ପରମ୍ପରା ମଧ୍ୟରେ ଶବର ସମାଜର ଧାର୍ମିକ ବିଶ୍ବାସ ନିଆରା। ଇଷ୍ଠ ଦେବ ଭାବେ ବର୍ଷ ବର୍ଷ ଧରି ପୂଜା ପାଉଥିବା ମହାଦେବ ମନ୍ଦିରରେ ଏବେ ବି କାନ୍ଦୁଲ ସିଝା ଓ ରନ୍ଧା ମଦ ପୂଜା କରାଯାଉଥିବା ପ୍ରଥା ରହିଛି। କଥା ଟା ଅଜବ ଲାଗୁଥିଲେ ବି ସତ। ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ତିତିସିଂସ୍ଥିତ ବାବା ଲଙ୍ଗଳେଶ୍ବର ଶୌବ ପୀଠରେ ଏଭଳି ପରମ୍ପରା ଚାଲିଆସୁଛି।
Trending Photos
ଗଜପତି: ଆଜି ହେଉଛି ପବିତ୍ର ଧାର୍ମିକ କାର୍ତ୍ତିକ ମାସର ତୃତୀୟ ସୋମବାର। ଏହି ଅବସରରେ ଦେବ ଦେବ ମହାଦେବଙ୍କୁ ପୂଜା ଲାଗି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥାଏ। ଧାର୍ମିକୁ ନେଇ ଅତ୍ୟୁଟ ବିଶ୍ବାସ ସହ ଆମ ପରମ୍ପରା ଜଡିତ ରହିଛି। ଆଉ ପରମ୍ପରାକୁ ନେଇ ସମାଜ ବଞ୍ଚିଛି। ତେବେ ପରମ୍ପରା ମଧ୍ୟରେ ଶବର ସମାଜର ଧାର୍ମିକ ବିଶ୍ବାସ ନିଆରା। ଇଷ୍ଠ ଦେବ ଭାବେ ବର୍ଷ ବର୍ଷ ଧରି ପୂଜା ପାଉଥିବା ମହାଦେବ ମନ୍ଦିରରେ ଏବେ ବି କାନ୍ଦୁଲ ସିଝା ଓ ରନ୍ଧା ମଦ ପୂଜା କରାଯାଉଥିବା ପ୍ରଥା ରହିଛି। କଥା ଟା ଅଜବ ଲାଗୁଥିଲେ ବି ସତ। ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ତିତିସିଂସ୍ଥିତ ବାବା ଲଙ୍ଗଳେଶ୍ବର ଶୌବ ପୀଠରେ ଏଭଳି ପରମ୍ପରା ଚାଲିଆସୁଛି।
ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ତିତିସିଂ ଗ୍ରାମରେ କେଉଁ ପୁରାତନ କାଳରୁ ବାବା ଲଙ୍ଗଳେଶ୍ବର ମହାଦେବ ପୂଜା ପାଇଆସୁଛନ୍ତି। ପାହାଡିଆ ବଗଡ, ସବୁଜ ବନାନୀ ମଧ୍ୟରେ ରହିଥିବା ଏହି ଭବ୍ୟ ଶିବ ମନ୍ଦିର ଦେଖିବାକୁ ଯେତିକି ରୋମଣୀୟ ତାଠାରୁ ଅଧିକ ଆକର୍ଷଣୀୟ ଆଦିବାସୀଙ୍କ ଧାର୍ମିକ ପରମ୍ପରା ଓ ବିଶ୍ବାସ। ଅଞ୍ଚଳବାସୀଙ୍କ ଇଷ୍ଟ ଦେବ ଭାବେ ପୂଜା ପାଉଥିବା ଶିବ ଲିଙ୍ଗରେ ରହିଛି ଲଙ୍ଗଳର ଦାଗ ଯାହାକୁ ନେଇ ଆଦିବାସୀ ସଂସ୍କତି ଓ କିମ୍ବଦନ୍ତୀ ଯୋଡିରହିଛି। ପୂଜା ପାଇଁ ପ୍ରମୁଖ ନୌବେଦ୍ୟ ଭାବେ ଭକ୍ତ ଲାଗି କରୁଛନ୍ତି ରନ୍ଧା ମଦ (ଚାଉଳ, ମାଣ୍ଡିଆରୁ ପ୍ରସ୍ତୁତ ମଦ) ସହ କାନ୍ଦୁଲ ସିଜା।
Also Read: ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ମିଳିଲା ବୋମାରେ ଉଡ଼ାଇବାର ଧମକ, ତଦନ୍ତ କରୁଛି UP ପୋଲିସ
ଭକ୍ତଙ୍କ ମନବାଞ୍ଛା ପୂର୍ଣ୍ଣ ହେଉଥିବା ନେଇ ଅତୁଟ ବିଶ୍ବାସ ରହିଥିବା ବେଳେ ଅଞ୍ଚଳରେ ଯେକୌଣସି ଫସଲ ହେଲେ ତାହା ନୂତନ ଭାବେ ଭଗବାନଙ୍କ ଠାରେ ଅର୍ପଣ କରାଯାଏ। ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଏହି ଦର୍ଶନୀୟ ସ୍ଥାନଟି ଗଢି ଉଠିଥିବା ବେଳେ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ/ଭକ୍ତଙ୍କ ସମାଗମ ହେଉଛି। ତେବେ ସରକାରଙ୍କ ଦୃଷ୍ଟି ଆଡୁଆଳରେ ଏହି ମନ୍ଦିର ରହିଯାଇଥିବା ହେତୁ ଏ ଯାବତ ଉନ୍ନତି ହୋଇପାରୁନାହିଁ। ଏହି ଦର୍ଶନୀୟ ସ୍ଥାନକୁ ଭଲ ରାସ୍ତାଟି ନାହିଁ। ସରକାର ଏହାକୁ ପର୍ଯଟନସ୍ଥଳୀର ମାନ୍ୟତା ଦେବା ସହ ଉନ୍ନତି କଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ବାବା ଲଙ୍ଗଳେଶ୍ବର ମନ୍ଦିରର କିମ୍ବଦନ୍ତୀ ଅନୁସାରେ, ଅନେକ ବର୍ଷ ତଳେ ବଗଡକୁ ଜଣେ ଆଦିବସୀ ଲଙ୍ଗଳରେ ଚାଷ କରୁଥିବା ସମୟରେ ହଠାତ ପଥରରେ ଲଙ୍ଗଳ ମୁନ ଲାଗିଯିବା ହେତୁ ଚାଷ ଜମି ରକ୍ତମୟ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ସ୍ବପ୍ନାଦେଶରେ ବାବା ଲଙ୍ଗଳେଶ୍ବର ଜଣାପଡିବା ପରେ ପାରମ୍ପାରିକ ଖାଦ୍ୟକୁ ଭୋଗ କରିବାକୁ ଆଜ୍ଞା ମିଳିଥିଲା। ଏହି ଶିବଲିଙ୍ଗରେ ଲଙ୍ଗଳର ଦାଗ ରହିଥିବା ବେଳେ ଏବେ ବି ଐତିହ୍ୟ ପରମ୍ପରା ବଜାୟ ରହିଛି। ଦୀପ ଧୁପ ନୈବେଦ୍ୟ ସହ ରନ୍ଧା ମଦ, କାନ୍ଦୁଲ ସିଜା ଭୋଗ ଲାଗି କରାଯାଉଥିବା ଥିବା ମନ୍ଦିର ପରିଚାଳନା କମିଟିର ସଭାପତି ପଞ୍ଚାନନ ବେହେର ଦଳାଇ କହିଛନ୍ତି।
Also Read: Padma Awards 2020: ୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର
ଆଖପାଖ ଅଞ୍ଚଳବାସୀ ସମେତ ବହୁ ଦୂରଦୁରାନ୍ତରୁ ଏହି ପବିତ୍ର ଶୌବପୀଠକୁ ବଣଭୋଜି କରିବାକୁ ଆସି ପ୍ରକୃତି ମନୋରୋମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ଆନୁସାଙ୍ଗିକ ସୁବିଧାର ଅଭାବ ରହିଛି। ଗଜପତି ଜିଲ୍ଲାର ନୁଆଁଗଡ ବ୍ଲକ ସମେତ ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନେକ ପର୍ଯ୍ୟଟନସ୍ଥଳୀ ରହିଥିବା ବେଳେ ଲୋକଲୋଚନର ଅଭାବରୁ ବଣ ମଲ୍ଲି ବଣରେ ଫୁଟି ମଉଳିବାରେ ଲାଗିଛି। ତେବେ ସରକାର ଏ ଦିଗରେ ଦୃଷ୍ଟି ଦେଇ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କଲେ ଅଞ୍ଚଳର ଉନ୍ନତି ଅଧିକ ହୋଇପାରିବ।