'MS Dhoniଙ୍କ ବିଶ୍ୱାସନୀୟତା ହରାଇଲେ Suresh Raina'
Advertisement

'MS Dhoniଙ୍କ ବିଶ୍ୱାସନୀୟତା ହରାଇଲେ Suresh Raina'

ଗତ ସପ୍ତାହରେ ବେଙ୍ଗାଲୁରୁରେ ଦୁଇ ଦିନିଆ IPLର ମେଗା ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏଥିରେ ସୁରେଶ ରାଇନାଙ୍କୁ କୌଣସି ଦଳ କିଣି ନାହାନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୦୮ରେ ଟୁର୍ନାମେଣ୍ଟ ଆରମ୍ଭ ହେବା ପରେ ସୁରେଶ ରାଇନା ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ (IPL) ରେ ଅଂଶଗ୍ରହଣ କରିବେ ନାହିଁ। ଗତ ସପ୍ତାହରେ ବେଙ୍ଗାଲୁରୁରେ ଦୁଇ ଦିନିଆ IPLର ମେଗା ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଏଥିରେ ସୁରେଶ ରାଇନାଙ୍କୁ କୌଣସି ଦଳ କିଣି ନାହାନ୍ତି। ଯାହା ପରଠୁ ରାଇନା ଓ ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ପର୍କକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

IPLର ଉଦ୍ଘାଟନୀ ସଂସ୍କରଣ ପରଠାରୁ ରାଇନା CSKର ଏକ ଅଂଶ ଥିଲେ। ଦୁଇଟି ସିଜିନକୁ ଛାଡି ବକି ସମସ୍ତ ସିଜିନରେ ତାଙ୍କୁ ଚେନ୍ନାଇ ଟିମରେ ଦେଖିବାକୁ ମିଳିଥିଲା। ତେବେ ଚେନ୍ନାଇ ଫ୍ରାଞ୍ଚାଇଜ ବ୍ୟାନ ପରେ ୨୦୧୬ ଏବଂ ୨୦୧୭ରେ ରାଇନା ଗୁଜୁରାଟ ଲାୟନସର ନେତୃତ୍ୱ ନେଇଥିଲେ। ବ୍ୟକ୍ତିଗତ କାରଣରୁ ୨୦୨୦ ସଂସ୍କରଣକୁ ଛାଡ଼ିଦେବା ପରେ, ସୁରେଶ ରାଇନା ଆଇପିଏଲ ୨୦୨୧ରେ ଆଣ୍ଠୁରେ ଆଘାତ ଯୋଗୁଁ ଟୁର୍ନାମେଣ୍ଟର ଶେଷ ପର୍ଯ୍ୟାୟକୁ ମିସ୍ କରିଥିଲେ।

Also Read: IND vs WI T20I : ବିଜୟ ପରେ ରାଗିଗଲେ ରୋହିତ, ଖେଳ ବିଗାଡିଥିଲେ ଏହି ଖେଳାଳି

ଆଇପିଏଲ ୨୦୨୨ ମେଗା ନିଲାମରେ ରାଇନା ବାଦ ପଡିବାକୁ ନେଇ ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ୍ ଡଲ୍ କିଛି କାରଣ କହିଛନ୍ତି। ସାଇମନଙ୍କ କହିବା ହେଲା, " ରାଇନା ବିକ୍ରି ନହେବାରେ ଦୁଇରୁ ତିନି କାରଣ ଅଛି। ସେ ୟୁଏଇରେ ନିଜର ବିଶ୍ୱସ୍ତତା ହରାଇଲେ, ଏହା କାହିଁକି ହେଲା  ଆଲୋଚନା କରିବା ଆବଶ୍ୟକ ନାହିଁ। ସେ ବିଷୟରେ ଯଥେଷ୍ଟ କଳ୍ପନାଜଳ୍ପନା ରହିଛି। ସେ ଦଳ ଓ ଏମ୍ଏସ୍ ଧୋନିଙ୍କ ବିଶ୍ୱସନୀୟତା ହରାଇଛନ୍ତି।"

ଧୋନିଙ୍କ ସହ ଗୋଟିଏ ଦିନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ରାଇନା, ଆଇପିଏଲର ଚତୁର୍ଥ ସର୍ବକାଳୀନ ରନ୍ ସଂଗ୍ରହକାରୀ। ସେ ୨୦୫ ମ୍ୟାଚରେ ୫୫୨୮ ରନ୍ ସଂଗ୍ରହ କରିଛନ୍ତି। CSK ସହିତ ରାଇନା ଚାରିଟି ଆଇପିଏଲ୍ ଟାଇଟଲ୍ ଜିତିଛନ୍ତି। ଏବେ ସିଏସକେ, ଡୱେନ ବ୍ରାଭୋ, ଦୀପକ ଚହର, ରବିନ୍ ଉଥାପ୍ପା, ଅମ୍ବାତି ରାୟଡୁ, ଏମଏସ ଧୋନି, ରୁତୁରାଜ ଗାଇକୱାଡ, ମୋଇନ ଅଲି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ନେଇ ସୁଦୃଢ ଟିମ୍ ତିଆରି କରୁଛି।