Team Indiaରେ ଫାଟ! ଭେଟେରାନ୍ କ୍ରିକେଟର କଲେ ବଡ଼ ଖୁଲାସା
Advertisement

Team Indiaରେ ଫାଟ! ଭେଟେରାନ୍ କ୍ରିକେଟର କଲେ ବଡ଼ ଖୁଲାସା

 ଟିମ୍ ଇଣ୍ଡିଆରେ ଫାଟ ସୃଷ୍ଟି ହୋଇଛି ଏବଂ ଏହାର ଖେଳାଳିମାନେ ଦେଶ ପାଇଁ ଏକାଠି ଖେଳୁ ନାହାଁନ୍ତି କି? ବୋଲି ରାୱଲପିଣ୍ଡି ନାମରେ ପ୍ରସିଦ୍ଧ ଥିବା ପାକିସ୍ତାର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Team Indiaର ଏକତା ଉପରେ ଉଠିଲା ପ୍ରଶ୍ନ। ଦୁଇ ଭାଗରେ ବିଭିକ୍ତ ହୋଇଗଲା କି ଭାରତୀୟ କ୍ରିକେଟ ଦଳ? ଦେଶ ପାଇଁ ଏକାଠି ଖେଳୁନଥିବାର ବି ଆସିଲା ଅଭିଯୋଗ। ଭାରତୀୟ କ୍ରିକେଟ ଦଳର ଅନ୍ତରୀଣ କଳହକୁ ନେଇ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଏକ ବଡ଼ ଖୁଲାସା କରିଛନ୍ତି। 

ଶୋଏବ ଅଖତରଙ୍କ ଅନୁଯାୟୀ, ଟିମ୍ ଇଣ୍ଡିଆରେ ଏକ ବଡ଼ ବିବାଦ ଦେଖାଦେଇଛି। ଦଳ ଏବେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଏହି ଟିମ୍ ଇଣ୍ଡିଆରେ ଫାଟ ସୃଷ୍ଟି ହୋଇଛି ଏବଂ ଏହାର ଖେଳାଳିମାନେ ଦେଶ ପାଇଁ ଏକାଠି ଖେଳୁ ନାହାଁନ୍ତି କି? ବୋଲି ରାୱଲପିଣ୍ଡି ନାମରେ ପ୍ରସିଦ୍ଧ ଥିବା ପାକିସ୍ତାର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର (Shoaib Akhtar) ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି।

Also Read: ପ୍ରଜ୍ଞାନଙ୍କ ସିକ୍ରେଟ୍ ବିବାହ! ଲୁଚି ଲୁଚି ଧରିନେଲେ ଏହି ଅଭିନେତ୍ରୀଙ୍କ ହାତ

 

ପାକିସ୍ତାର ପୂର୍ବତନ କ୍ରିକେଟର (Former Pakistani bowler) ଦାବି କରିଛନ୍ତି ଯେ, ବିରାଟ କୋହଲିଙ୍କ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ସେ ପୂର୍ବରୁ ଜାଣିଥିଲେ। କୋହଲିଙ୍କ ଇସ୍ତଫା ଦେବା ନେଇ ତାଙ୍କୁ କିଛି ଭାରତୀୟ ସାମ୍ବାଦିକ ସୂଚନା ଦେଇଥିଲେ। ବିରାଟଙ୍କୁ ଭାରତର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ସେ ପ୍ରକାଶ କରିଛନ୍ତି।

Team Indiaର ଏକତା ଉପରେ ପ୍ରଶ୍ନ ଉଠାଇ ଅଖତର କହିଛନ୍ତି ଯେ, ରବି ଶାସ୍ତ୍ରୀ ଶାସ୍ତ୍ରୀ ଏବଂ କୋହଲି (Virat Kohli) ଙ୍କ ଯୁଗ ସମାପ୍ତ ହୋଇଛି। ଭାରତୀୟ ଦଳରେ ଏକ ବଡ଼ ମତଭେଦ ଅଛି କି? ସେମାନେ ଦେଶ ପାଇଁ ଏକାଠି ଖେଳୁ ନାହାଁନ୍ତି କି? ଏହି ଦଳରେ ଏକ ଫାଟ ଦେଖାଯାଉଛି ଏବଂ ଏଥିରୁ ବାହାରିବା ପାଇଁ ଦଳ କ’ଣ କରିବ ତାହା ହିଁ ଦେଖିବା ମଜାଦାର ହେବ।

Also Read: 'ଯଦି ମୁଁ କୋହଲିଙ୍କ ସ୍ଥାନରେ ଥା'ନ୍ତି, ମୁଁ କେବେ ବିବାହ କରି ନ ଥା'ନ୍ତି', ଜାଣନ୍ତୁ କାହିଁକି ଏପରି କହିଲେ ଏହି ଭେଟେରାନ୍ କ୍ରିକେଟର

ରାୱଲପିଣ୍ଡି ପୁଣି କହିଛନ୍ତି, 'ନିକଟରେ ଭାରତ ଯେଉଁ ପ୍ରଦର୍ଶନ କରିଛି, ମୁଁ ବିଶ୍ୱାସ କରିପାରିବି ନାହିଁ ଯେ ଖେଳାଳିମାନେ ଏକାଠି ଖେଳୁଛନ୍ତି। ଏହି ଦଳରେ ଫାଟ ଏବଂ ବିଛିନ୍ନତା ଦେଖାଯାଉଛି। ଯେଉଁଭଳି ଭାବରେ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି, ଭାରତ ଆଉ ପୂର୍ବପରି ପ୍ରଦର୍ଶନ କରୁନାହିଁ। ମତେ ଟିମ୍ ଇଣ୍ଡିଆରେ ବହୁତ ଅଶାନ୍ତି ଦେଖାଯାଉଛି। ଭାରତୀୟ କ୍ରିକେଟର ଅବସ୍ଥା ସଙ୍କଟାପନ୍ନ ରହିଛି।'