୍ୱିନ ସୁଟିଂରେ ପୁରା ବ୍ୟସ୍ତ ରହିବେ। ତେବେ ୨୦୨୧ରେ ସେ ତାଙ୍କ ବ୍ୟସ୍ତମୟ ଜୀବନ ଭିତରୁ ସମୟ କାଢି କାଳିଆ ଦର୍ଶନ ପାଇଁ ପୁରୀ ଜଗନ୍ନାଥ ମନ୍ଦିର ଆସିବେ ବୋଲି କହିଛନ୍ତି।