Tokyo Olympics: କ୍ୱାଟରରେ ପୁରୁଷ ହକି ଦଳ, ଚମ୍ପିଆନ ଆର୍ଜେଣ୍ଟିନାକୁ ୩-୧ରେ କଲା ପରାସ୍ତ
Advertisement

Tokyo Olympics: କ୍ୱାଟରରେ ପୁରୁଷ ହକି ଦଳ, ଚମ୍ପିଆନ ଆର୍ଜେଣ୍ଟିନାକୁ ୩-୧ରେ କଲା ପରାସ୍ତ

ଭାରତୀୟ ପୁରୁଷ ହକି (Mens Hockey) ଦଳ ଆର୍ଜେଣ୍ଟିନା (Argentina) ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ପରି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରି ଭାରତ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି।

ଫାଇଲ ଫଟୋ

ଟୋକିଓ: ଗୁରୁବାର ଚତୁର୍ଥ ଗ୍ରୁପ୍ ମ୍ୟାଚରେ ଭାରତୀୟ ପୁରୁଷ ହକି ଦଳ ଡିଫେଣ୍ଡିଂ ଅଲିମ୍ପିକ୍ (Olympic) ଚମ୍ପିଆନ୍ ଆର୍ଜେଣ୍ଟିନାକୁ ୩-୧ ଗୋଲରେ ପରାସ୍ତ କରିଛି। ଚାରିଟି ମ୍ୟାଚ୍‌ରେ ଏହା ହେଉଛି ଭାରତର ତୃତୀୟ ବିଜୟ। ବର୍ତ୍ତମାନ ଦଳର ଖାତାରେ ୯ ପଏଣ୍ଟ ରହିଛି ଏବଂ ଅଷ୍ଟ୍ରେଲିଆ (୧୨) ପରେ ଭାରତ ନିଜ ଗ୍ରୁପ୍-ଏର ଦ୍ୱିତୀୟ ସ୍ଥାନରେ ରହିଛି।

ଭାରତୀୟ ପୁରୁଷ ହକି (Mens Hockey) ଦଳ ଆର୍ଜେଣ୍ଟିନା (Argentina) ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି। ଆର୍ଜେଣ୍ଟିନା ପରି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରି ଭାରତ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି। ହକିରେ ପଦକ ଜିତିବା ପାଇଁ ଭାରତର ଆଶା ମଜବୁତ ହୋଇଛି। ଅଷ୍ଟ୍ରେଲିଆଠୁ ହରାଇବା ପରେ ଭାରତ (Team India) ଦୁଇଟି ମ୍ୟାଚ୍ ଜିତିଛି। ଭାରତୀୟ ହକି ଦଳ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଛି।

Also Read: ଓଡ଼ିଶା ପ୍ରେମରେ ପଡ଼ିଲେ ଗୋବିନ୍ଦା; ଭୁବନେଶ୍ୱରରେ 'ନନ୍ଦୁ'ଙ୍କ ପାଇଁ ଗୀତ ଗାଇଲେ 'ରାଜା ବାବୁ'

ଭାରତ ପାଇଁ ୪୩ତମ ମିନିଟରେ ବରୁଣ କୁମାର, ୫୮ତମ ମିନିଟରେ ବିବେକ ସାଗର ପ୍ରସାଦ ଓ ୫୯ତମ ମିନିଟରେ ହରମାନପ୍ରୀତ ସିଂ ସ୍କୋର କରିଥିଲେ।  ଆର୍ଜେଣ୍ଟିନା ପାଇଁ ଶୁଥ କାସେଲା ୪୮ ତମ ମିନିଟରେ ଏକମାତ୍ର ସ୍କୋର କରିଥିଲେ। ପ୍ରଥମ ଦୁଇଟି କ୍ୱାର୍ଟରରେ ଗୋଲଶୂନ୍ୟ ହେବା ପରେ ତୃତୀୟ କ୍ୱାର୍ଟର ଶେଷରେ ଭାରତ ୧-୦ରେ ଆଗୁଆ ଥିଲା। ଭାରତ ପାଇଁ ଏହି ଗୋଲକୁ ପେନାଲ୍ଟି କର୍ଣ୍ଣରରେ ବରଣ କୁମାର ସ୍କୋର କରିଥିଲେ। 

ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ୍ ତାଙ୍କ ଆକ୍ରମଣକୁ ତୀବ୍ର କରିଥିଲେ। ସମାନ କ୍ରମରେ ସେ ୪୭ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ, ଯାହା ୪୮ ମିନିଟରେ ଶୁଥ କାସେଲାଙ୍କ ଗୋଲରେ ପରିଣତ ହୋଇ ସ୍କୋରକୁ ୧-୧ କରି ଦେଇଥିଲେ।