OCA ସଦସ୍ୟଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ; ଯୋଗ୍ୟଙ୍କୁ ମିଳୁନି ସୁଯୋଗ, ହାଇକୋର୍ଟ ଯିବେ ସିଦ୍ଧାର୍ଥ ଶଙ୍କର
Advertisement

OCA ସଦସ୍ୟଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ; ଯୋଗ୍ୟଙ୍କୁ ମିଳୁନି ସୁଯୋଗ, ହାଇକୋର୍ଟ ଯିବେ ସିଦ୍ଧାର୍ଥ ଶଙ୍କର

 ଜିଲ୍ଲା ସଂପାଦକ ଦେବଶିଷ ପାଢ଼ୀଙ୍କ ମନମୁଖୀ କାର୍ଯ୍ୟ କରିବା ସହ ପାତରଅନ୍ତର କରୁଛନ୍ତି ବୋଲି ଅଭିଯୋଗ ହୋଇଛି। 

ଫାଇଲ ଫଟୋ

ପ୍ରେମାନନ୍ଦ ପୂଜାରୀ, ଗଜପତି: ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଭିଜନ ୨୦୨୪ ନିମନ୍ତେ ପ୍ରତିଭାବାନ୍ ଖେଳାଳି ଚୟନ ପ୍ରକ୍ରିୟା ଚାଲିଛି। ଗଜପତି ଜିଲ୍ଲାରେ ଖେଳାଳି ଚୟନରେ ଜିଲ୍ଲା ସଂପାଦକ ଦେବଶିଷ ପାଢ଼ୀଙ୍କ ମନମୁଖୀ କାର୍ଯ୍ୟ କରିବା ସହ ପାତରଅନ୍ତର କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀ କରି କ୍ରିକେଟ ଖେଳାଳୀ ତଥା ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ସାହୁ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। 

Vision 2024 ନିମନ୍ତେ ଆୟୋଜନ କରାଯାଇଥିବା ଜିଲ୍ଲା ଲିଗ୍ ମ୍ୟାଚରେ ଅଂଶ ଗ୍ରହଣ କରି ଖେଳାଳି ସିଦ୍ଧାର୍ଥ ଶଙ୍କର ସାହୁ ଭଲ ପ୍ରଦର୍ଶନ କରିଛନ୍ତି। OCA ତରଫରୁ ପ୍ରସ୍ତୁତ କରାଯାଇଥିବା କ୍ରିକ୍ ହିରୋ ଆପ୍ ତାଲିକାରେ ଶୀର୍ଷ ଚତୁର୍ଥ (TOP-4)ରେ ସ୍ଥାନ ହାସଲ କରିଛନ୍ତି। OCA ତାଲିକା ଅନୁଯାୟୀ, ଚଳିତ ଜୁଲାଇ ୨୫ ଠାରୁ ଆରମ୍ଭ କରାଯାଇଥିବା ଆନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସିଦ୍ଧାର୍ଥଙ୍କ ତାଲିକା ରହିଛି। କିନ୍ତୁ ସଂପାଦକ ଦେବଶିଷ  ପାଢ଼ୀ ନିଜ ମନମୁତାବକ ଖେଳାଳୀ ତାଲିକା ପ୍ରସ୍ତୁତ କରି ତାଙ୍କ ନାମ କାଟି ଦେଇଥିବାରୁ ସେ ଜିଲ୍ଲା ସ୍ତରୀୟ ଖେଳରେ ଭାଗ ନେବାରୁ ବଞ୍ଚିତ ହୋଇଛନ୍ତି ବୋଲି ସିଦ୍ଧାର୍ଥ ଶଙ୍କର ସାହୁ କ୍ଷଭୋ ପ୍ରକାଶ କରିଛନ୍ତି । 

Also Read: ହକିରେ ମହିଳା ଦଳ ରଚିଲା ଇତିହାସ, ଅଷ୍ଟ୍ରେଲିଆକୁ ମାତ୍ ଦେଇ ପହଞ୍ଚିଲା ସେମିଫାଇନାଲ

କ୍ରିକେଟ ପ୍ରେମୀମାନେ ମଧ୍ୟ ସଂପାଦକ ଦେବଶିଷ ପାଢ଼ୀଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ତାଙ୍କୁ ଉକ୍ତ ପଦବୀରୁ ହଟାଇବାକୁ ଦାବି କରିଛନ୍ତି। ଅନ୍ୟପଟେ କ୍ରିକେଟ ଖେଳାଳୀ  ସିଧାର୍ଥ ଶଙ୍କର ସାହୁ ଏନେଇ ଗଜପତି ଜିଲ୍ଲାପାଳ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କୁ ଅବଗତ କରାଇଛନ୍ତି। ଏପରି କି ଆବଶ୍ୟକ ସ୍ଥଳେ ଦେବଶିଷ ପାଢ଼ୀଙ୍କ ମନମୁଖୀ କାର୍ଯ୍ୟ କଳାପକୁ ବିରୋଧ କରି ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

fallback