ଶାହରୁଖ ଖାନଙ୍କୁ ଟକ୍କର ଦେବେ ପୁଅ Aryan Khan! ଅଭିନୟ ନୁହେଁ ଆପଣାଇବେ ଏହି ପେଶା
Advertisement

ଶାହରୁଖ ଖାନଙ୍କୁ ଟକ୍କର ଦେବେ ପୁଅ Aryan Khan! ଅଭିନୟ ନୁହେଁ ଆପଣାଇବେ ଏହି ପେଶା

ଆର୍ଯ୍ୟନ୍ ଖାନଙ୍କ ବଲିଉଡ ଡେବ୍ୟୁ ବିଷୟରେ ଖବର ଆସିଛି। ନିକଟରେ ଖବର ପ୍ରକାଶ ପାଇଛି ଯେ, ଷ୍ଟାର କିଡ୍ ଆମାଜନ୍ ପ୍ରାଇମ୍ ଭିଡିଓ ପାଇଁ ଏକ ଶୋ ଲେଖିଥିଲେ, ଯାହାକୁ ସେ ନିଜେ ନିର୍ଦ୍ଦେଶନା ଦେବାକୁ ମଧ୍ୟ ଚାହୁଁଛନ୍ତି।

ଫାଇଲ ଫଟୋ

ମୁମ୍ବାଇ: ଶାହରୁଖ ଖାନଙ୍କ ଅଭିନୟକୁ ନେଇ ଲୋକମାନେ ପାଗଳ। କିନ୍ତୁ ସେ ଅନେକ ଥର କହିଛନ୍ତି ଯେ, ତାଙ୍କ ବଡ଼ ପୁଅ ଆର୍ଯ୍ୟନ ଖାନ ଅଭିନେତା ହେବାକୁ ଆଦୌ ଆଗ୍ରହୀ ନୁହଁନ୍ତି। ପିତାଙ୍କଠାରୁ ଅଲଗା କିଛି କରି ଖ୍ୟାତି ଅର୍ଜନ କରିବାକୁ ଆର୍ଯ୍ୟନ୍ ଚାହୁଁଛନ୍ତି। କିଙ୍ଗ ଖାନ ଥରେ ପ୍ରକାଶ କରିଛନ୍ତି ଯେ, ଆର୍ଯ୍ୟ ଅଭିନୟ ଅପେକ୍ଷା ଲେଖିବା ଏବଂ ନିର୍ଦ୍ଦେଶନା ଦେବାରେ ଅଧିକ ଆଗ୍ରହୀ, ଆଉ ତାହା ସେ ମଧ୍ୟ ଶିଖିଛନ୍ତି। ଆର୍ଯ୍ୟନ୍ ଖାନଙ୍କ ବଲିଉଡ ଡେବ୍ୟୁ ବିଷୟରେ ଖବର ଆସିଛି। ନିକଟରେ ଖବର ପ୍ରକାଶ ପାଇଛି ଯେ, ଷ୍ଟାର କିଡ୍ ଆମାଜନ୍ ପ୍ରାଇମ୍ ଭିଡିଓ ପାଇଁ ଏକ ଶୋ ଲେଖିଥିଲେ, ଯାହାକୁ ସେ ନିଜେ ନିର୍ଦ୍ଦେଶନା ଦେବାକୁ ମଧ୍ୟ ଚାହୁଁଛନ୍ତି।

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଛନ୍ତି। କ୍ରଜୁ ଡ୍ରଗ୍ସ ପାର୍ଟିକୁ ନେଇ ଆର୍ଯ୍ୟନ ଚର୍ଚ୍ଚାରେ ଥିଲେ। ମିଡିଆ ରିପୋର୍ଟ ଅନୁସାରେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ପାଇଁ ଏକ ଶୋ ଦେଇଛନ୍ତି। ଏହି ଶୋ’ର ନିର୍ଦ୍ଦେଶନା ଦେବାକୁ ସେ ନିଜର ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି। ପ୍ରକଳ୍ପ ଆଗକୁ ବଢିଛି ନା ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Also Read: ୩୩ ବର୍ଷ ପରେ ଦ୍ୱିତୀୟ ଥର ବିବାହ କଲେ ଭାଗ୍ୟଶ୍ରୀ, ନିଜେ କହିଲେ କାରଣ

ମୁମ୍ବାଇ ମିରରକୁ ଦେଇଥିବା ଏକ ସାକ୍ଷାତକାରରେ ଶାହରୁଖ ଖାନ ପ୍ରକାଶ କରିଛନ୍ତି ଯେ, ଆର୍ଯ୍ୟନ ଜଣେ ଅଭିନେତା ହେବାକୁ ଚାହୁଁନାହାଁନ୍ତି। ସେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚାହୁଁଛନ୍ତି, ନିର୍ଦ୍ଦେଶକ ହେବାର ସ୍ୱପ୍ନ ପୂରଣ ପାଇଁ ସେ ଆମେରିକାରେ ତାଲିମ ନେଇଛନ୍ତି। ଆର୍ଯ୍ୟନ୍ ଖାନ, କାଲିଫର୍ନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି, ତାଙ୍କର ଚିତ୍ରକଳା, ସିନେମାଟିକ୍ ଆର୍ଟ, ଫିଲ୍ମ ଏବଂ ଟେଲିଭିଜନ ପ୍ରଡକ୍ସନ୍ସରେ ସ୍ନାତକ ଡିଗ୍ରୀ ରହିଛି।

ଡେଭିଡ ଲେଟରମ୍ୟାନଙ୍କ ଶୋ’ରେ ଶାହରୁଖ ଖାନ ତାଙ୍କ ପୁଅଙ୍କ ଚଳଚ୍ଚିତ୍ର ନିର୍ମାଣ ପ୍ରବୃତ୍ତି ବିଷୟରେ କହିଥିଲେ। ସେ କହିଥିଲେ ଯେ, ଜଣେ ଅଭିନେତା ହେବା ପାଇଁ ଆର୍ଯ୍ୟନ୍ ପାଖରେ ଯାହା ଆବଶ୍ୟକ ତାହା ନାହିଁ ଏବଂ ସେ ଏହା ଜାଣନ୍ତି। କିନ୍ତୁ ସେ ଜଣେ ଭଲ ଲେଖକ। ଜଣେ ଭଲ ଅଭିନେତା ହେବାର ଇଚ୍ଛା, ଭିତରୁ ଆସିଥାଏ ବୋଲି ଶାହାରୁଖ ଖାନ କହିଥିଲେ।