ଆସିଗଲା ଆସନ୍ତା WTC Schedule; ଜାଣନ୍ତୁ କେବେ, କାହା ସହ Team Indiaର ହେବ ମୁକାବିଲା?
Advertisement
Article Detail0/zeeodisha/odisha927896

ଆସିଗଲା ଆସନ୍ତା WTC Schedule; ଜାଣନ୍ତୁ କେବେ, କାହା ସହ Team Indiaର ହେବ ମୁକାବିଲା?

ଆଇସିସି ପରବର୍ତ୍ତୀ ଟେଷ୍ଟ ଚାମ୍ପିଅନସିପର ସେଡ୍ୟୁଲ ଘୋଷଣା କରିସାରିଛି। ତାହାର ଫାଇନାଲ୍ ୨୦୨୩ରେ ହେବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ଟିମ ଇଣ୍ଡିଆ କେଉଁ ଦଶ ସହ ମୁହାଁମୁହିଁ ହେବ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚଳିତବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (WTC) ଫାଇନାଲରେ ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି। ବିରାଟ କୋହଲିଙ୍କ ଦଳକୁ ରନର୍ ଅପରେ ହିଁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାରି ଭିତରେ ଆଇସିସି ପରବର୍ତ୍ତୀ ଟେଷ୍ଟ ଚାମ୍ପିଅନସିପର ସେଡ୍ୟୁଲ ଘୋଷଣା କରିସାରିଛି। ତାହାର ଫାଇନାଲ୍ ୨୦୨୩ରେ ହେବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ଟିମ ଇଣ୍ଡିଆ କେଉଁ ଦଶ ସହ ମୁହାଁମୁହିଁ ହେବ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (test championship) ର ପ୍ରଥମ ସଂସ୍କରଣରେ ଏକ ଦମଦାର ପ୍ରଦର୍ଶନ କରି ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟିମକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ କେଉଁ ଦଳ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳିବାକୁ ପଡିବ ତାହାର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ଏଥର ଭାରତକୁ ୬ଟି ଦଳ ବିରୁଦ୍ଧରେ ମୋଟ ୧୯ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ପ୍ରଥମ ସିରିଜରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିବାକୁ ଯାଉଛି। ଭାରତକୁ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ବିପକ୍ଷରେ ଖେଳିବାକୁ ପଡିବ।

Also Read: ICC Finalରେ Mohammed Shamiଙ୍କ ବଡ଼ କାରନାମା, ପ୍ରଥମ ଭାରତୀୟ ବୋଲର୍ ଭାବେ କଲେ ଏହି ରେକର୍ଡ

ବିରାଟ କୋହଲି (Virat Kohli) ଙ୍କ ଅଧିନାୟକତ୍ୱରେ ଭାରତ ଏପର୍ଯ୍ୟନ୍ତ କୌଣସି ଆଇସିସି  (ICC) ଟ୍ରଫି ଜିତି ନାହିଁ। ବିରାଟ କୋହଲି ୨୦୧୭ ପରଠାରୁ ସମସ୍ତ ଫର୍ମାଟରେ ଭାରତର ଅଧିନାୟକ ରହିଆସିଛନ୍ତି। WTC ଫାଇନାଲର ପ୍ରଥମ ଇନିଂସରେ ୨୧୭ ରନ୍ ସ୍କୋର କରିଥିବା ଟିମ୍ ଇଣ୍ଡିଆ ଭାବିଥିଲା ଯେ, ସେମାନେ ଶେଷ ଦିନରେ ମ୍ୟାଚ୍ ଡ୍ର କରିବାକୁ ସକ୍ଷମ ହେବେ। କିନ୍ତୁ କେନ୍ ୱିଲିୟମସନ ଏବଂ ରସ ଟେଲରଙ୍କ ଯୋଡି ଭାରତ (Team India) ଠାରୁ ଟାଇଟଲ ଛଡ଼ାଇ ନେଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସହିତ ଟିମ୍ ଇଣ୍ଡିଆକୁ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ କରିବାକୁ ପଡିବ। ଏହି ସିରିଜ୍ ୪ ଅଗଷ୍ଟରୁ ଆରମ୍ଭ ହେବ। ଏହା ପରେ ଭାରତ ନିଜ ଘରେ ନଭେମ୍ବରରେ ନ୍ୟୁଜିଲାଣ୍ଡ ସହିତ ଦୁଇଟି ଟେଷ୍ଟ ସିରିଜରେ ଖେଳିବାକୁ ପଡିବ। ଜାନୁଆରୀ ୨୦୨୨ରେ ଦଳ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ। ଏହା ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ୩ଟି ଟେଷ୍ଟ ମ୍ୟାଚ୍ ଖେଳିବ। ବାଂଲାଦେଶରୁ ଭାରତ ପାଇଁ ଏକ ଟେଷ୍ଟ ସିରିଜ୍ ମଧ୍ୟ ପ୍ରସ୍ତାବ ଦିଆଯାଇଛି।