ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଅର୍ଥ, ସରକାରଙ୍କୁ ଟାର୍ଗେଟ କଲେ ଦୁଇ ନେତା
Advertisement

ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଅର୍ଥ, ସରକାରଙ୍କୁ ଟାର୍ଗେଟ କଲେ ଦୁଇ ନେତା

ଟ୍ୱିଟ କରି ସରକାରଙ୍କ ଉପରେ ବର୍ଷିଲେ ପ୍ରକାଶ ରାଜ ଓ କୁମାର ବିଶ୍ୱାସ...

ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ଅର୍ଥ, ସରକାରଙ୍କୁ ଟାର୍ଗେଟ କଲେ ଦୁଇ ନେତା

ନୂଆଦିଲ୍ଲୀ: ଦେବାଳିଆ ପରିସ୍ଥିତିରେ ଘରୋଇ ୟେସ ବ୍ୟାଙ୍କ । ଫଳରେ ଉକ୍ତ ବ୍ୟାଙ୍କରେ ଖାତା ଖୋଲିଥିବା ଗ୍ରାହକମାନେ ଏବେ ଚିନ୍ତାରେ । ଗ୍ରାହକଙ୍କ କଥା ଛାଡ଼ନ୍ତୁ, ପୁରୀ ଶ୍ରୀମନ୍ଦିରର ଖାତା ମଧ୍ୟ ଏହି ବ୍ୟାଙ୍କରେ ରହିଥିଲା । ଯେଉଁଥିରେ ପ୍ରାୟ ୫୪୫ କୋଟି ଟଙ୍କା ରହିଥିବା ପ୍ରଶାସନ ସୂଚନା ଦେଇଥିଲା । ତେବେ ଏହି ଟଙ୍କା ବର୍ତ୍ତମାନ ବୁଡ଼ି ଯିବାକୁ ବସିଛି । ଯାହାକୁ ନେଇ ଏବେ ସମଗ୍ର ଦେଶରେ ଏକ ପ୍ରକାର ଚିନ୍ତା ପ୍ରକାଶ ପାଇଛି । 

fallback

ତେବେ ସେ ଯାହା ହେଉନା କାହିଁକି, ଶ୍ରୀମନ୍ଦିରର ଏହି ଟଙ୍କାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜନେତା ତଥା କବି କୁମାର ବିଶ୍ୱାସ ଓ ଅଭିନେତାରୁ ନେତା ପାଲଟି ଥିବା ପ୍ରକାଶ ରାଜ । ପ୍ରକାଶ ରାଜ ଟ୍ୱିଟ କରି କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି, ହେ ଭଗବାନ, ଆପଣଙ୍କୁ ମଧ୍ୟ ଛାଡ଼ିଲେନି । ଆପଣଙ୍କୁ ମଧ୍ୟ ଏବେ ଧାଡ଼ିରେ ଛିଡ଼ା ହେବାକୁ ପଡିବ । ୟେସ ବ୍ୟାଙ୍କରେ ଥିବା ୫୪୫ କୋଟି ଟଙ୍କା ସମ୍ପର୍କରେ ଭକ୍ତମାନେ ଚିନ୍ତା କରିବା ଆବଶ୍ୟକ। ଭକ୍ତମାନେ ଏବେ ମନୋରଞ୍ଜନରେ ବ୍ୟସ୍ତ ରହିଛନ୍ତି ବୋଲି ସେ ତାଙ୍କ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି । 

fallback

ସେହିପରି କୁମାର ବିଶ୍ୱାସ ମଧ୍ୟ ବେଶ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି କି, ଦେତେ ହେଁ ଭଗବାନ କୋ ଧୋଖା, ଇନସାନ କୋ କ୍ୟା ଛୋଡ଼େଙ୍ଗେ...(ଭଗବାନଙ୍କୁ ଦେଉଛନ୍ତି ଧୋକା, ମଣିଷଙ୍କୁ କଣ ଛାଡ଼ିବେ) ବୋଲି ଟ୍ୱିଟରରେ ଲେଖିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି, ୟେସ ବ୍ୟାଙ୍କର ଏଭଳି ଦେବାଳିଆ ପରିସ୍ଥିତିକୁ ନେଇ ପୂଜକ ଓ ଭକ୍ତମାନେ ବେଶ ଚିନ୍ତାରେ ରହିଛନ୍ତି । ତେବେ ବ୍ୟାଙ୍କର ଏଭଳି ପରିସ୍ଥିତିରେ ଜଗନ୍ନାଥ ମନ୍ଦିରର ଏହି ଅର୍ଥ ଉପରେ ବର୍ତ୍ତମାନ ସନ୍ଦେହର କଳା ବାଦଲ ଘୋଟି ଯାଇଛି  ବୋଲି ସେ କହିଛନ୍ତି ।