Anubhav Varsha family dispute : ବନ୍ଧା ହେବେ କି କେନ୍ଦ୍ରାପଡା ସାଂସଦ? DCP ଦେଲେ ଏମିତି ଉତ୍ତର
Advertisement
Article Detail0/zeeodisha/odisha1194975

Anubhav Varsha family dispute : ବନ୍ଧା ହେବେ କି କେନ୍ଦ୍ରାପଡା ସାଂସଦ? DCP ଦେଲେ ଏମିତି ଉତ୍ତର

ବର୍ଷାଙ୍କ ଏତଲାର ଦିନକ ପରେ ଅର୍ଥାତ ସୋମବାର କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଲିଖିତ ଅଭିଯୋଗ କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଏକ ଏତଲା ଦାଏର ହୋଇଛି। ପୋଲିସ ମାମଲାର ଅନୁଧ୍ୟାନ କରୁଛି। 

ଫାଇଲ ଫଟୋ

Anubhav Varsha family dispute : ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଘରୋଇ କଳି ଏବେ ବାଟରେ ପଡି ହାଟରେ ଗଡୁଛି। ପତ୍ନୀ ବର୍ଷାଙ୍କୁ ଆକ୍ଷେପ କରି ସାଂସଦ ଅନୁଭବ ମହାନ୍ତି ଲଗାତର ଗୋଟିଏ ପରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଆଉ ଅଭିନେତ୍ରୀ ବର୍ଷା ରବିବାର ପୁରୀଘାଟ ଥାନାରେ ନିଜ ସ୍ୱାମୀ ବିରୁଦ୍ଧରେ ଏତଲା ଦେଇଛନ୍ତି। ଅନୁଭବଙ୍କ ନାମରେ ବର୍ଷା ଅନେକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଯାହାକୁ ନେଇ କଟକ ଡିସିପି ପିନାକ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି।

ବର୍ଷାଙ୍କ ଏତଲାର ଦିନକ ପରେ ଅର୍ଥାତ ସୋମବାର କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଲିଖିତ ଅଭିଯୋଗ କରିଛନ୍ତି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଏକ ଏତଲା ଦାଏର ହୋଇଛି। ପୋଲିସ ମାମଲାର ଅନୁଧ୍ୟାନ କରୁଛି। ଯଦି ତାଙ୍କ ନାଁରେ ଆସିଥିବା ଅଭିଯୋଗ ଗୁଡିକ ସତ, ତେବେ ସାଂସଦଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଏହା ପୂର୍ବରୁ ମଧ୍ୟ ବର୍ଷା ତାଙ୍କ ସ୍ୱାମୀଙ୍କ ନାମରେ ଅନେକ ଥର ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ସମସ୍ତ ମାମଲାକୁ ଅନୁଧ୍ୟାନ କରି ତାକୁ ଏକତ୍ର କରିବାକୁ ଆମେ ଚେଷ୍ଟା କରିବୁ ବୋଲି ଡିସିପି କହିଛନ୍ତି।

Also Read: Part-3 : ଅନୁଭବ ମହାନ୍ତି ପୁଣି ଜାରି କଲେ ଭିଡିଓ, ବର୍ଷାଙ୍କୁ ଦେଲେ ତିନୋଟି ଚ୍ୟାଲେଞ୍ଜ୍

ସୂଚନାଯୋଗ୍ୟ, ଅନୁଭବ ମହାନ୍ତିଙ୍କ ଦ୍ୱିତୀୟ ଭିଡିଓ ରିଲିଜ ପରେ ଗତ ରବିବାର ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ତାଙ୍କର ସାତ ଫର୍ଦ୍ଦର ଏତଲାରେ ଦର୍ଶାଇଛନ୍ତି ଯେ, କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ମହାନ୍ତି ଭିଡିଓ ଜାରି କରି ତାଙ୍କର ମାନ ସମ୍ମାନ କ୍ଷୁର୍ଣ୍ଣ କରୁଛନ୍ତି। ସୋସିଆଲ ମିଡିଆ ସାହାଯ୍ୟରେ ସାସଂଦ ତାଙ୍କ ଚରିତ୍ର ହରଣ କରୁଥିବା ଅଭିନେତ୍ରୀ ପତ୍ନୀ ଅଭିଯୋଗ କରିଛନ୍ତି। ଆଉ ବର୍ଷାଙ୍କ ଏହି ଅଭିଯୋଗ ପରେ ଅନୁଭବ ମଙ୍ଗଳବାର ଆଉ ଏକ ଭିଡିଓ ଜାରି କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ଟାଣିବାକୁ କହିଛନ୍ତି। ପୂର୍ବରୁ ସେ ମେ ୧୯ ଓ ୨୧ ତାରିଖରେ ବର୍ଷାଙ୍କ ସହ ତାଙ୍କ ବିବାଦ ପ୍ରସଙ୍ଗରେ ଦୁଇଟି ଭିଡିଓ ଜାରି କରିଥିଲେ।

ସେପଟେ ମଙ୍ଗଳବାର କଟକ SDJM କୋର୍ଟରେ ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାର ଶୁଣାଣି ହୋଇଛି। କୋର୍ଟରେ ଶୁଣାଣି ପରେ ରାୟ ସଂରକ୍ଷିତ ରଖାଯାଇଛି। ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରିକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଉଭୟ ପକ୍ଷ ନିଜ ନିଜ ଓକିଲଙ୍କ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ବର୍ଷା ଘର ଛାଡ଼ନ୍ତୁ, ଭଲ ଆକମଣ୍ଡେସନ ଦେବା ଓ ବର୍ଷା ତାଙ୍କ ଆୟର ଆଫିଡେଫିଟ୍ ଦାଖଲ କରୁନ୍ତୁ ବୋଲି ଅନୁଭବ ଦୁଇଟି ପିଟିସନ୍ ଦାଖଲ କରିଛନ୍ତି। କିନ୍ତୁ ବର୍ଷା ଉଭୟ ପିଟିସନକୁ ବିରୋଧ କରୁଛନ୍ତି। ତେବେ ଘରଭଡା ପାଇଁ ବର୍ଷା ଏକ ମୋଟା ଅଙ୍କର ଅର୍ଥ ଦାବି କରୁଥିବା ଅନୁଭବଙ୍କ ଓକିଲ କହିଛନ୍ତି।