ଆମେରିକା ରାଷ୍ଟ୍ରଦୂତ Randy Berryଙ୍କ ଦୁର୍ବଳତା ହିନ୍ଦୁ ଧର୍ମ
Advertisement

ଆମେରିକା ରାଷ୍ଟ୍ରଦୂତ Randy Berryଙ୍କ ଦୁର୍ବଳତା ହିନ୍ଦୁ ଧର୍ମ

ନେପାଳ ହେଉଛି ଏକ ହିନ୍ଦୁ ବହୁଳ ରାଷ୍ଟ୍ର। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ହିନ୍ଦୁ ପର୍ବ ସେଠାରେ ଧୁମଧାମରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରଦୂତ ପ୍ରତ୍ୟେକ ସ୍ଥାନୀୟ ଉତ୍ସବରେ ଅଭିନନ୍ଦନ ଜଣାନ୍ତି।

ସୌ: ସୋସିଆଲ ମି଼ଡିଆ

କାଠମାଣ୍ଡୁ: କଥାରେ ଅଛି 'ଯେଉଁ ଦେଶେ ଯାଇ, ସେହି ଫଳ ଖାଇ'। ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ନେପାଳସ୍ଥିତ ଆମେରିକାର ରାଷ୍ଟ୍ରଦୂତ ରେଣ୍ଡି ବେରୀ। ଏଥିପାଇଁ ସେ ଚର୍ଚ୍ଚାରେ ମଧ୍ୟ ଅଛନ୍ତି। ରେଣ୍ଡି  ଆଲୋଚନାରେ ରହିବାର କାରଣ ହେଉଛି ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଦୁର୍ବଳତା। ଆମେରିକା ଓ ନେପାଳ ମଧ୍ୟରେ କୂଟନୈତିକ ସମ୍ପର୍କ ସେତେଟା ଭଲ ନାହିଁ ତଥାପି ରେଣ୍ଡି ତାଙ୍କ କର୍ତ୍ତବ୍ୟରୁ ଓହରି ନାହାନ୍ତି।

ନେପାଳ ହେଉଛି ଏକ ହିନ୍ଦୁ ବହୁଳ ରାଷ୍ଟ୍ର। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ହିନ୍ଦୁ ପର୍ବ ସେଠାରେ ଧୁମଧାମରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରଦୂତ ପ୍ରତ୍ୟେକ ସ୍ଥାନୀୟ ଉତ୍ସବରେ ଅଭିନନ୍ଦନ ଜଣାନ୍ତି। କେବଳ ଅଭିନନ୍ଦନ ନୁହେଁ, ରାଜଦୂତ ରେଣ୍ଡି ବେରୀ ଦୂତାବାସର କର୍ମଚାରୀଙ୍କ ସହିତ ସ୍ଥାନୀୟ ପର୍ବ ଏବଂ ଉତ୍ସବରେ ଭାଗ ମଧ୍ୟ ନେଇଥାନ୍ତି। ସେ ପ୍ରାୟତଃ ଟ୍ୱିଟରରେ ଉତ୍ସବର ଫଟୋ ସେୟାର କରନ୍ତି। ତାଙ୍କର ଏଭଳି ଅଭ୍ୟାସ ହେତୁ ସେ ନେପାଳର ସାଧାରଣ ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।

Also Read: Manipur Attack ଘଟଣାରେ ସାମ୍ନାକୁ ଆସିଲା China Link; ଉଗ୍ରବାଦୀଙ୍କୁ ସମର୍ଥନ କରିବାକୁ ଘୋଷଣା

କିଛି ଦିନ ପୂର୍ବେ ରେଣ୍ଡି ବେରୀ ଛଟ୍ ପର୍ବ ପାଳନ କରିଥିଲେ। ବେରୀ ଜନକପୁରରେ ଏକ ଛଟ୍ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସମସ୍ତ ପାରମ୍ପାରିକ ରୀତିନୀତିରେ ସାମିଲ ହୋଇଥିଲେ। ଏହାର କିଛି ଦିନ ପୂର୍ବରୁ ସେ ଦୀପ ପ୍ରଜ୍ୱଳିତ କରି, ରଙ୍ଗୋଲି ତିଆରି କରି ଆମେରିକୀୟ ଦୂତାବାସରେ ଦୀପାବଳି ଏବଂ ଦଶହରା ମଧ୍ୟ ପାଳନ କରିଥିଲେ। 

ନେପାଳର ଶାସନ ପଦ୍ଧତିରେ ଚୀନ୍‌ର ଅଧିକ ହସ୍ତକ୍ଷେପ ହେତୁ ଆମେରିକା ସହିତ ନେପାଳର ସମ୍ପର୍କ ଅତ୍ୟନ୍ତ ଭଲ ନୁହେଁ। ଏଭଳି ପରିସ୍ଥିତିରେ ଆମେରିକାର ରାଷ୍ଟ୍ରଦୂତ ରେଣ୍ଡି ବେରୀଙ୍କ କାର୍ଯ୍ୟ ଦେଶରେ ହୃଦୟ ଜିତିବାର କାମ କରୁଛି। ରାଷ୍ଟ୍ରଦୂତ ରେଣ୍ଡି ବେରୀଙ୍କ ଡାହାଣ ହାତରେ 'ଓମ୍'ର ଏକ ଟାଟୁ ଅଛି। ହିନ୍ଦୁ ଧର୍ମରେ ଓମ୍ ପବିତ୍ର ବୋଲି ବିବେଚନା କରାଯାଏ। ବେରୀଙ୍କ ଏଭଳି ହିନ୍ଦୁ ପ୍ରେମ ତାଙ୍କୁ ସବୁଠୁ ନିଆରା କରିଛି।