ଶୁକ୍ରବାର ଅର୍ଥାତ ଆଜି ଠାରୁ IPLର ୧୪ତମ ସଂସ୍କରଣ ଆରମ୍ଭ ହେଉଛି। ମେ ୩୦ ପର୍ଯ୍ୟନ୍ତ ଦେଶର ୬ଟି ସହରରେ ମ୍ୟାଚ୍ ଖେଳାଯିବ। IPL-2021 ପରିଚାଳନା ପରିଷଦର କାର୍ଯ୍ୟସୂଚୀ ଅନୁଯାୟୀ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ମ୍ୟାଚ୍ ଅନୁଷ୍ଠିତ ହେବ।
Trending Photos
ନୂଆଦିଲ୍ଲୀ: ଶେଷରେ ୬୭୭ ଦିନ ପରେ ଭାରତକୁ IPL ଫେରିଛି। ଆଜି ଚେନ୍ନାଇର MA Chidambaram Stadiumରେ ଉଦଘାଟନୀ ମ୍ୟାଚ ଖେଳାଯିବ। କୋରୋନା କଟକଣା ମଧ୍ୟରେ କ୍ରିକେଟ ମହାକୁମ୍ଭ ଆୟଜନ ହେଉଛି। ପୂର୍ବବର୍ଷ ଭଳି ବିନା ଦର୍ଶକରେ ଷ୍ଟାଡିୟମରେ ମ୍ୟାଚ ହେବ। ତେବେ ମ୍ୟାଚର ସେଡ୍ୟୁଲ ପୂର୍ବରୁ ହିଁ BCCI ପକ୍ଷରୁ ଆଧିକାରୀକ ଭେବେ ଘୋଷଣା କରାଯାଇଛି।
ଶୁକ୍ରବାର ଅର୍ଥାତ ଆଜି ଠାରୁ IPLର ୧୪ତମ ସଂସ୍କରଣ ଆରମ୍ଭ ହେଉଛି। ମେ ୩୦ ପର୍ଯ୍ୟନ୍ତ ଦେଶର ୬ଟି ସହରରେ ମ୍ୟାଚ୍ ଖେଳାଯିବ। IPL-2021 ପରିଚାଳନା ପରିଷଦର କାର୍ଯ୍ୟସୂଚୀ ଅନୁଯାୟୀ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶେଷ କଥା ହେଉଛି ଯେ କୌଣସି ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବେ ନାହିଁ। ଟୁର୍ଣ୍ଣାମେଣ୍ଟର ଫାଇନାଲ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଆୟୋଜିତ ହେବ।
Also Read: କୋରୋନା ବିଜୟୀ IPL 2021! ଟିକା ନେଇ ମଇଦାନକୁ ଓହ୍ଲାଇବେ ଖେଳାଳି
ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୯ରେ ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯିବ। IPL 2021 ଆରମ୍ଭର ଠିକ ପୂର୍ବରୁ, ଦେଶରେ COVIDର ଦ୍ୱିତୀୟ ଲହର ଆତଙ୍କ ଦେଖାଦେଇଛି। ଏହାକୁ ନଜରରେ ରଖି IPL ସୂଚୀରେ ପରିବର୍ତ୍ତନ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏହି ସମସ୍ତ କଳ୍ପନାଜଳ୍ପନା ଏବଂ ଅସୁବିଧାକୁ ଏଡ଼ାଇ BCCI ଶେଷରେ IPL ଆରମ୍ଭ କରୁଛି।
IPL 2021 ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାରେ 'ପ୍ରତ୍ୟେକ ଦଳ ଲିଗ୍ ପର୍ଯ୍ୟାୟରେ ଚାରୋଟି ସ୍ଥାନରେ ଖେଳିବେ। ଲିଗ୍ ପର୍ଯ୍ୟାୟରେ ମୋଟ ୫୬ଟି ମ୍ୟାଚ୍ ହେବ ଯେଉଁଥିରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁ ୧୦-୧୦ଟି ମ୍ୟାଚ ଆୟୋଜନ କରୁଥିବାବେଳେ ଅହମ୍ମଦାବାଦ ଏବଂ ଦିଲ୍ଲୀ ପ୍ରତ୍ୟେକ ଆଠଟି ଲେଖାଏ ମ୍ୟାଚ ଆୟୋଜନ କରିବେ। ଏହି IPLର ଏକ ବିଶେଷତ୍ୱ ହେବ ଯେ ସମସ୍ତ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ଏବଂ କୌଣସି ଦଳ ନିଜ ଘରୋଇ ପଡ଼ିଆରେ ଖେଳିବେ ନାହିଁ।'
Also Read: Entertainment ଦୁନିଆରେ ମାହିଙ୍କ ଏଣ୍ଟ୍ରୀ
ଏହି ବର୍ଷ ଟୁର୍ଣ୍ଣାମେଣ୍ଟରେ ୧୧ଟି ଡବଲ୍ ହେଡର୍ ମ୍ୟାଚ୍ ଖେଳାଯିବ। ଦିନରେ ଖେଳାଯାଇଥିବା ମ୍ୟାଚ୍ ଅପରାହ୍ଣ ସେଢେ ୩ଟାରେ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ମ୍ୟାଚ୍ ସାଢେ ୭ଟାରୁ ଖେଳାଯିବ। କାର୍ଯ୍ୟକ୍ରମ ବିଷୟରେ ଜୟ ଶାହା (Jaya Shah) କହିଛନ୍ତି, ଏଥର ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ଏପରି ଭାବରେ ପ୍ରସ୍ତୁତ ହୋଇଛି ଯେ ଦଳଗୁଡିକ ପ୍ରତ୍ୟେକ ପର୍ଯ୍ୟାୟରେ ମାତ୍ର ତିନିଥର ଟ୍ରାଭେଲ କରିବାକୁ ପଡିବ। ଆରମ୍ଭରୁ ଖେଳପଡିଆରେ କୌଣସି ଦର୍ଶକଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ପରବର୍ତ୍ତୀ ସମୟରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।