Part-3 : ଅନୁଭବ ମହାନ୍ତି ପୁଣି ଜାରି କଲେ ଭିଡିଓ, ବର୍ଷାଙ୍କୁ ଦେଲେ ତିନୋଟି ଚ୍ୟାଲେଞ୍ଜ୍
Advertisement

Part-3 : ଅନୁଭବ ମହାନ୍ତି ପୁଣି ଜାରି କଲେ ଭିଡିଓ, ବର୍ଷାଙ୍କୁ ଦେଲେ ତିନୋଟି ଚ୍ୟାଲେଞ୍ଜ୍

ଅନୁଭବଙ୍କ ଦ୍ୱିତୀୟ ଭିଡିଓ ରିଲିଜ ହେବା ପରେ ଗତ ରବିବାର କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟବର୍ଶିନୀ ଏତଲା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆର ସାହାଯ୍ୟ ନେଇ ଅନୁଭାବ ତାଙ୍କ ସମ୍ମାନହାନୀ କରୁଛନ୍ତି। ସେ କହିଛନ୍ତି, '୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ।

ସୌ- ସୋସିଆଲ ମିଡିଆ

Anubhav-Varsha dispute: ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାରିକ ବିବାହ ମାମଲାରେ ଜାରି ହେଲା ଆଉ ଏକ ଚାଞ୍ଚଲ୍ୟକର ଭିଡିଓ। ସୋମବାର ବିଳମ୍ବିତ ରାତିରେ ଅନୁଭବ ତାଙ୍କ ସୋସିଆଲ ମିଡିଆରେ ତୃତୀୟ ଭିଡିଓ ଜାରି କରିଛନ୍ତି। ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା ପରେ କେନ୍ଦ୍ରାପଡା ସାଂସଦ ୪୦ ମିନିଟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି। ଭିଡିଓରେ ଅନୁଭବ ତାଙ୍କ ପତ୍ନୀଙ୍କୁ ମିଥ୍ୟାବାଦୀ ବୋଲି କହିବା ସହ ତିନୋଟି ଚ୍ୟାଲେଞ୍ଜ ଦେଇଛନ୍ତି।

ମଙ୍ଗଳବାର କଟକ SDJM କୋର୍ଟରେ ଅନୁଭବ ମହାନ୍ତି (Anubhav Mohanty) ଓ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଙ୍କ ଘରୋଇ ବିବାଦ ମାମଲାର ଶୁଣାଣି ହେବ। ବର୍ଷା ଦାଖଲ କରିଥିବା ଦୁଇଟି ପିଟିସନର ଶୁଣାଣି ହେବାର ଅଛି। ଆଉ ଏହି ଶୁଣାଣି ପୂର୍ବରୁ ଅନୁଭବ ମହାନ୍ତି ତାଙ୍କର ତୃତୀୟ ଭିଡିଓକୁ ୟୁଟ୍ୟୁବରେ ଅପଲୋଡ କରିଛନ୍ତି। ଆଜ (ମେ ୨୩) କୁ ଠିକ୍ ତିନି ବର୍ଷ ପୂର୍ବେ ଅନୁଭବ କେନ୍ଦ୍ରାପଡା ଆସନରୁ ବିଜୟ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆଉ ଏହି ଉତ୍ସାହର ଅବସରରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରି ଫ୍ୟାନ୍ସ ଓ କେନ୍ଦ୍ରାପଡାବାସୀଙ୍କୁ ଚକିତ କରିଦେଇଛନ୍ତି।

Also Read: ପାଞ୍ଚ ମାସ ପରେ ଧରାପଡିଲା ହେଡମାଷ୍ଟରାଣୀଙ୍କ କାଣ୍ଡ କାରନାମା; ନେଉଥିଲେ ୭୦, ଦେଉଥିଲେ ୧୦

ଅନୁଭବଙ୍କ ଦ୍ୱିତୀୟ ଭିଡିଓ ରିଲିଜ ହେବା ପରେ ଗତ ରବିବାର କଟକ ପୁରୀଘାଟ ଥାନାରେ ବର୍ଷା ପ୍ରିୟବର୍ଶିନୀ ଏତଲା ଦେଇଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆର ସାହାଯ୍ୟ ନେଇ ଅନୁଭାବ ତାଙ୍କ ସମ୍ମାନହାନୀ କରୁଛନ୍ତି। ସେ କହିଛନ୍ତି, '୨୧ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ତାଙ୍କ ବିରୋଧରେ ସମ୍ପୂର୍ଣ୍ଣ ମିଥ୍ୟା ଆରୋପ ଲଗାଇ, ମୋର ନାରୀତ୍ୱକୁ ଅପମାନ କରିଥିଲେ। ଆମ ଦୁହିଁଙ୍କ ଭିତରେ ଥିବା ଶାରିରୀକ ସମ୍ପର୍କର କଥାମାନ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ଆରୋପ ଲଗାଇ ସୋସିଆଲ୍ ମିଡିଆ ମାଧ୍ୟମରେ ମୋର ଚରିତ୍ର ସଂହାର କରିବାର ଷଡଯନ୍ତ୍ର କରିଛନ୍ତି ବୋଲି ବର୍ଷା ଏତଲାରେ ଲେଖିଛନ୍ତି। ତା ସହିତ ବିନା ଦୋଷରେ ମୋତେ ଦୋଷୀ ସଜାଇ, ମୋ ନାରୀତ୍ୱକୁ ଆଘାତ ଓ ଅପମାନ ଦେଇ ମୋ ବଞ୍ଚିବାର ଅଧିକାର ଅନୁଭବ ଛଡାଇ ନେଉଛନ୍ତି ବୋଲି ବର୍ଷା କହିଛନ୍ତି।'

ଏହାର ଜବାବ ଦେବାକୁ ସୋମବାର ବିଳମ୍ବିତ ରାତିରେ ଅନୁଭବ ମହାନ୍ତି ତାଙ୍କର ତୃତୀୟ ଭିଡିଓ ଜାରି କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ, ସେମାନଙ୍କ ପରିବାରିକ ବିବାଦ ମାମଲାକୁ ବର୍ଷା ସର୍ବସାଧାରଣରେ ପ୍ରକଟ କରିଛନ୍ତି। ଦିଲ୍ଲୀରେ ମାମଲାକୁ ଗୋପନ ରଖିବାକୁ ସେ ଅପିଲ କରିଥିଲେ କିନ୍ତୁ ନିଜେ ବର୍ଷାଙ୍କ ବିରୋଧ ପରେ ତାହାକୁ ଖାରଜ କରିଥିଲେ। ବର୍ଷାଙ୍କ ସହ ସେ ରହିପାରିବେ ନାହିଁ। ବର୍ତ୍ତମାନ ବର୍ଷାଙ୍କ ଗୋଟିଏ ପରେ ଗୋଟିଏ ମିଛର ପର୍ଦ୍ଦାଫାସ ହେଉଛି। ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ପରେ ବର୍ଷା ବିଚଳିତ ହେଉଥିବା ଅନୁଭବ କହିଛନ୍ତି।

Also Read: 'Kushi' ସୁଟିଂ ବେଳେ ସାମନ୍ଥା, ବିଜୟ ଆହତ: ରିପୋର୍ଟ

ଏହା ବ୍ୟତୀତ କେନ୍ଦ୍ରାପଡା ସାଂସଦ କହିଛନ୍ତି ଯେ, ସେମାନଙ୍କ ପାରିବାରିକ ବିବାଦ ମାମଲା ଗତ ୨ ବର୍ଷ ହେଲା ଚାଲିଛି। ସେ ଡାଇଭର୍ସ କେସ ଫାଇଲ କଲା ପରେ ବର୍ଷା ଏତଲା ପରେ ଏତଲା ଦେଉଛନ୍ତି, ଗତ ଆଠ ବର୍ଷ ସେ କାହିଁକି ଚୁପ ଥିଲେ ବୋଲି ଅନୁଭବ ପ୍ରଶ୍ନ କରିବା ସହ ବର୍ଷାଙ୍କ ସମସ୍ତ ପରିଚୟ ପତ୍ର ଜାଲ ବୋଲି ଅଭିଯୋଗ କରିଛନ୍ତି। ଏହା ସହ ବର୍ଷାଙ୍କ ଭାଇରାଲ ଅଡିଓ କ୍ଲିପର ଯାଞ୍ଚ ପାଇଁ ମଧ୍ୟ ଦାବି କରିଛନ୍ତି। ମେଡିକାଲ ଟେଷ୍ଟ, ଲ୍ୟାବ ଟେଷ୍ଟ ଓ ଲାଏ ଟେଷ୍ଟ କରିବାକୁ ଅନୁଭବ ଚ୍ୟାଲେଞ୍ଜ କରିଛନ୍ତି।

ଅନୁଭବ ମହାନ୍ତି ପୁଣି କହିଛନ୍ତି, କେହି କାହା ନାଁରେ ସିନ୍ଦୁର ପିନ୍ଧିଲେ, ତାଙ୍କର ସ୍ତ୍ରୀ ହୋଇ ଯାଆନ୍ତି ନାହିଁ। ତେଣୁ ବର୍ଷା ନିଜକୁ ଅନୁଭବଙ୍କ ପତ୍ନୀ କହିବା ବନ୍ଦ କରନ୍ତୁ। ଆପୋସ ବୁଝାମଣାରେ ସେମାନେ ଅଲଗା ହୋଇଯିବା ଭଲ। ସେ ପତ୍ନୀ ପାଇଁ ପରିବାରକୁ ଛାଡିବେ ନାହିଁ। ତାଙ୍କ ପାଇଁ ସ୍ୱର ଉଠାଇବାକୁ କେହି ନଥିବା ଅନୁଭବ ପ୍ରକାଶ କରିଛନ୍ତି। ତେବେ ତାଙ୍କୁ ସମର୍ଥନ କରିବାକୁ ଫ୍ୟାନ୍ସମାନଙ୍କୁ ଅନୁଭବ ଅନୁରୋଧ ମଧ୍ୟ କରିଛନ୍ତି।