Ind Vs SA ODI Series : ଭାରତକୁ ହରାଇ ଭଗବାନ 'ଶ୍ରୀରାମ'ଙ୍କୁ ମନେ ପକାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି
Advertisement

Ind Vs SA ODI Series : ଭାରତକୁ ହରାଇ ଭଗବାନ 'ଶ୍ରୀରାମ'ଙ୍କୁ ମନେ ପକାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

ଭାରତ ବିପକ୍ଷ ଦିନିକିଆ ସିରିଜ ବିଜୟ ଦକ୍ଷିଣ ଆଫ୍ରିକା ପାଇଁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳ ଗତ କିଛି ବର୍ଷ ଧରି କ୍ରମାଗତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଏବି ଡି ଭିଲିୟର୍ସ, ହାସିମ ଆମଲା, ଡେଲ ଷ୍ଟେନ ଏବଂ ଫାଫ ଡୁ ପ୍ଲେସିସ୍ ପରି ଦିଗଜଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା ଦଳର ଯୁବ ଖେଳାଳିରେ ପରିପୂର୍ଣ୍ଣ ହୋଇଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ ଦଳ ଲଜ୍ଜାଜନକ ଭାବେ ଟେଷ୍ଟ ପରେ ଦିନିକିଆ ସିରିଜ ହାରିଛି। ଉଭୟ ଫର୍ମାଟର ସିରିଜରେ ଦକ୍ଷିଣ ଆଫ୍ରିକା ବାଜି ମାରିନେଇଛି। କେପଟାଉନରେ ଖେଳାଯାଇଥିବା ତୃତୀୟ ଦିନିକିଆକୁ ଘରୋଇ ଟିମ ୪ ରନ୍ ଜିତିଥିଲା। ଏହି ବିଜୟ ପରେ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ତୁଣ୍ଡରେ ଭଗବାନ ଶ୍ରୀରାମଙ୍କ ନାମ ବାହାରିଛି।

ଭାରତ ବିପକ୍ଷ ଦିନିକିଆ ସିରିଜ ବିଜୟ ଦକ୍ଷିଣ ଆଫ୍ରିକା ପାଇଁ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳ ଗତ କିଛି ବର୍ଷ ଧରି କ୍ରମାଗତ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। ଏବି ଡି ଭିଲିୟର୍ସ, ହାସିମ ଆମଲା, ଡେଲ ଷ୍ଟେନ ଏବଂ ଫାଫ ଡୁ ପ୍ଲେସିସ୍ ପରି ଦିଗଜଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା ଦଳର ଯୁବ ଖେଳାଳିରେ ପରିପୂର୍ଣ୍ଣ ହୋଇଛି। ଦଳରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଭବିଷ୍ୟତରେ ନିଜକୁ ସୁପରଷ୍ଟାର ବୋଲି ପ୍ରମାଣ କରିପାରିବେ।

Also Read: Ind Vs SA : ଏହି ଖେଳାଳିଙ୍କ ପାଇଁ ସିରିଜ୍ ହାରିଲା ଭାରତ

ଗତ ଦୁଇଟି ସିରିଜରେ ଟିମ୍ ଇଣ୍ଡିଆ ବିପକ୍ଷରେ ବିଜୟ ଦକ୍ଷିଣ ଆଫ୍ରିକା କ୍ରିକେଟର ମୋଡ଼ ବଦଳାଇପାରେ। ବିଜୟ ପରେ ଦଳରେ ଉତ୍ସାହର ବାତାବରଣ ଦେଖାଦେଇଛି। ଖେଳାଳିମାନେ ସୋସିଆଲ ମିଡିଆରେ ଫଟୋ, ଟେକ୍ଟ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରୁଛନ୍ତି। ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜ ମଧ୍ୟ ଇନଷ୍ଟାଗ୍ରାମରେ ନିଜ ଖୁସି ବ୍ୟକ୍ତ କରିଛନ୍ତି। କେଶବ ଲେଖିଛନ୍ତି, 'ଏହା କେତେ ଭଲ ସିରିଜ୍ ଥିଲା। ଏହି ଦଳ ପାଇଁ ମୁଁ ଅଧିକ ଗର୍ବିତ ହୋଇପାରିବି ନାହିଁ ଏବଂ ଆମେ କେତେ ଦୂର ପର୍ଯ୍ୟନ୍ତ ଆସିଛୁ।ବର୍ତ୍ତମାନ ପରବର୍ତ୍ତୀ ଆହ୍ୱାନକୁ ସମ୍ମୁଖୀନ କରିବାର ସମୟ ଆସିଛି। ଜୟ ଶ୍ରୀରାମ।'

 

ଦିନିକିଆ ସିରିଜରେ ବାମହାତୀ ସ୍ପିନର ତଥା ଭାରତୀୟ ବଂଶଦ୍ଭବ କେଶବ ମହାରାଜଙ୍କ ଭଲ ପ୍ରଦର୍ଶନ କରିଥିଲେ। ସେ ତିନୋଟି ମ୍ୟାଚରେ ତିନୋଟି ୱିକେଟ୍ ନେଇଥିଲେ। କେଶବ ଦ୍ୱିତୀୟ ତଥା ତୃତୀୟ ଦିନିକିଆରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ୱିକେଟ୍ ନେଇଥିଲେ। ପାର୍ଲରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଇତିହାସ ରଚିଥିଲେ। କୋହଲିଙ୍କୁ ଖାତା ନଖୋଲି ପ୍ୟାଭିଲିୟନ ପଠାଇବାରେ ସେ ପ୍ରଥମ ସ୍ପିନର ଭାବେ ରେକର୍ଡ କରିଛନ୍ତି। କେଶବ ମହାଜନଙ୍କ ପୂର୍ବପୁରୁଷମାନେ ଉତ୍ତର ପ୍ରଦେଶର ସୁଲତାନପୁରର ବାସିନ୍ଦା ଥିଲେ।