Padma Awards 2020: ୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର
Advertisement
Article Detail0/zeeodisha/odisha1023033

Padma Awards 2020: ୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

ଏଥର ଓଡିଶାରୁ ୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ଏଥିରେ ଗୋଟିଓ ପଦ୍ମ ବିଭୂଷଣ ଓ ୫ଟି ପଦ୍ମଶ୍ରୀ ଅଛି। ସୁଦର୍ଷନ ସାହୁଙ୍କୁ କଳା ବିଭାଗରେ ପଦ୍ମ ବିଭୁଷଣ ଦିଆଯାଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ୨୦୨୦ ମସିହା ପଦ୍ମ ପୁରସ୍କାର ତାଲିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ବାଜିଛି। ୧୧୯ ଜଣ ବିଜେତାଙ୍କ ମଧ୍ୟରେ ୬ ଓଡ଼ିଆ ଓଡିଆ ଅଛନ୍ତି। ସୋମବାର ରାଷ୍ଟ୍ରପତି ଭବନରେ ପୁରସ୍କାର ଉତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ।

୨୦୨୦ ମସିହା ପାଇଁ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୨ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ପଦ୍ମ ପୁରସ୍କାର ବିଜେତାଙ୍କ ମଧ୍ୟରେ ୨୯ ଜଣ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ଥିବା ବେଳେ ୧୬ ଜଣଙ୍କୁ ମରଣତ୍ତୋର ସମ୍ମାନ ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତ ବିଜେତାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି।

Also Read: CRPF camp ରକ୍ତରଞ୍ଜିତ; ସାଥୀ ଯବାନଙ୍କ ଗୁଳିମାଡରେ ୪ ମୃତ, ୩ ଗୁରୁତର

ଏଥର ଓଡିଶାରୁ ୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ଏଥିରେ ଗୋଟିଓ ପଦ୍ମ ବିଭୂଷଣ ଓ ୫ଟି ପଦ୍ମଶ୍ରୀ ଅଛି। ସୁଦର୍ଷନ ସାହୁଙ୍କୁ କଳା ବିଭାଗରେ ପଦ୍ମ ବିଭୁଷଣ ଦିଆଯାଇଛି। ସାହିତ୍ୟ ଓ ଶିକ୍ଷା ପାଇଁ ନନ୍ଦ ପୃଷ୍ଟି ଓ ରଜତ କୁମାର କରଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯାଇଥିବା ବେଳେ ଶାନ୍ତି ଦେବୀଙ୍କୁ ସାମାଜିକ କାର୍ଯ୍ୟ, ପୁର୍ଣ୍ଣମାସୀ ଜାନିଙ୍କୁ କଳା ଓ ଡାକ୍ତର କୃଷ୍ଣ ମୋହନ ପତିଙ୍କୁ ଔଷଧ ବିଭାଗରେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି।