• କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରର ଚାରିପାଖରେ ଓ ରଥଦାଣ୍ଡରେ ୧୪୪ ଧାରା ଲାଗୁ
  • ସ୍ନାନ ପୂର୍ଣ୍ଣିମା ପାଇଁ ଶୁକ୍ରବାର ସକାଳ ୭ ଯାଏ କଟକଣା
  • ସ୍ନାନପୂର୍ଣ୍ଣିମା ଛେରାପହଁରା ନୀତି କରିବାକୁ ଆସିବେନି ଗଜପତି ଦିବ୍ୟସିଂହ ଦେବ
  • ପରମ୍ପରା ଅନୁଯାୟୀ ମୁଦିରସ୍ତ କରିବେ ଛେରାପହଁରା
  • ଚଳିତ ବର୍ଷ ପୁରୀ ବ୍ୟତୀତ ଅନ୍ୟ କେଉଁଠି ହେବନି ରଥଯାତ୍ରା: ହାଇକୋର୍ଟ
  • ହାଇକୋର୍ଟଙ୍କ ଅନିଚ୍ଛା ପ୍ରକାଶ ପରେ ସୁପ୍ରିମକୋର୍ଟ ଯିବ ରଥଯାତ୍ରା ମାମଲା
  • ‘ସବୁ ଜୀବନ ମୂଲ୍ୟବାନ’ : ମୁଖ୍ୟମନ୍ତ୍ରୀ
  • ଟିକା ନେଇଥିଲେ ଇଣ୍ଡିଗୋ ବିମାନ ଯାତ୍ରୀଙ୍କୁ ୧୦% ରିହାତି
  • ରାଜ୍ୟରେ ନକଲି ଔଷଧ ଘଟଣାରେ ୩ ଗିରଫ
  • ଆତଙ୍କବାଦୀ ହାଫିଜ ସୟିଦ ଘର ନିକଟରେ ବିସ୍ଫୋରଣ, ୨ ମୃତ

ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ କ୍ୱିନ କଙ୍ଗନା ରଣାୱତ ।

ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

ନୂଆଦିଲ୍ଲୀ: ରାଜନୈତିକ ପୃଷ୍ଠଭୂମିକୁ ଆଧାର କରି ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି ଏକ ବଲିଉଡ ଫିଲ୍ମ । ଯେଉଁଥିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ବଲିଉଡ କ୍ୱିନ କଙ୍ଗନା ରଣାୱତ । ଏହାକୁ ନେଇ କଙ୍ଗନା ଫିଲ୍ମର ଖୁବଶୀଘ୍ର ସୁଟିଂ ହେବା ନେଇ ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ଆଗାମୀ ବାୟୋପିକରେ ବଲିଉଡର ବହୁ ନାମୀଦାମୀ କଳାକାର ପରଦାରେ ନଜର ଆସିବେ ।

ବଲିଉଡ କ୍ୱିନ(Bollywood Queen) କଙ୍ଗନା ରଣାୱତ (Kangana Ranaut) କହିଛନ୍ତି ଯେ, ଏହି ପ୍ରୋଜେକ୍ଟରେ ଆମେ ସମସ୍ତେ କାମ କରୁଛୁ । ଏବଂ ଏହି କାହାଣୀର ସ୍କ୍ରିପ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ହେଲେ କଙ୍ଗନା ଏକଥା  ବି କହିଛନ୍ତି ଯେ, ଏହି ଫିଲ୍ମଟି ଇନ୍ଦିରାଗାନ୍ଧୀ (Indira  Gandhi) ଙ୍କ ବାୟୋପିକ (Biopic) ନୁହେଁ । ଏହି ଫିଲ୍ମ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ । ପଲିଟିକାଲ ଡ୍ରାମା (Political Drama) ସହ ବର୍ତ୍ତମାନ ଭାରତରେ ସାମାଜିକ ଓ ରାଜନୀତି କାହାଣୀ ଉପରେ ଆଧାରିତ ହୋଇଛି । ଏହି ଫିଲ୍ମ ଜରିଆରେ ଅନେକ କିଛି ଶିକ୍ଷା ମିଳିବ ବୋଲି ସେ କହିଛନ୍ତି ।

ଇନ୍ଦିରା ଗାନ୍ଧୀ ହେବେ ବଲିଉଡ ଅଭିନେତ୍ରୀ କଙ୍ଗନା

Also Read: ପ୍ରତୀକ୍ଷାର ଅନ୍ତ: ଏହି ଦିନ ରିଲିଜ ହେବ KGF Chapter 2 ଫିଲ୍ମ

ଅଭିନେତ୍ରୀ ଏକଥା ବି କହିଛନ୍ତି ଯେ, ଫିଲ୍ମଟି ଏକ ବହି ଉପରେ ଆଧାରିତ । ମାତ୍ର ଏହା କେଉଁ ବହି କିଏ ଲେଖିଛନ୍ତି ସେନେଇ କିଛି ବିସ୍ତୃତ ଭାବେ ସେ କହିନାହାଁନ୍ତି । ସେପଟେ ଅଭିନୟ ସହ କଙ୍ଗନା ଏ ଫିଲ୍ମର ପ୍ରଯୋଜନା ଭାର ମଧ୍ୟ ସମ୍ଭାଳିବେ । ଅନ୍ୟପଟେ ଏହି ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ବିଷୟରେ ଯଦି କଥା ହେବା ତାଙ୍କ ଅଭିନୀତ "ଥଲାଇବି" (Thalaivi) ମଧ୍ୟ ରିଲିଜ ହେବାକୁ ଯାଉଛି । ସେପଟେ "ତେଜସ" (Tajas) ଓ "ଧାକ୍କଡ" (Dhaakad) ଫିଲ୍ମ ମଧ୍ୟ ଖୁବଶୀଘ୍ର ପରଦାରେ ରିଲିଜ ହେବାକୁ ଯାଉଛି ।