ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha933439

ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

 କାରଣ ଏହି ମନ୍ଦିରରେ କେବଳ ମହିଳା ମାନେ ହିଁ ପୂଜା କରିପାରିବେ। ତେବେ ଆଜି ଚାଲନ୍ତୁ ଜାଣିବା ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ପୁରୁଷ ମାନଙ୍କ ପାଇଁ ବିଶେଷ ନିୟମ ରହିଛି ।

ଦେଶର ଏହି ୫ଟି ମନ୍ଦିରରେ ପ୍ରବେଶ କରିପାରନ୍ତିନି ପୁରୁଷ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆମ ଦେଶରେ ଅନେକ କିଛି ଅଜବ ଗଜବ ନିୟମ ରହିଛି । ଆଉ ଏ ନିୟମ କଥା ଆପଣଙ୍କୁ ଅଛପା ନଥିବ ନିଶ୍ଚେ । ଆପଣ ଆମ ଦେଶର ଏମିତି କିଛି ମନ୍ଦିର ବିଷୟରେ ଶୁଣିଥିବେ ଯେଉଁଠାରେ ମନ୍ଦିରକୁ ମହିଳା ମାନଙ୍କର ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଥାଏ । ଏହାରି ମଧ୍ୟରେ ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ମଧ୍ୟ ଅନେକ ବାଦ ବିବାଦ ଦେଖାଦେଇଛି । କାରଣ ଏହି ମନ୍ଦିରରେ କେବଳ ମହିଳା ମାନେ ହିଁ ପୂଜା କରିପାରିବେ। ତେବେ ଆଜି ଚାଲନ୍ତୁ ଜାଣିବା ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠାରେ ପୁରୁଷ ମାନଙ୍କ ପାଇଁ ବିଶେଷ ନିୟମ ରହିଛି ।

Also Read: ରେକର୍ଡିଂ କରି ହେବ WhatsApp କଲ୍, ଜାଣନ୍ତୁ ପୁରା ପ୍ରୋସେସ୍

ବ୍ରହ୍ମା ମନ୍ଦିର, (Brahma Temple) ରାଜସ୍ଥାନ: 

ଭଗବାନ ବ୍ରହ୍ମାଙ୍କର ଏହି ମନ୍ଦିର ପୁଷ୍କରରେ ଅଛି । ଏହି ମନ୍ଦିର ୧୪ତମ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହି ମନ୍ଦିରରେ ଦେବୀ ସରସ୍ୱତୀଙ୍କ ଅଭିଶାପ ଯୋଗୁଁ ଏହି ମନ୍ଦିର ଭିତରକୁ ବିବାହିତ ପୁରୁଷ ମାନଙ୍କର ପ୍ରବେଶକୁ ଅନୁମତି ଦିଆଯାଏ ନାହିଁ । ତେବେ ବିବାହିତ ପୁରୁଷ ମାନେ ମନ୍ଦିରର ବାହାର ଦ୍ୱାରରୁ ହି ମସ୍ତକ ଟେକି ଚାଲିଯାଆନ୍ତି ।

ଭଗବତୀ ଦେବୀ ମନ୍ଦିର, (Bhagwati Devi Temple) କନ୍ୟାକୁମାରୀ: 

କୁହାଯାଏ ଯେ ଭଗବାନ ଭଗବତୀ ଥରେ ମହାଦେବ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ତପସ୍ୟା କରିବାକୁ ଆସିଥିଲେ। ଭଗବତୀ ମାତାଙ୍କୁ ସନ୍ନ୍ୟାସ ଦେବୀ ମଧ୍ୟ କୁହାଯାଏ, ତେଣୁ ସନ୍ନ୍ୟାସୀ ପୁରୁଷମାନେ ମନ୍ଦିର ଦ୍ୱାରରୁ ମାତାଙ୍କର ଦର୍ଶନ ପାଇପାରିବେ । ଅନ୍ୟପକ୍ଷରେ ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ନାହିଁ, କେବଳ ମହିଳାମାନେ ଏଠାରେ ପୂଜା କରିବାକୁ ଯାଇଥାନ୍ତି।

କାମାକ୍ଷା ମନ୍ଦିର, (Kamaksha Temple)ଗୌହାଟୀ :

ଦେବୀ ମାତାଙ୍କ ସବୁ ମନ୍ଦିର ଓ ଶକ୍ତିପୀଠ ଠାରୁ କାମାକ୍ଷା ଶକ୍ତିପୀଠର ସ୍ଥାନ ସବୁଠାରୁ ଉପରେ । ଏଠାରେ ମାତାଙ୍କର ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଏ । ତେବେ ଏହି ସମୟରେ ମନ୍ଦିର ମଧ୍ୟକୁ ପୁରୁଷ ମାନଙ୍କ ପ୍ରବେଶକୁ ନିଷିଦ୍ଧ କରାଯାଇଥାଏ । କେବଳ ଏତିକି ନୁହେଁ ପୂଜାରୀ କାମ ମଧ୍ୟ ଜଣେ ମହିଳା ପୂଜକ ହିଁ କରିଥାନ୍ତି ।

ଚକ୍କୁଲାଥୁକାବୁ ମନ୍ଦିର, (Chakkulathukavu Temple) କେରଳ : 

ମାତା ଦୁର୍ଗାଙ୍କ ଏହି ମନ୍ଦିର ପ୍ରତିବର୍ଷ ପୋଙ୍ଗଲର ନାରୀ ବା ମହିଳା ପୂଜା କରାଯାଏ । ଏହି ପୂଜା ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ, ଆଉ ଏହି ସମୟରେ ମନ୍ଦିରରେ ପୁରୁଷ ମାନଙ୍କ ଯାତାୟତକୁ ବନ୍ଦ କରାଯାଇଥାଏ । ଆଉ ପୂଜାର ଶେଷ ଦିନରେ ପୁରୁଷ ମାନେ ମହିଳାଙ୍କ ପାଦ ଧୋଇଦେବାର ମଧ୍ୟ ପରମ୍ପରା ରହିଛି ।

ସନ୍ତୋଷୀ ମାତା ମନ୍ଦିର (Santoshi Temple), ଯୋଧପୁର: 

ଏହି ମନ୍ଦିରରେ ଶୁକ୍ରବାର ଦିନ ପୁରୁଷ ମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଯାଇଥାଏ। ଅଲଗା ଦିନ ମାନଙ୍କରେ ବି ପୁରୁଷ ମାନେ ମନ୍ଦିରର ଦୁଆରୁ ଦର୍ଶନ କରିଥାନ୍ତି । ଏଠାରେ ମାତାଙ୍କ ପୂଜା କରିବା ନେଇ ପୁରୁଷ ମାନଙ୍କୁ ଅନୁମତି ଦିଆଯାଏ ନାହିଁ ।