ମେସେଜିଂ ଆପ୍ Telegram କୁ କରିହେବ ହ୍ୱାଟସ ଆପ୍ ର ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର, ଜାଣନ୍ତୁ କେମିତି ?
Advertisement
Article Detail0/zeeodisha/odisha837937

ମେସେଜିଂ ଆପ୍ Telegram କୁ କରିହେବ ହ୍ୱାଟସ ଆପ୍ ର ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର, ଜାଣନ୍ତୁ କେମିତି ?

ମେସେଜିଂ ଆପ୍  Telegram ମଧ୍ୟ ବ୍ୟବହାରକାରୀଙ୍କ ମନରେ ଏକ ଭରସା ଗଢିବା ଆରମ୍ଭ କରିଦେଇଛି । ଏହି କ୍ରମରେ  Telegram ଏକ ନୂଆ ଫିଚର ଆରମ୍ଭ କରିଛି ।

ମେସେଜିଂ ଆପ୍ Telegram କୁ କରିହେବ ହ୍ୱାଟସ ଆପ୍ ର ଚାଟ୍ ହିଷ୍ଟ୍ରି ଟ୍ରାନ୍ସଫର, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ଯେବେଠାରୁ ପପୁଲାର ମେସେଜିଂ ଆପ୍  WhatsApp ନିଜର ନୂଆ ପ୍ରାଇଭେସି ପଲିସି ଲାଗୁ କରିବା କଥା ଉଠାଇଛି ସେବେଠାରୁ ଯୁଜର୍ସ ମାନେ ଅନ୍ୟ ମେସେଜିଂ ଆପ୍ ଉପରେ ଭରସା କରିବା ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ମେସେଜିଂ ଆପ୍  Telegram ମଧ୍ୟ ବ୍ୟବହାରକାରୀଙ୍କ ମନରେ ଏକ ଭରସା ଗଢିବା ଆରମ୍ଭ କରିଦେଇଛି । ଏହି କ୍ରମରେ  Telegram ଏକ ନୂଆ ଫିଚର ଆରମ୍ଭ କରିଛି ।ଏହା ସାହାଯ୍ୟରେ ଆପଣ ଆପଣଙ୍କର ସବୁ Chat History କୁ ବହୁତ ସହଜରେ ଟେଲିଗ୍ରାମକୁ ଟ୍ରାନ୍ସ,ଫର କରିପାରିବେ । 

ମେସେଜିଂ ଆପ୍ ଟେଲିଗ୍ରାମ (Telegram) ଏହାର ନୂତନ ବ୍ଲଗ୍ ପୋଷ୍ଟରେ କହିଛି ଯେ, ହ୍ୱାଟସ୍ ଆପ (Whtsapp) ଆଣିଥିବା ନୂଆ ଗୋପନୀୟତା ନୀତି ବିରୋଧରେ ଲୋକଙ୍କ ବିରୋଧରୁ କମ୍ପାନୀ ଉପକୃତ ହୋଇଛି। କେବଳ ଜାନୁଆରୀ ମାସରେ, ଟେଲିଗ୍ରାମର ୧୦୦ ମିଲିୟନ ଉପଭୋକ୍ତା ଏହି ମେସେଜିଂ ଆପ୍ ସହିତ ଯୋଡିହୋଇଛନ୍ତି । ତେବେ ଏହି ପୋଷ୍ଟ ରେ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ ବ୍ୟବହାରକାରୀ ମାନେ ନିଜର ମେସେଜ୍ ଚାଟ୍ ଇତିହାସ (Message Chat History) , ଭିଡିଓ (Video) ଏବଂ ଅନ୍ୟାନ୍ୟ ମେସେଜିଂ ଆପ୍ସ (Messaging Apps) ର ଡକ୍ୟୁମେଣ୍ଟ ଗୁଡ଼ିକୁ ମଧ୍ୟ ଟେଲିଗ୍ରାମକୁ ସ୍ଥାନାନ୍ତର କରିପାରିବେ।

Also Read: କରୁଛନ୍ତି କି Web WhatsApp ଲଗ ଇନ୍, ତେବେ ଜାଣିରଖନ୍ତୁ କଣ ରହିଛି ନୂଆ ନିୟମ ?

ତେବେ ଏହାର ପ୍ରକ୍ରିୟା ମଧ୍ୟ ଜାଣିବା ନିହାତି ଜରୁରୀ । ଏଣ୍ଡ୍ରଏଡ ଫୋନ(Android phone) ବ୍ୟବହାର କରୁଥିବା ୟୁଜର୍ସଙ୍କୁ ପ୍ରଥମେ ନିଜର ହ୍ୱାଟସ ଆପ୍ ଖୋଲିବାକୁ ପଡ଼ିବ । ଏଠାରେ ଥିବା ଯେଉଁ ଚାଟ୍ ବା ଗ୍ରୁପ କୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ତା ଉପରେ କ୍ଲିକ କରିବାକୁ ପଡ଼ିବ । ଡାହାଣ ପାର୍ଶ୍ୱରେ ଥିବା ତିନୋଟି ଡଟ୍ ବଟନରେ ଆପଣଙ୍କୁ ମୋର୍ Option ଦେଖିବାକୁ ମିଳିବ ।  ସେଠାରେ ଲେଖାଥିବା Export Chat କୁ ବାଛିବା ପରେ ସାମ୍ନାରେ ମେସେଜିଂ ଆପ୍ Telegram ଉପରେ କ୍ଲିକ କରିବା ପରେ ସେୟାର ବଟନ ଦବାଇବାକୁ ପଡ଼ିବ ।

Also Read: Economic Survey Report 2020-21: ଇନଫ୍ରା, ଇନଭେଷ୍ଟମେଣ୍ଟକୁ ନେଇ ରାଷ୍ଟ୍ରପତି ଦେଲେ ଏଭଳି ତଥ୍ୟ

ସେହିପରି iOS ୟୁଜର୍ସ ବା ଆଇଫୋନ (I-Phone)ୟୁଜର୍ସ ମଧ୍ୟ ନିଜ ଚାଟ ହିଷ୍ଟ୍ରିକୁ ଟ୍ରାନ୍ସଫର କରିପାରିବେ। ଆଇଫୋନ ବ୍ୟବହାରୀକାରୀ ନିଜ ମେସେଜ୍ ଚାଟ ହିଷ୍ଟ୍ରିକୁ ଲେଫ୍ଟ ସ୍ୱାଇପ୍ କରି ସିଧାସଳଖ ଟେଲିଗ୍ରାମକୁ  Export କରିପାରିବେ ।