ଏକ ଲମ୍ବା ଟ୍ରିପ୍ ରେ ଯାଇ ପ୍ରେମିକା ଜଣକ ୫୦ ରୁ ଅଧିକ ଥର ଟ୍ରାଫିକ ନିୟମ (Traffic Rule) ଭାଙ୍ଗିଥିଲେ । ପରେ ଚାଲାଣ ଯେତେବେଳେ ବୟଫ୍ରେଣ୍ଡ ଙ୍କ ପାଖକୁ ଆସେ ବିଲ୍ ଦେଖି ତାଙ୍କ ହୋସ ଉଡ଼ିଯାଏ ।
Trending Photos
ବେଜିଂ: ପ୍ରେମରେ ଧୋକା ଖାଇବା ପରେ ପ୍ରାୟତଃ ଲୋକମାନେ ମନଦୁଃଖ ସହ ବିଷାରଦରେ ଅତିବାହିତ କରୁଥାନ୍ତି । ନିଜର ଏକାକୀ ପଣକୁ ନିଜର ସାଥୀ କରି ଗୁମସୁମ ରହିବା ଆରମ୍ଭ କରିଥାନ୍ତି । ହେଲେ ଚୀନରେ ଏକ ମହିଳା ନିଜ ପ୍ରେମିକକୁ ଏମିତି ଫସେଇଛନ୍ତି ଯେ, ଯାହାକୁ ଶୁଣି ସେଠାକାର ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ପ୍ରକୃତରେ ଲୁ ନାମକ ଜଣେ ମହିଳା ଜାଣିବାକୁ ପାଇଥିଲେ ଯେ, ତାଙ୍କ ପୁରୁଷ ବନ୍ଧୁ ଅନ୍ୟ ଜଣେ ମହିଳାଙ୍କୁ ପ୍ରେମ କରୁଛନ୍ତି ସେତେବେଳେ ସେ ମନସ୍ଥ କରିଥିଲେ ଯେ, ତାଙ୍କ ପୁରୁଷ ବନ୍ଧୁ (Boy Friend) ଙ୍କୁ ପାନେ ନିଶ୍ଚିତ ଦେବେ। ନିଜ ବୟ ଫ୍ରେଣ୍ଡକୁ ପାନେ ଦେବାକୁ ଯାଇ ଅତ୍ୟନ୍ତ ଚାଲାକିରେ ବୟଫ୍ରେଣ୍ଡର କାର କୁ ଭଡ଼ାରେ ନେଇଗଲେ । ଆଉ ଠିକ୍ ଦୁଇ ଦିନ ପରେ ଫେରାଇ ଦେଲେ । ମାତ୍ର ଏହି ଦୁଇ ଦିନ ମଧ୍ୟରେ ଭୟଙ୍କର କାଣ୍ଡ ଘଟାଇ ଦେଇଥିଲେ ପ୍ରେମିକା । ଏକ ଲମ୍ବା ଟ୍ରିପ୍ ରେ ଯାଇ ପ୍ରେମିକା ଜଣକ ୫୦ ରୁ ଅଧିକ ଥର ଟ୍ରାଫିକ ନିୟମ (Traffic Rule) ଭାଙ୍ଗିଥିଲେ । ପରେ ଚାଲାଣ ଯେତେବେଳେ ବୟଫ୍ରେଣ୍ଡ ଙ୍କ ପାଖକୁ ଆସେ ବିଲ୍ ଦେଖି ତାଙ୍କ ହୋସ ଉଡ଼ିଯାଏ ।
ଏକ ଖବର ସରବରାହ ସଂସ୍ଥା (News Agency) ର ରିପୋର୍ଟ ଅନୁସାରେ, ଏହି ଘଟଣା ଚୀନ (China) ର ପୂର୍ବ ସହର ଶୌଆକ୍ସିଙ୍ଗ ଅଞ୍ଚଳର । ସ୍ଥାନୀୟ ପୋଲିସକୁ ମିଳିଥିବା ସୂଚନାନୁସାରେ, ଜଣେ କାର ଚାଳକ ଦୁଇ ଦିନରେ ପ୍ରାୟତଃ ୫୦ ରୁ ଅଧିକ ଥର ରେଡ ସିଗନାଲ (Red Signal) ପାର୍ କରିଛନ୍ତି । ଯେଉଁଥିରେ ଥରେ ଦ୍ରୁତଗତିରେ ଟ୍ରାଫିକ ନିୟମ ଭଙ୍ଗାଯାଇଛି । ଟ୍ରାଫିକ୍ ପୋଲିସ ପଚରାଉଚରା କରିବା ପରେ ଜଣା ପଡ଼ିଥିଲା ଯେ, କାର୍ ଟି ଭଡ଼ାରେ ଦିଆଯାଇଥିଲା । କାର୍ ର ମାଲିକ କିୟାନ କୁ ପୋଲିସ ପଚାରିବା ସମୟରେ ଜଣା ପଡ଼ିଥିଲା ଯେ, ଝୁ ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇଦିନ ପାଇଁ କାର ଭଡ଼ାରେ ଦିଆଯାଇଥିଲା ।
Also Read: 7th Pay Commission: ଜୁଲାଇରୁ ବୃଦ୍ଧି ପାଇବ DA! ପିଏମ ମୋଦି ଦେଇପାରନ୍ତି ମଞ୍ଜୁରୀ
ଯାହା ପରେ ପୋଲିସ (Police)ଆଗାମୀ ଯାଞ୍ଚ ସମୟରେ ଝୁ ନାମକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲା ସେତେବେଳେ ସବୁ କଥା ସାମ୍ନାକୁ ଆସିଯାଇଥିଲା । ଝୁ ସବୁ କଥା ଖୋଲିକହିଥିଲେ । ଲୁ ଙ୍କ ସହ ସେ ପ୍ରେମ ସମ୍ପର୍କରେ ରହିବାକୁ ଚାହୁଁଥିଲେ, ହେଲେ ଲୁ ଙ୍କ ଏକ ସର୍ତ୍ତ ଅନୁସାରେ ସେ ଦୁହିଁଜଣ ଏମିତି କାଣ୍ଡ ଘଟାଇଥିଲେ । ପୁରା ଘଟଣା ଜଣା ପଡ଼ିବା ପରେ ଦୁହିଁଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ।