Entertainment ଦୁନିଆରେ ମାହିଙ୍କ ଏଣ୍ଟ୍ରୀ
Advertisement

Entertainment ଦୁନିଆରେ ମାହିଙ୍କ ଏଣ୍ଟ୍ରୀ

କେବଳ କ୍ରିକେଟ ନୁହଁ ଜୈବିକ କୃଷି ଓ ପଶୁ ପାଳନ କରି ଧୋନି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି। ତେବେ ଫାର୍ମିଂ ପରେ ସେ ଏବେ ଆଉ ଏକ ନୂଆ ସୀମାରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଚର୍ଚ୍ଚିତ ଚେହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେ ମାହି ନାଁରେ ଖୁବ ପରିଚିତ। ମାହି ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଛନ୍ତି। କିନ୍ତୁ ତାହାରି ପୂର୍ବରୁ ସେ ନିଜକୁ କ୍ରିକେଟ ବ୍ୟତୀତ ଅନ୍ୟ କ୍ଷେତ୍ରରେ ବିଜି ରଖୁଛନ୍ତି। କେବଳ କ୍ରିକେଟ ନୁହଁ ଜୈବିକ କୃଷି ଓ ପଶୁ ପାଳନ କରି ଧୋନି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି। ତେବେ ଫାର୍ମିଂ ପରେ ସେ ଏବେ ଆଉ ଏକ ନୂଆ ସୀମାରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି। 

ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏକ animation fiction show ଆରମ୍ଭ କରିବାକୁ ଯାଉଛନ୍ତି। ଯାହାର ନାମ ତାଙ୍କ ଜର୍ସି ନଂ ଅନୁସାରେ 'Captain 7' ରଖାଯାଇଛି। ଧୋନିଙ୍କ ଜୀବନୀ ଉପରେ ଆଧାରିତ ଏହି ସିରିଜର ପ୍ରଥମ ସିଜନ ଏବେ pre-productionରେ ଅଛି। ତେବେ ଧୋନି ତାଙ୍କ ପତ୍ନି ସାକ୍ଷୀ (Sakshi Singh Dhoni)ଙ୍କ Dhoni Entertainment Pvt Ltd ସହ ମିଶି 'Captain 7' ନିର୍ମାଣ କରୁଛନ୍ତି। ଏଥିରେ Black White Orange Brands Pvt. Ltd (BWO) ର ବି ସହାୟତା ନିଆଯାଇଛି।

Also read: Bollywoodକୁ କଲବଲ କରୁଛି କୋରୋନା, ବିକ୍କିଙ୍କ ପରେ କ୍ୟାଟ୍ ପଜିଟିଭ୍

'Captain 7' ଭାରତର ପ୍ରଥମ secret-agent animated ସିରିଜ ହେବ। ଏହାର ପ୍ରଥମ ଭାଗରେ ମହେନ୍ଦ୍ର ସିଂହ ଧୋନି (Mahendra Singh Dhoni) ଙ୍କ କାହାଣୀକୁ ବର୍ଣ୍ଣନା କରାଯାଇଛି। ସିରିଜ କେବଳ ଭାରତ ନୁହଁ worldwide ରିଲିଜ ହେବ। ସିରିଜର ଷ୍ଟୋରୀ ବହୁତ ବଢିଆ ହେଇଛି। ପ୍ରଥମ ଥର କମ୍ପାନୀ ଗୋଟିଏ original content ଉପରେ କାମ କରୁଛି। ଉଭୟ କ୍ରୀଡା ଓ ଧୋନି ଲୋକଙ୍କ ହୃଦୟର ନିକଟତର, ତେଣୁ ନିଶ୍ଚିତ ଭାବେ 'Captain 7' ସଫଳ ହେବ ବୋଲି BWOର ପ୍ରତିଷ୍ଠାତା ତଥା CEO ଭାବିକ ଭୋରା କହିଛନ୍ତି।

 

ସେପଟେ Dhoni Entertainment Pvt Ltd ସୋସିାଲ ମିଡ଼ିଆରେ  'Captain 7'ର ଫାଷ୍ଟ ପୋଷ୍ଟର ରିଲିଜ କରିଛି। ଆସନ୍ତାବର୍ଷ ସିରିଜ୍ ଏହା ରିଲିଜ ହେବ। ତେବେ ଏହାର କେତୋଟି ପାର୍ଟ ରହିବ ଏବଂ କେଉଁ ପ୍ଲାଟଫର୍ମରେ ରିଲିଜ ହେବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ Aminationରେ ଧୋନିଙ୍କ ଷ୍ଟୋରୀ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଚେନ୍ନାଇ କ୍ୟାପଟେନ IPL 2021ରେ ବ୍ୟସ୍ତ ଅଛନ୍ତି। ଆସନ୍ତା ୧୦ ତାରିଖ ସନ୍ଧ୍ୟାରେ ମୁମ୍ବାଇରେ ଚେନ୍ନାଇ ଓ ଦିଲ୍ଲୀ ମୁହାଁମୁହିଁ ହେବେ।