ପ୍ରତୀକ୍ଷାର ଅନ୍ତ: ଏହି ଦିନ ରିଲିଜ ହେବ KGF Chapter 2 ଫିଲ୍ମ
Advertisement

ପ୍ରତୀକ୍ଷାର ଅନ୍ତ: ଏହି ଦିନ ରିଲିଜ ହେବ KGF Chapter 2 ଫିଲ୍ମ

କେଜିଏଫ ଚାପ୍ଟର ୨ (KGF Chapter 2) ର ପୂର୍ବରୁ ରିଲିଜ ହୋଇଥିବା ଟିଜର ୟୁଟ୍ୟୁବ (YouTube) ରେ ଏକ ଭିନ୍ନ ଧରଣର ରେକର୍ଡ ମଧ୍ୟ କରିଛି । ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।

ପ୍ରତୀକ୍ଷାର ଅନ୍ତ: ଏହି ଦିନ ରିଲିଜ ହେବ KGF Chapter 2 ଫିଲ୍ମ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ । ରିଲିଜ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଫିଲ୍ମ KGF Chapter 2 । କନ୍ନଡ ଷ୍ଟାର ୟଶଙ୍କ ଏହି ଫିଲ୍ମର ଟିଜର ରିଲିଜ ପରେ ଫ୍ୟାନ୍ସ ମାନେ ଅତି ଉତ୍ସୁକତାର ସହ ଏହାର ରିଲିଜ ଡେଟକୁ ଅପେକ୍ଷା କରି ରହିଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ କରି ୨୦୨୧ ଜୁଲାଇ ୧୬ରେ ରିଲିଜ ହେବ ବହୁ ପ୍ରତିକ୍ଷିତ ଫିଲ୍ମ KGF Chapter 2 ।

ସୂଚନାନୁସାରେ, କେଜିଏଫ ଚାପ୍ଟର ୨ (KGF Chapter 2) ର ପୂର୍ବରୁ ରିଲିଜ ହୋଇଥିବା ଟିଜର ୟୁଟ୍ୟୁବ (YouTube) ରେ ଏକ ଭିନ୍ନ ଧରଣର ରେକର୍ଡ ମଧ୍ୟ କରିଛି । ଟିଜରକୁ ୟୁଟ୍ୟୁବରେ ବର୍ତ୍ତମାନ ସୁଦ୍ଧା ୧୩୦ ମିଲିୟନରୁ ଅଧିକ ଥର ଦେଖାଯାଇସାରିଲାଣି । ଏତେ ଭ୍ୟୁ ପାଇବାରେ ଏହି ଟିଜର ଟି ଦୁନିଆର ସବୁଠାରୁ ଅଧିକ ଥର ଦେଖାଯାଇଥିବା ଟିଜର (Teaser) ହୋଇଛି । ତେବେ ରିଲିଜ ଡେଟ ଏବେ ଜଣାପଡ଼ିବା ପରେ ଖୁବଶୀଘ୍ର ଏହି ଫିଲ୍ମର ବୁକିଂ (Film Booking) ଆରମ୍ଭ ହୋଇଯିବ । 

Also Read: ମେସେଜିଂ ଆପ୍ Telegram କୁ କରିହେବ ହ୍ୱାଟସ ଆପ୍ ର ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର, ଜାଣନ୍ତୁ କେମିତି ?

ତେବେ ଏହି ଫିଲ୍ନର ରିଲିଜ ଡେଟକୁ ନେଇ ସୂଚନା ଦେଇଥିଲେ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଦତ୍ତ (Sanjay Dutta) ଆଜି ସନ୍ଧ୍ୟା ଠିକ ୬.୩୦ ମିନିଟ ସମୟରେ KGF Chapter 2 ଫିଲ୍ମର ରିଲିଜ ଡେଟ ଘୋଷଣା ହେବା ନେଇ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ । ଆଉ ଏହି ଟ୍ୱିଟ ପରେ ତାଙ୍କ ଫ୍ୟାନ୍ସ ଖୁବ ଉତ୍ସୁକତାର ସହ ଏହି ସମୟକୁ ଅପେକ୍ଷା କରିରହିଥିଲେ । ସେପଟେ ରିଲିଜ ଡେଟ ଫାଇନାଲ ହେବା ପରେ ଟ୍ୱିଟ ଯୋଗେ ଜଣାଇଛନ୍ତି କନ୍ନଡ଼ ଷ୍ଟାର ୟଶ।

Also Read: Delhi Blast Update: ହାଇଆଲର୍ଟ ସତ୍ତ୍ୱେ ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ IED ବିସ୍ଫୋରଣ...

ସୂଚନାନୁସାରେ, KGF ର ପ୍ରଥମ ଭାଗ ୨୦୧୮ ମସିହାରେ ରିଲିଜ  ହୋଇଥିଲା । ତେଲୁଗୁ (Telegu) ଓ ହିନ୍ଦୀ (Hindi) ରେ ରିଲିଜ ହୋଇଥିବା ଏହି ଫିଲ୍ମ ପ୍ରଥମରୁ ଅନେକ ସଫଳତା ହାସଲ କରିଛି । ଏହା ପ୍ରଥମ କନ୍ନଡ଼ ଫିଲ୍ମ (Kannad Film) ଥିଲା ଯାହା ୨୫୦ କୋଟିରୁ ଅଧିକ ଆୟ କରିଥିଲା । ସେପଟେ ଏହା ଚତୁର୍ଥ ହିନ୍ଦୀ ଫିଲ୍ମ ଥିଲା ଯାହା ରିଲିଜ ପରେ ଆଶାନୂରୁପରୁ ଅଧିକ ଇନକମ କରିପାରିଥିଲା ।