Advertisement
Article Detail0/zeeodisha/odisha769517
Zee OdishaOdisha Art and Cultureନୟନା ଦେବୀଙ୍କ ଅଲୌକିକ ମହିମା, ଦର୍ଶନ କଲେ ଭଲ ହୁଏ ଚକ୍ଷୁ ପୀଡ଼ା

ନୟନା ଦେବୀଙ୍କ ଅଲୌକିକ ମହିମା, ଦର୍ଶନ କଲେ ଭଲ ହୁଏ ଚକ୍ଷୁ ପୀଡ଼ା

ଏବେ ଚାଲିଛି ମା ଦୁର୍ଗାଙ୍କ ନବରାତ୍ରୀ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ସିଦ୍ଧ ଦେବୀପୀଠକୁ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଜଣାଇବୁ ହିମାଚଳ ପ୍ରଦେଶର ବିଳାସପୁରର ନୟନା ଦେବୀ ପୀଛ ସମ୍ପର୍କରେ। ଏହି ପୀଠ ବାବଦରେ କୁହାଯାଏ। ଏଠି ଦେବୀଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇ ଯାଇଥାଏ। 

ନୟନା ଦେବୀଙ୍କ ଅଲୌକିକ ମହିମା, ଦର୍ଶନ କଲେ ଭଲ ହୁଏ ଚକ୍ଷୁ ପୀଡ଼ା

ଜିନୁ ଜେନା, ନୂଆଦିଲ୍ଲୀ: ଏବେ ଚାଲିଛି ମା ଦୁର୍ଗାଙ୍କ ନବରାତ୍ରୀ। ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁ ସିଦ୍ଧ ଦେବୀପୀଠକୁ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ଏହି ଅବସରରେ ଆମେ ଆପଣଙ୍କୁ ଜଣାଇବୁ ହିମାଚଳ ପ୍ରଦେଶର ବିଳାସପୁରର ନୟନା ଦେବୀ ପୀଛ ସମ୍ପର୍କରେ। ଏହି ପୀଠ ବାବଦରେ କୁହାଯାଏ। ଏଠି ଦେବୀଙ୍କୁ ଦର୍ଶନ କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂରଣ ହୋଇ ଯାଇଥାଏ। ଏଥିସହ କାହାର ଯଦି ଚକ୍ଷୁପୀଡ଼ା ଥାଏ ଦର୍ଶନ ପରେ ଭଲ ହୋଇଥାଏ।

ପୂରାଣର ମାନ୍ୟତା ଅନୁସାରେ ଦକ୍ଷ ପ୍ରଜାପତି ଗୋଟିଏ ଯଜ୍ଞର ଆୟୋଜନ କରିଥିଲେ। ଜାଣିଶୁଣି ନିଜ ଜାମାତା ଅର୍ଥାତ ଦେବୀ ସତୀଙ୍କ ସ୍ୱାମୀ ମହାଦେବଙ୍କୁ ନିମନ୍ତ୍ରଣ ଦେଲେ ନାହିଁ। ନିମନ୍ତ୍ରଣ ମିଳି ନଥିବା ସତ୍ତ୍ୱେ ନିଜ ବାପଘରେ ପହଞ୍ଚିଥିଲେ ମାତା ପାର୍ବତୀ। ଯେଉଁଠି ଭଗବାନ ଶିବଙ୍କ ଅନେକ ଅପମାନ କଲେ। ମାତା ସତୀ ଏହାକୁ ସହ୍ୟ କରିପାରିନଥିଲେ। ସେଇଠି ଯଜ୍ଞକୁଣ୍ଡରେ ଡେଇଁ ନିଜ ପ୍ରାଣର ଆହୁତି ଦେଲେ। ଭଗବାନ ଶିବଙ୍କୁ ଯେତେବେଳେ ଘଟଣା ସମ୍ପର୍କରେ ଜଣାପଡ଼ିଲା ସେ ବହୁତ ଦୁଃଖୀ ହୋଇପଡ଼ିଲେ। ମାତାଙ୍କ ଶରୀରକୁ ଧରି ତାଣ୍ଡବ ନୃତ୍ୟ କରି ପୃଥିବୀ ପରିକ୍ରମା କରିବାକୁ ଲାଗିଲେ। ଶିବଙ୍କୁ କ୍ରୋଧରୁ ନିବୃତ୍ତ କରିବା ଲାଗି ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ମାଧ୍ୟମରେ ମାତାଙ୍କ ଶରୀରକୁ ୫୧ ଖଣ୍ଡ କରି ଦେଇଥିଲେ।ଏହି ଖଣ୍ଡଗୁଡ଼ିକ ଯେଉଁଠି ପଡ଼ିଲା ସେଠି ମାତାଙ୍କ ଶକ୍ତିପୀଠ ବା ଯଜ୍ଞସ୍ଥଳୀ ସୃଷ୍ଟି ହେଲା। ପୂରାଣରୁ ଜଣାପଡ଼େ ଏହିସ୍ଥାନରେ ସତୀଙ୍କ ଚକ୍ଷୁ ପଡ଼ିଥିଲା। ଯେଉଁଥିପାଇଁ ଏହି ସ୍ଥାନକୁ ନୟନା ଦେବୀ ଭାବେ ପ୍ରସିଦ୍ଧ ଲାଭ କରିଛି।ଏଠି ମାତା ପୀଣ୍ଡିରୂପରେ ଆଜି ମଧ୍ୟ ବିରାଜମାନ କରନ୍ତି।

ଏହି ସ୍ଥାନର ଅନ୍ୟ ଏକ ମାନ୍ୟତା ହେଉଛି ଏଠି ଭଗବାନ ବିଷ୍ଣୁ ଏବଂ ଶିବଙ୍କ ତେଜରୁ ଜନ୍ମିତ ମା ଦୁର୍ଗା ମହିଷାସୁରର ବଧ କରି ଦେବତାଙ୍କୁ କଷ୍ଟରୁ ମୁକ୍ତି ଦେଇଥିଲେ। ଯାହା ପରେ ଦେବୀଙ୍କୁ ମହିଷାମର୍ଦ୍ଦିନୀ ନାଁରେ ଜଣାଯାଏ। ନୟନା ଦେବୀଙ୍କ ଏହି ପବିତ୍ର ପୀଠରେ ଦିନସାରା ୫ ଥର ଆରତୀ ସମ୍ପନ୍ନ ହୋଇଥାଏ। ପ୍ରଥମ ଆଳତି ଭୋର ସାଢେ ୪ଟାରେ ଏବଂ ଶେଷ ଆଳତି ରାତି ସାଢେ ୯ଟାରେ କରାଯାଇଥାଏ।

Add Zee News as a Preferred Source

କୋରୋନା ପାଇଁ ଏଥର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରର ଦ୍ୱାର ୬ ମାସ ପରେ ଖୋଲିଛି। ବର୍ତ୍ତମାନ ମା'ଙ୍କ ଦର୍ଶନ ଲାଗି ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। କୋରୋନା ପାଇଁ ଅନେକ ଦିନ ଧରି ମନ୍ଦିର ବନ୍ଦ ରହିବାରୁ ମନ୍ଦିର ଟ୍ରଷ୍ଟ ଆର୍ଥିକ କ୍ଷତି ସହିବା ସହ ଦୋକୋନୀ ବି ହାତ ବାନ୍ଧି ବସିଛନ୍ତି। ଏବେ ମନ୍ଦିରକୁ ଆସୁଥିବା ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିସହ ପଞ୍ଜିକୃତ କାର୍ଯ୍ୟାଳୟରେ ନିଜ ନାଁ ଓ ଠିକଣା ପୂରା ଦେବାକୁ ପଡ଼ିବ। ଯାହାପରେ ସାମାଜିକ ଦୂରତା ନିୟମ ପାଳନ କରି ଆପଣ ନୟନା ଦେବୀଙ୍କ ଦର୍ଶନ କରିପାରିବେ। କୋଭିଡ୍ ବିପଦ ଟଳିନଥିବାରୁ, ଯଜ୍ଞ, ସାମୂହିକ ଭଜନ, ଭୋଜିଭାତ, ଘଣ୍ଟିକୁ ଛୁଇଁବା ଏବଂ ପ୍ରସାଦ ଆଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ପ୍ରତିବନ୍ଧକ ସତ୍ତ୍ୱେ ଶ୍ରଦ୍ଧାଳୁ ବେଶ ଖୁସୀ ଯେ ମାଙ୍କ ଦର୍ଶନ ମିଳିପାରୁଛି।

About the Author