Viashno Devi Yatra: ଏହି ଦିନରୁ ବୈଷ୍ଣଦେବୀକୁ ଯାତ୍ରା ଆରମ୍ଭ
Advertisement
Article Detail0/zeeodisha/odisha727529

Viashno Devi Yatra: ଏହି ଦିନରୁ ବୈଷ୍ଣଦେବୀକୁ ଯାତ୍ରା ଆରମ୍ଭ

Viashno Devi Yatra: ଅନଲକ ପ୍ରକ୍ରିୟାରେ ଦେଶ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଏହି କ୍ରମରେ ଦେଶର ପ୍ରମୁଖ ଶକ୍ତିପୀଠ ମାତା ବୈଷ୍ଣୋଦେବୀକୁ ଆସନ୍ତା ୧୬ ତାରିଖ ଠାରୁ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି। ପ୍ରତିବର୍ଷ ମାତାଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି।

Viashno Devi Yatra: ଏହି ଦିନରୁ ବୈଷ୍ଣଦେବୀକୁ ଯାତ୍ରା ଆରମ୍ଭ

ଶ୍ରୀନଗର:

Viashno Devi Yatra: ଅନଲକ ପ୍ରକ୍ରିୟାରେ ଦେଶ ଧୀରେଧୀରେ ସ୍ୱାଭାବିକ ହେବାରେ ଲାଗିଛି। ଏହି କ୍ରମରେ ଦେଶର ପ୍ରମୁଖ ଶକ୍ତିପୀଠ ମାତା ବୈଷ୍ଣୋଦେବୀକୁ ଆସନ୍ତା ୧୬ ତାରିଖ ଠାରୁ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି। ପ୍ରତିବର୍ଷ ମାତାଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥାନ୍ତି। ମା'ଙ୍କର ପବିତ୍ର ତଥା ଦିବ୍ୟ ଆସ୍ଥାନ ଜମ୍ମୁ ସ୍ଥିତ କଟରାରେ ରହିଛି। ମା'ଙ୍କର ଶ୍ରଦ୍ଧାଳୁମାନେ କିଲୋମିଟର ପାଦରେ ଚାଲିଚାଲି ଯିବାକୁ ପଡ଼ିଥାଏ। 

ଏଠାରେ କହି ରଖୁଛୁ କି, ମା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଏହି କୋରୋନା ମହାମାରୀ ସମୟରେ ଏକାଧିକ ଗାଇଡ଼ଲାଇନ ଜାରି କରିଛନ୍ତି। ଏହି ଗାଇଡ଼ ଲାଇନ ଅନୁଯାୟୀ ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ଏହି ଯାତ୍ରା ପାଇଁ ଅନୁମତି ମିଳିନାହିଁ। ସେହିପରି ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ବାନ୍ଧିବା ବାଧ୍ୟତାମୂଳକ ବୋଲି ଗାଇଡ଼ଲାଇନରେ କୁହାଯାଇଛି। ଦିଲ୍ଲୀ, ଜମ୍ମୁ ଆଦି ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବାରୁ ଛୋଟ ପିଲାଙ୍କୁ ବାରଣ କରାଯାଇଛି। 

ସେହିପରି ସାମାଜିକ ଦୂରତ୍ୱକୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଇଛି। ଭାରତରେ ବର୍ତ୍ତମାନ ସ୍ଥିତିରେ ପ୍ରାୟ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ରହିଛି। ଏହି ସମୟ ମଧ୍ୟରେ ଭାରତରେ ମାସ୍କ ଓ ସାମାଜିକ ଦୂରତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି। ରାତି ସମୟରେ ଭଓ୍ୱନ ରାସ୍ତା ଦେଇ ଯାତାୟତ ବନ୍ଦ ରହିବ। ଏହା ବ୍ୟତୀତ ଭବନରେ ମଧ୍ୟ ରହିବା ଉପରେ ମଧ୍ୟ କଟକଣା ଲାଗୁ ହେବ। ସକାଳେ ଓ ସନ୍ଧ୍ୟାରେ ହେଉଥିବା ଆଳତୀରେ ଭକ୍ତମାନଙ୍କୁ ଉପସ୍ଥିତ ରହିବାରୁ ଅନୁମତି ଦିଆଯାଇନାହିଁ। 

ଗତ ମାର୍ଚ୍ଚ ମାସରୁ ଦେଶରେ ଲକଡାଉନ ଜାରି ହେବା ପରଠାରୁ ହିଁ ସବୁକିଛି ବନ୍ଦ ରହିଥିଲା। ମନ୍ଦିର ଠାରୁ ଆରମ୍ଭ କରି ଯାତାୟତ ସବୁକିଛି ବନ୍ଦ ରହିଥିଲା। ତେବେ ଦୀର୍ଘ ୪ ମାସ ପରେ ପୁଣି ଥରେ ଖୋଲିବାକୁ ଯାଉଛି ଏହ ମନ୍ଦିର। କଟକଣା ମଧ୍ୟରେ ଏହି ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି।