ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି The Kapil Sharma ସୋ !
Advertisement

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି The Kapil Sharma ସୋ !

ଅନେକ ବାଦ ବିବାଦ ପରେ ବି ଲୋକଙ୍କୁ ହସାଇ ହସାଇ ବେଦମ କରିଛି ଦ କପିଲ ଶର୍ମା ସୋ । ମାତ୍ର ଏହାରି ମଧ୍ୟରେ ଏହି ସୋ ର ଫ୍ୟାନ୍ସ ମାନଙ୍କ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି ।

ଖୁବଶୀଘ୍ର ବନ୍ଦ ହେବାକୁ ଯାଉଛି The Kapil Sharma ସୋ !

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆରେ ହଇଚଇ ଖେଳାଇଥିବା କମେଡି ସୋ ଦ କପିଲ ଶର୍ମା ସୋ ସବୁବେଳେ ଚର୍ଚ୍ଚାରେ । କିଛିଟା ବର୍ଷ ମଧ୍ୟରେ ଦର୍ଶକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ସୋ ଏବେ ସଙ୍କଟରେ । କାରଣ ଅନେକ ବାଦ ବିବାଦ ପରେ ବି ଲୋକଙ୍କୁ ହସାଇ ହସାଇ ବେଦମ କରିଛି ଦ କପିଲ ଶର୍ମା ସୋ । ମାତ୍ର ଏହାରି ମଧ୍ୟରେ ଏହି ସୋ ର ଫ୍ୟାନ୍ସ ମାନଙ୍କ ପାଇଁ ଏକ ଦୁଃଖଦ ଖବର ସାମନାକୁ ଆସିଛି । ତାହା ହେଉଛି ଏହି ସୋ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ! 

ଏହି ସୋରେ ପ୍ରତିଟି ସେଲିବ୍ରିଟି ( Celebrity) ନିଜର ଫିଲ୍ମକୁ ପ୍ରମୋଟ (Film promote) କରିବା ସହ କପିଲ ଶର୍ମା (Kapil Sharma)  କମେଡି ସୋ (Comedy Show) ର କମେଡି ଲୋକଙ୍କୁ ଖୁବ ଆନନ୍ଦ ଦେଇଥାଏ । ପ୍ରତି ଶନିବାର ଓ ରବିବାର ପ୍ରତିଟି ଘରେ ଏହି ସୋ ଜରିଆରେ ଲୋକମାନେ ହସି ହସି ବେଦମ ହେଉଥିବା ଶୁଣାଯାଏ । ମାତ୍ର ବହୁତ ଜଲଦି ଏହି ସୋର ଫ୍ୟାନ୍ସଙ୍କ ମୁହଁରୁ ହସ ଲିଭିବାକୁ ଯାଉଛି ।

Also Read: ବର୍ଷା ଓ ବୁଦ୍ଧାଦିତ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ଆଜି ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଟେଲିଚକ୍କର (Teli Chakkar) ରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ସୋ ଖୁବ୍ ଶୀଘ୍ର ଅଫ୍ ଏୟାର (Off Air) ହେବ। ଖବର ଅନୁଯାୟୀ, କିଛି ଦିନ ପରେ କପିଲ ପୁଣିଥରେ ନୂଆ ଲୁକ୍ ସହିତ ସୋ କୁ ଫେରିବେ । ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିବ ନାହିଁ, କାରଣ ଖୁବଶୀଘ୍ର କପିଲ ଶର୍ମା ଟିମ୍ (kapil sharma Team) ଏକ ବଡ ଧରଣର ଯୋଜନା କରୁଛନ୍ତି। ତେଣୁ, ସେ ଆଗାମୀ ସମୟରେ ପୁନର୍ବାର ଲୋକଙ୍କୁ ମନୋରଞ୍ଜନର ଖୋରାକ ତ ଯୋଗାଇବେ ହେଲେ ନୂଆ ରୂପରେ।

Also Read: ଚର୍ଚ୍ଚାରେ କେସିଙ୍ଗା ଏସଡିପିଓ ଏସ ଶୁଶ୍ରୀ: କହିଲେ ପରେଡରେ ପ୍ରତିନିଧିତ୍ବ ବଡ ଗର୍ବ

ସେପଟେ କୋରୋନା ମହାମାରୀ (Corona pandemic) ପାଇଁ ସୋକୁ ଉପଭୋଗ କରିବାକୁ ଲାଇଭ ଅଡିଏନ୍ସ (Live Audience) ଆସିପାରୁନାହାଁନ୍ତି । ସେଥିପାଇଁ କପିଲ ଶର୍ମା ସୋ ଏବେ ନୂଆ ରୂପରେ ନୂଆ ରଙ୍ଗରେ ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ସେମିତି ଦେଖିବାକୁ ଗଲେ ଏହି ବିଷୟରେ ଏହି ସୋର ମୁଖ୍ୟ ଚରିତ୍ର କମେଡିଆନ କପିଲ ଶର୍ମା (Kapil Sharma) ନିଜର କୌଣସି ପ୍ରତିକ୍ରିୟା ଗଣମାଧ୍ୟମ (Media) ରେ ରଖିନାହାଁନ୍ତି ।