Bhuvneshwar Kumarଙ୍କ ଦୋଷର କ୍ଷମା ନାହିଁ, ଏହି ବୋଲର୍ କରିବେ ରିପ୍ଲେସ୍
Advertisement

Bhuvneshwar Kumarଙ୍କ ଦୋଷର କ୍ଷମା ନାହିଁ, ଏହି ବୋଲର୍ କରିବେ ରିପ୍ଲେସ୍

ବିଦେଶ ମାଟିରେ ଟିମ୍ ଇଣ୍ଡିଆ ଲଗାତାର ଦୁଇ ଦୁଇଟି ସିରିଜ ହାରିଛି। ଟେଷ୍ଟରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ବେଳେ ଦିନିକିଆରେ ସମ୍ମାନ ବଞ୍ଚାଇ ପାରିନାହିଁ। ଏବେ ଭାରତକୁ ନିଜ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପରବର୍ତ୍ତୀ ସିରିଜ୍ (West Indies Tour) ଖେଳିବାକୁ ପଡିବ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରେ ଭୂବନେଶ୍ୱର କୁମାରଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି। ତାଙ୍କର ଖରାପ ଖେଳ ଯୋଗୁଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି। ସେ ଜଣେ ମହଙ୍ଗା ବୋଲର ବୋଲି ପ୍ରମାଣ କରିଥିଲେ। ବିପକ୍ଷ ବ୍ୟାଟ୍ସମ୍ୟାନମାନେ ତାଙ୍କ ବଲରେ ରନର ବର୍ଷା କରିଥିଲେ। ତେଣୁ ତୃତୀୟ ଦିନିକିଆ ମ୍ୟାଚରେ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇଥିଲା। କିନ୍ତୁ ଏତିକିରେ ସିଲେକ୍ଟରମାନେ ସନ୍ତୁଷ୍ଟ ନୁହନ୍ତି। ଏବେ ଭୂବନେଶ୍ୱର କୁମାରଙ୍କୁ ଆହୁରି ଦଣ୍ଡ ଦେବାକୁ ପ୍ରସ୍ତିତି ଚଳାଇଛି।

ବିଦେଶ ମାଟିରେ ଟିମ୍ ଇଣ୍ଡିଆ ଲଗାତାର ଦୁଇ ଦୁଇଟି ସିରିଜ ହାରିଛି। ଟେଷ୍ଟରେ ମାତ୍ର ଗୋଟିଏ ମ୍ୟାଚ ଜିତିଥିବା ବେଳେ ଦିନିକିଆରେ ସମ୍ମାନ ବଞ୍ଚାଇ ପାରିନାହିଁ। ଏବେ ଭାରତକୁ ନିଜ ମାଟିରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପରବର୍ତ୍ତୀ ସିରିଜ୍ (West Indies Tour) ଖେଳିବାକୁ ପଡିବ। ଏଭଳି ପରିସ୍ଥିତିରେ ଭବନେଶ୍ୱର କୁମାର (Bhuvneshwar Kumar) ଙ୍କ ଭୁଲକୁ କ୍ଷମା କରିବାକୁ ଚୟନକର୍ତ୍ତା ମନୋଭାବରେ ନାହାଁନ୍ତି। ତାଙ୍କ ସ୍ଥାନରେ ଅନେକ ଟପ୍ ବୋଲରଙ୍କୁ ଦଳରେ ସାମିଲ କରିବ। 

Also Read: Ind Vs SA ODI Series : ଭାରତକୁ ହରାଇ ଭଗବାନ 'ଶ୍ରୀରାମ'ଙ୍କୁ ମନେ ପକାଇଲା ଦକ୍ଷିଣ ଆଫ୍ରିକା

ହର୍ଷଲ ପଟେଲ

fallback

IPL 2021ରେ ହର୍ଷଲ ପଟେଲ (Harshal Patel)  ଭଲ ପ୍ରଦର୍ଶନ କରିଥିଲେ। ସେ ସର୍ବାଧିକ ୩୨ ୱିକେଟ୍ ନେଇ ପର୍ପଲ କ୍ୟାପ୍ ହାତେଇ ଥିଲେ। ସେହି ସମୟରେ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ମାରାତ୍ମକ ବୋଲିଂ ସାମ୍ନାରେ ଠିଆ ହୋଇପାରିନଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହର୍ଷଲ ୫ଟି ୱିକେଟ୍ ନେଇଥିଲେ। ତାଙ୍କର ବୋଲିଂ ପାଇଁ ଆରସିବି ଅନେକ ମ୍ୟାଚ୍ ଜିତିଥିଲା। ଆଇପିଏଲ୍ ପ୍ରଦର୍ଶନ ଦେଖି ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ସୁଯୋଗ ପାଇଲେ ଏବଂ ଏହି ବୋଲର ସେହି ସୁଯୋଗର ପୂର୍ଣ୍ଣ ସୁଯୋଗ ନେଇଥିଲେ। ପ୍ରଥମ ମ୍ୟାଚ୍‌ରେ ହିଁ ତାଙ୍କୁ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିଥିଲା। ହର୍ଷଲ, ଭୁବନେଶ୍ୱର ପରି ଉଭୟ ଉପାୟରେ ବଲ୍ ସୁଇଙ୍ଗ୍ କରିପାରନ୍ତି। ସେ ଭୂବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳିବାକୁ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ହୋଇପାରନ୍ତି।

ଆଭେଶ୍ ଖାନ୍

fallback

ହର୍ଷଲଙ୍କ ପରି ଆଭେଶ ଖାନ ମଧ୍ୟ IPL 2021ରେ ନିଜର ଚମତ୍କାର ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ଛବି ସୃଷ୍ଟି କରିଛନ୍ତି। ଏହି ବୋଲର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବାବେଳେ ୧୬ଟି ମ୍ୟାଚରେ ୨୪ଟି ୱିକେଟ୍ ନେଇଥିଲେ। ଧୀର ବୋଲରେ ୱିକେଟ୍ ନେବାରେ ତାଙ୍କର କଳା ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଆଭେଶ (Avesh Khan) ଙ୍କୁ ମଧ୍ୟ ସାମିଲକରାଯାଇଥିଲା। କିନ୍ତୁ ଏହି ବୋଲରଙ୍କୁ ଗୋଟିଏ ମଧ୍ୟ ମ୍ୟାଚ୍ ଖେଳିବାର ସୁଯୋଗ ମିଳି ନଥିଲା। ଏହି ମାରାତ୍ମକ ବୋଲରଙ୍କ ପାଖରେ ହ୍ୱାଇଟ୍ ବଲ କ୍ରିକେଟରେ ଉଜ୍ଜ୍ୱଳ ଭବିଷ୍ୟତ ତିଆରି କରିବାର ଅନେକ ପ୍ରତିଭା ଅଛି।

Also Read: ରାହୁଲଙ୍କ ଅଧିନାୟକତ୍ୱ ସହିତ ଏହି ଖେଳାଳିଙ୍କ କ୍ୟାରିୟରର ମଧ୍ୟ ହେବ ଅନ୍ତ, ରୋହିତଙ୍କୁ ମଧ୍ୟ ଜମା..

ଅର୍ଶଦୀପ ସିଂହ

fallback
 
ଅର୍ଶଦୀପ ସିଂହ (Arshdeep Singh) ମଧ୍ୟ ଆଇପିଏଲରେ ସମସ୍ତଙ୍କ ହୃଦୟ ଜିତିଥିଲେ। ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଏହି ବୋଲର ୧୨ଟି ମ୍ୟାଚରେ ୧୮ଟି ୱିକେଟ୍ ନେଇଥିଲେ। ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପଞ୍ଜାବ କିଙ୍ଗ୍ସ ତାଙ୍କୁ IPL 2022 ପାଇଁ ମଧ୍ୟ ନିଜ ଟିମରେ ରିଜର୍ଭ ରଖିଛି। କେ.ଏଲ୍ ରାହୁଲଙ୍କ ଅଧିନାୟକତ୍ୱରେ ଏଅର୍ଶଦୀପ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଅତି ସାଂଘାତିକ ବୋଲିଂ କରନ୍ତି। ଏଭଳି ପରିସ୍ଥିତିରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଆର୍ଶଦୀପଙ୍କୁ ଟିମରେ ସାମିଲ କରାଯାଇପାରେ।