Advertisement
Photo Details/zeeodisha/odisha1043972
photoDetails0hindi

ବଲିଉଡରେ 'Mixed Marriage'; ହିନ୍ଦୁ ଅଭିନେତାଙ୍କୁ ବିବାହ କରିଛନ୍ତି ଏହି ୧୨ ମୁସଲିମ୍ ଅଭିନେତ୍ରୀ

ମନୋରଞ୍ଜନ ଜଗତରେ ଧର୍ମ, ଜାତି ଏବଂ ବର୍ଣ୍ଣ ଭେଦଭାବ ହୋଇନଥାଏ। ଯହା ହିନ୍ଦୀ ସିନେମା ଜଗତର ସେଲିବ୍ରିଟିଙ୍କ ଦ୍ୱାରା ଏହା ପ୍ରମାଣିତ ହୋଇଛି। ମୁସଲିମ ବରକୁ ହିନ୍ଦୁ କନ୍ୟା ଏକ ସାଧାରଣ କଥା ପାଲଟି ଯାଇଥିବା ବେଳେ ଆସନ୍ତୁ ଜାଣିବା ଏହି ୧୨ ମୁସଲିମ ଅଭିନେତ୍ରୀ, ଯେଉଁମାନେ ହିନ୍ଦୁ ଅଭିନେତାଙ୍କୁ ବିବାହ କରିଛନ୍ତି।

ହୀନା ଖାନ ଏବଂ ରକି ଜୈସୱାଲ

1/12
ହୀନା ଖାନ ଏବଂ ରକି ଜୈସୱାଲ

ହୀନା ଖାନ ଏବଂ ରକି ଜୈସୱାଲଙ୍କ ସମ୍ପର୍କ କାହାଠାରୁ ଲୁକ୍କାୟିତ ନୁହେଁ। ହୀନା ନିୟମିତ ପ୍ରେମିକ ରକି ଜୈସୱାଲଙ୍କ ସହ ସୋସିଆଲ ସାଇଟରେ ଫଟୋ ସେୟାର କରନ୍ତି। ଦୁହେଁ ପ୍ରଥମେ ହୀନାଙ୍କ ଅଭିନୟ କ୍ୟାରିୟରର ପ୍ରଥମ ସୋ 'ୟେ ରିସ୍ତା କ୍ୟା କେହଲାତା ହୈ'ର ସେଟ୍ ରେ ସାକ୍ଷାତ ହୋଇଥିଲେ। ରକି ସେହି ସୋ ପ୍ରଜକସନ କରୁଥିଲେ ଓ ରକି ହୀନାଙ୍କ ପ୍ରେମରେ ପଡିଥିଲା। ଦୀର୍ଘ ସମୟ ପରେ ବିଗ୍ ବସ ଶୋ’ରେ ହୀନା ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ଗ୍ରହଣ କରିଥିଲେ।

ଆମନା ଶରିଫ ଏବଂ ଅମିତ କପୁର

2/12
ଆମନା ଶରିଫ ଏବଂ ଅମିତ କପୁର

ଷ୍ଟାର୍ ପ୍ଲସର ସିରିଏଲ୍ରୁ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଆମନା ସରିଫ୍ ଟିଭିର ଏକ ଜଣାଶୁଣା ଚେହେରା। ଆମନା ଅନେକ ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ କିନ୍ତୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ସଫଳ ହୋଇପାରିଲା ନାହିଁ। ଅମନା ୨୦୧୩ରେ ଅମିତ କପୁରଙ୍କ ସହ ବିବାହ କରିଥିଲେ ଏବଂ ବିବାହ ପରେ ଅମନା ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ଉଭୟଙ୍କର ଆର୍ଯ୍ୟନ କପୁର ନାମକ ଏକ ପୁଅ ମଧ୍ୟ ଅଛି।

 

ନାହିରା ଜହିର ଏବଂ ରାଜ ବବ୍ବର

3/12
ନାହିରା ଜହିର ଏବଂ ରାଜ ବବ୍ବର

ଅଭିନେତା ରାଜ ବାବ୍ବର ଏବଂ ନାଦିରା ଜହିରଙ୍କର ପ୍ରଥମେ ନାଟକ ବିଦ୍ୟାଳୟରେ ସାକ୍ଷାତ ହୋଇଥିଲେ। ସେତେବେଳେ ନାଦିରା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ରାଜ ଜଣେ ଛାତ୍ର ଥିଲେ। ରାଜ ବାବ୍ବର ଏବଂ ନାଦିରା ଜାହିର ମାତ୍ର ୫ ମାସର ଡେଟିଂ ପରେ ବିବାହ କରିଥିଲେ।

ଫରାହ ଖାନ ଏବଂ ଶିରିଷ

4/12
ଫରାହ ଖାନ ଏବଂ ଶିରିଷ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା ଫରାହ ଖାନ ଏବଂ ଶିରିଶଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ ନୁହେଁ। ମେନ୍ ହୁନ୍ ନା ଫିଲ୍ମ ସମୟରେ ଫରାହ ଏବଂ ଶିରିଷଙ୍କ ପ୍ରଥମେ ସାକ୍ଷାତ ହୋଇଥିଲେ। ଫରାହ, ଶିରିଶଙ୍କଠାରୁ ୮ ବର୍ଷ ବଡ। ପ୍ରଥମ ମିଟିଂରେ ଫରାହ ଏବଂ ଶିରିଶ ପ୍ରେମରେ ପଡିଗଲେ ଏବଂ କିଛି ସମୟ ପରେ ଦୁହେଁ ବିବାହ କଲେ। ଏହି ଦମ୍ପତିଙ୍କ ସହିତ ତିନୋଟି ସନ୍ତାନ ଅଛନ୍ତି।

ହ୍ରିତିକ ରୋଶନ ଏବଂ ସୁସାନେ ଖାନ

5/12
ହ୍ରିତିକ ରୋଶନ ଏବଂ ସୁସାନେ ଖାନ

ହ୍ରିତିକ ରୋଶନ ଏବଂ ସୁସାନେ ଖାନ ୨୦୦୦ରେ ବିବାହ କରିଥିଲେ ଏବଂ ୨୦୧୪ରେ ସେମାନଙ୍କ ଛାଡପତ୍ର ହୋଇଥିଲେ। ସେମାନଙ୍କର ଦୁଇଟି ପୁଅ ଅଛନ୍ତି।

 

ସୁନୀଲ ସେଟ୍ଟୀ ଏବଂ ମାନା କାଦ୍ରି

6/12
ସୁନୀଲ ସେଟ୍ଟୀ ଏବଂ ମାନା କାଦ୍ରି

ସୁନୀଲ ସେଟ୍ଟି ମାତ୍ର ୧୭ ବର୍ଷ ବୟସରେ ମାନା କାଦ୍ରିଙ୍କୁ ଭେଟିଥିଲେ। ମାନା ଜଣେ ମୁସଲମାନ ହୋଇଥିବାବେଳେ ସୁନୀଲ ଜଣେ ଦକ୍ଷିଣ ଭାରତୀୟ ହିନ୍ଦୁ। ୯ ବର୍ଷର ସମ୍ପର୍କ ପରେ, ଏହି ଦମ୍ପତି ୧୯୯୧ରେ ବିବାହ କରିଥିଲେ।

 

ମନୋଜ ବାଜପେୟୀ ଏବଂ ଶାବାନା ରାଜା

7/12
ମନୋଜ ବାଜପେୟୀ ଏବଂ ଶାବାନା ରାଜା

ଶାବାନା ରାଜାଙ୍କ ସ୍କ୍ରିନ୍ ନାମ ନେହା ଥିଲା। ତାଙ୍କର ପ୍ରଥମ ଚଳଚ୍ଚିତ୍ର କରୀବ ୧୯୯୮ରେ ରିଲିଜ୍ ହେବାର କିଛି ସମୟ ପରେ ମନୋଜ ବାଜପେୟୀଙ୍କ ସହ ସାକ୍ଷାତ ହୋଇଥିଲା। ଏହି ଯୋଡି ୨୦୦୬ରେ ବିବାହ କରିଥିଲେ ଏବଂ ସେମାନଙ୍କ ଗୋଟିଏ କନ୍ୟା ସନ୍ତନ ମଧ୍ୟ ଅଛି। 

ସୁନୀଲ ଦତ୍ତ ଏବଂ ନର୍ଗିସ୍

8/12
ସୁନୀଲ ଦତ୍ତ ଏବଂ ନର୍ଗିସ୍

ମଦର ଇଣ୍ଡିଆର ସୁଟିଂ ସମୟରେ ସେଟରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ଅଭିନେତା ସୁନୀଲ ଦତ୍ତ, ଅଭିନେତ୍ରୀ ନର୍ଗିସଙ୍କୁ ଉଦ୍ଧାର କରିଥିଲେ। ସେତେବେଳେ ତାଙ୍କ ସାହସିକ କାର୍ଯ୍ୟ ଯୋଗୁଁ ନର୍ଗିସ୍ ସୁନୀଲ ଦତ୍ତଙ୍କ ଉପରେ ଫିଦା ହୋଇଯାଇଥିଲେ। ସୁନୀଲ ଦତ୍ତଙ୍କୁ ବିବାହ କରିବା ପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ନାମ ନିର୍ମଳା ଦତ୍ତରେ ପରିବର୍ତ୍ତନ କରିଥିଲେ।

ମଧୁବାଲା ଏବଂ କିଶୋର କୁମାର

9/12
ମଧୁବାଲା ଏବଂ କିଶୋର କୁମାର

ଅଭିନେତ୍ରୀ ମଧୁବାଲା ଲୋକପ୍ରିୟ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ। ଫିଲ୍ମ ଦୁନିଆରେ ଏମିତି ଗୋଟିଏ ଯୁଗ ଥିଲା ଯେଉଠି ମଧୁବାଲା ତାଙ୍କର ଅଭିନୟ ମାଧ୍ୟମରେ ଦର୍ଶକକୁ ମାତୁଆଲା କରିଦେଇଥିଲା। ମଧୁବାଲାଙ୍କର ପ୍ରକୃତ ନାମ ଥିଲା ମମତାଜ ବେଗମ୍। ବଲିଉଡକୁ ଆସିବା ପରେ ସେ ନିଜର ନାମ ବଦଳାଇଥିଲେ। ମଧୁବାଲା ଫିଲ୍ମ ବସନ୍ତରେ ଶିଶୁ କଳାକାର ଭାବରେ ସ୍କ୍ରିନରେ ଡେବ୍ୟୁ କରିଥିଲେ ଏବଂ ନୀଲ କମଲଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।

ଜରିନା ୱାହାବ ଏବଂ ଆଦିତ୍ୟ ପାଞ୍ଚୋଲି

10/12
ଜରିନା ୱାହାବ ଏବଂ ଆଦିତ୍ୟ ପାଞ୍ଚୋଲି

ବଲିଉଡ ଅଭିନେତ୍ରୀ ଜରିନା ୱାହାବ, ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କୁ ୧୯୮୬ ମସିହାରେ ବିବାହ କରିଥିଲେ। ଏହି ଷ୍ଟାର ଦମ୍ପତିଙ୍କର ସାନା ଏବଂ ସୁରଜ ନାମକ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ସୋହା ଅଲି ଖାନ ଏବଂ କୁନାଲ ଖେମୁ

11/12
ସୋହା ଅଲି ଖାନ ଏବଂ କୁନାଲ ଖେମୁ

ବଲିଉଡର ଛୋଟେ ନବାବ ଭାବେ ପରିଚିତ ସୈଫ ଅଲି ଖାନଙ୍କ ଭଉଣୀ ସୋହା ଅଲି ଖାନ ୨୦୧୫ରେ ବଲିଉଡ ଅଭିନେତା କୁନାଲ ଖେମୁଙ୍କୁ ବିବାହ କରିଥିଲେ। କୁନାଲ ଖେମୁ ଜଣେ କାଶ୍ମୀରୀ ପଣ୍ଡିତ ପରିବାରରୁ ଆସନ୍ତି।

ସଞ୍ଜୟ ଦତ୍ତ ଏବଂ ଦିଲନାୱାଜ ଶେଖ

12/12
ସଞ୍ଜୟ ଦତ୍ତ ଏବଂ ଦିଲନାୱାଜ ଶେଖ

ସଞ୍ଜୟ ଦତ୍ତଙ୍କ ସହ ବିବାହ ପରେ ମାନ୍ୟତା ଦତ୍ତ ହୁଏତ ନାମ ବଦଳାଇଥାଇ ପାରନ୍ତି, କିନ୍ତୁ ବିବାହ ପୂର୍ବରୁ ତାଙ୍କୁ ଜଣେ ମୁସଲିମ ଅଭିନେତ୍ରୀ ଭାବେ ଗଣନା କରାଯାଇଥିଲା। ତାଙ୍କର ପ୍ରକୃତ ନାମ ହେଉଛି ଦିଲନୱାଜ୍ ଶେଖ। ୨୦୦୮ ମସିହାରେ ସଞ୍ଜୟ ଓ ମାନ୍ୟତା ବିବାହ କରିଥିଲେ। ମାନ୍ୟତା ବୟସରେ ସଞ୍ଜୁବାବାଙ୍କ ଠାରୁ ୧୬ ବର୍ଷ ଛୋଟ।